IBN ଓଡ଼ିଶା ବ୍ୟୁରୋ

ଜୀବନ ହାରିଲେ ଟେଲି ଅଭିନେତା ତଥା ସ୍ପିଲଟ୍ସଭିଲା ବିଜେତା ନିତିନ ଚୌହାନ୍

ମୁମ୍ବାଇ: ଜୀବନ ହାରିଲେ ରିୟଲିଟି ସୋ ‘ଦାଦାଗିରି ୨’ ଜିତି ଲୋକପ୍ରିୟ ହୋଇଥିବା ଟିଭି ଅଭିନେତା ନିତିନ ଚୌହାନ। ଗୁରୁବାର ମୁମ୍ବାଇରେ ତାଙ୍କ ଦେହାନ୍ତ ହୋଇଥିବା ଜଣାଯାଇଛି। ମୃତ୍ୟୁବେଳକୁ ତାଙ୍କୁ ମାତ୍ର ୩୫ବର୍ଷ ବୟସ ହୋଇଥିଲା। ୟୁପିର ଅଲିଗଡ ଜିଲ୍ଲାର ବାସିନ୍ଦା ନିତିନ ଏମଟିଭିର ‘ସ୍ପିଲଟ୍ସଭିଲା ସିଜନ ୫’ ମଧ୍ୟ ଜିତିଥିଲେ।

ଏହା ବ୍ୟତୀତ ସେ ଜିନ୍ଦେଗି ଡଟ୍ କମ୍, କ୍ରାଇମ ପାଟ୍ରୋଲ୍ ଏବଂ ଫ୍ରେଣ୍ଡସ୍ ଭଳି ଧାରାବାହିକରେ ମଧ୍ୟ ଅଭିନୟ କରିଥିଲେ। ସେ କ୍ରାଇମ ପାଟ୍ରୋଲରେ ଅଭିନୟ କରି ବେଶ୍ ଲୋକପ୍ରିୟ ହୋଇଥିଲେ।

ନିତିନଙ୍କୁ ଶେଷ ଥର ପାଇଁ ୨୦୨୨ରେ ସବ୍ ଟିଭିର ‘ତେରା ୟାର ହୁଁ ମେଁ’ ସୋ’ରେ ଦେଖିବାକୁ ମିଳିଥିଲା ​​| ସୋ’ରେ ତାଙ୍କ ସହ ଅଭିନୟ କରିଥିବା ସୁଦୀପ ସାହିର ଏବଂ ସାୟନ୍ତନୀ ଘୋଷ ତାଙ୍କ ମୃତ୍ୟୁ ଖବରକୁ ନିଶ୍ଚିତ କରିଥିଲେ ମଧ୍ୟ କିଭଳି ନିତିନଙ୍କ ମୃତ୍ୟୁ ହୋଇଛି ତାହା ଜାଣିନଥିବା କହିଛନ୍ତି। ଅନ୍ୟପକ୍ଷରେ ତାଙ୍କର ଜଣେ ପୂର୍ବତନ ସହ-କଳାକାର ବିଭୁତି ଠାକୁରଙ୍କ ପୋଷ୍ଟ ଅନୁଯାୟୀ ନିତିନ ଆତ୍ମହତ୍ୟା କରିଛନ୍ତି।

କୁହାଯାଉଛି ଯେ, ନିତିନଙ୍କ ବାପା ତାଙ୍କ ପାର୍ଥିବ ଶରୀରକୁ ଅଲିଗଡ଼ ନେବା ପାଇଁ ମୁମ୍ବାଇରେ ପହଞ୍ଚିଯାଇଛନ୍ତି। ତେବେ କେଉଁ କାରଣରୁ ନିତିନ ଏଭଳି ପଦକ୍ଷେପ ନେଇଛନ୍ତି, ତାହା ସାମ୍ନାକୁ ଆସିପାରିନାହିଁ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button