କୀଟନାଶକ ପାରାକ୍ୟୁଟ୍ ବିକ୍ରି ଉପରେ ନିଷେଧ: ସାର ଦୋକାନରେ ଅଚାନକ ତହସିଲଦାରଙ୍କ ଚଢ଼ାଉ – Ibnodisha
[ad_1]
ଜୟପୁର: ରାଜ୍ୟ କୃଷି ଓ କୃଷକ ସଶକ୍ତୀକରଣ ବିଭାଗ ପକ୍ଷରୁ ବିଷାକ୍ତ କୀଟନାଶକ ଔଷଧ ପାରାକ୍ୟୁଟ୍ର ପାର୍ଶ୍ବପ୍ରତିକ୍ରିୟାରେ ଲୋକେ ଓ ପଶୁସଂପଦ ଉପରେ ପଢ଼ୁଥିବାରୁ ଏହାର ବିକ୍ରୀ ଉପରେ ନିଷେଧ ଜାରି କରିଛନ୍ତି। ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ଶନିବାର ଜୟପୁର ପୌରପାଳିକାରେ ଥିବା ବିଭିନ୍ନ ସାର ଓକୀଟନାଶକ ଔଷଧ ବିତରଣ କେନ୍ଦ୍ର ଗୁଡିକ ଉପରେ ଜୟପୁର ତହସିଲଦାର ସୁଶ୍ରୀ ସାଗରିକା ଷଡଙ୍ଗୀ, ରାଜସ୍ବ ପରିଦର୍ଶକ ହରିହର ଶତପଥୀ, ଟାଉନ-୧ ରାଜସ୍ବ ନିରୀକ୍ଷକ ସୁରଜ ପଣ୍ଡା, ଟାଉନ-୨ ରାଜସ୍ବ ନିରୀକ୍ଷକ ତିରେନ୍ ଚଳାଣ, କୃଷି ବିଭାଗର ସହକାରୀ କୃଷି ଅଧିକାରୀଙ୍କୁ ନେଇ ଚଢ଼ାଉ କରିଥିଲେ। ସେ ଏହି ବିଷାକ୍ତ କୀଟନାଶକ ଔଷଧ ରହିଛି କି ନାହିଁ ସବୁ ଦୋକାନୀଙ୍କ ଷ୍ଠକ୍ ଯାଂଚ କରିବା ସହ ଦୋକାନରେ ନିରୀକ୍ଷଣ କରିଥିଲେ। ଯେଉଁ ସବୁ ଦୋକାନ ଗୁଡିକରେ ଏହା ମିଳିଛି ଆସନ୍ତା ୭ଦିନ ମଧ୍ୟରେ ଏସବୁକୁ କଂପାନୀକୁ ଫେରାଇବାକୁ ନିର୍ଦ୍ଦେଶ ଦେଇଥିଲେ। ଯଦି ଦୋକାନୀ ମାନେ ଏହି ନିଷେଧ କୀଟନାଶକ ଔଷଧ ବିକ୍ରି କଲେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତାବନୀ ଦେଇଥିଲେ। ପ୍ରକାଶଯୋଗ୍ୟ, ରାଜ୍ୟସରକାର ଏହି ବିଷାକ୍ତ କୀଟନାଶକ ଔଷଧ ପାରାକ୍ୟୁଟ୍ ଏବଂ ଏହାକୁ ତିଆରି ହୋଇଥିବା ଫାର୍ମୁଲାକୁ ଓଡିଶାରେ ୬୦ଦିନ ପାଇଁ ନିଷେଧ ଜାରୀ କରିଛନ୍ତି।
[ad_2]