ମନୋରଞ୍ଜନ

ଏବେ ଭାରତୀଙ୍କ ପାଳି; ମହାଦେବ ବେଟିଂ ଆପ ଦୁର୍ନୀତିରେ ସାମିଲ ହେଲା ଭାରତୀ ସିଂହଙ୍କ ନାମ – Ibnodisha

[ad_1]

ମୁମ୍ବାଇ: ‘ମହାଦେବ ଅନଲାଇନ୍ ବେଟିଂ ଆପ୍’କୁ ଯାଞ୍ଚ କରୁଥିବା କେନ୍ଦ୍ରୀୟ ଅନୁସନ୍ଧାନକାରୀ ଏଜେନ୍ସି ଇଡିର ନଜର ‌ଏବେ ବଲିଉଡ ସେଲିବ୍ରିଟିଙ୍କ ଉପରେ। ଇଡି ବା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଏହି ଆପ୍‌କୁ ନେଇ ତଦନ୍ତ କରି ଏବେ ସେଲିବ୍ରିଟିମାନଙ୍କୁ ସମନ ପଠାଇବା ଆରମ୍ଭ କରିଛି। ମହାଦେବ ଅନ୍ଲାଇନ୍ ବେଟିଂ ଆପର ପ୍ରମୋଟର ସୌରଭ ଚନ୍ଦ୍ରକରଙ୍କ ବାହାଘରରେ ବଲିଉଡ୍‌ର ପ୍ରାୟ ୧୪ ଜଣ ସେଲିବ୍ରିଟିଙ୍କୁ ନୃତ୍ୟ ପରିବେଷଣ କରିବାର ଦେଖିବାକୁ ମିଳିଥିଲା। ୧୪ଜଣଙ୍କ ମଧ୍ୟରେ ବଲିଉଡର ଅନେକ ବଡ଼ ବଡ଼ କଳାକର ରହିଥିବା ବେଳେ ହାସ୍ୟ ଅଭିନେତ୍ରୀ ଭାରତୀ ସିଂହ ମଧ୍ୟ ‌ସୌରଭଙ୍କ ବିବାହରେ ଯୋଗ ଦେଇଥିବା ସାମ୍ନାକୁ ଆସିଛି।

ସୌରଭଙ୍କ ଦୁବାଇରେ ହୋଇଥିବା ବିବାହର କିଛି ଭିଡିଓ ଓ ଫଟୋ ସାମ୍ନାକୁ ଆସିଛି ଯେଉଁଥିରେ ଭାରତୀ ବିବାହରେ ଉପସ୍ଥିତ ଅତିଥିମାନଙ୍କ ସହ କଥାବାର୍ତ୍ତା ହେଉଥିବା ଦେଖିବାକୁ ମିଳିଛି। ଜାତୀୟ ଗଣମାଧ୍ୟମ ରିପବ୍ଲିକ୍ ରିପୋର୍ଟ ଅନୁଯାୟୀ, ଯେତେବେଳେ ଭାରତୀଙ୍କୁ ଏ ସମ୍ପର୍କରେ ପଚରାଗଲା ସେ ‌ସୌରଭ କିଏ ବୋଲି ଜାଣିନଥିବା କହିଥି‌ଲେ। ସେ କହିଥିଲେ, “ମୁଁ ସୌରଭଙ୍କୁ ଜାଣିନାହିଁ। ଆପଣମ‌ାନଙ୍କଠାରୁ ପ୍ରଥମେ ଶୁଣୁଛି। ସୌରଭ କିଏ? ଯାହା ଜାଣିବାକୁ ଚାହୁଛନ୍ତି ସେଥିପାଇଁ ମୋ ମ୍ୟାନେଜରଙ୍କ ସହ କଥା ହୁଅନ୍ତୁ। ମୁଁ ଏହା ବିଷୟରେ କିଛି ଜାଣେ ନାହିଁ।”

ଉଲ୍ଲେଖଯୋଗ୍ୟ, ୨୦୨୩ ମସିହା ଫେବ୍ରୁଆରିରେ ଆୟୋଜିତ ହୋଇଥିବା ଏହି ବିବାହ ଉତ୍ସବରେ  ସୌରଭ ଚନ୍ଦ୍ରକର ୨୦୦ କୋଟି ଟଙ୍କା ଖର୍ଚ୍ଚ କରିଥିଲେ। ଏହି ଖବରକୁ ନେଇ ଚର୍ଚ୍ଚା ହେବାରୁ ଇଡିର ନଜର ସୌରଭଙ୍କ ବ୍ୟବସାୟ ଉପରେ ପଡ଼ିଥିଲା।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button