ମନୋରଞ୍ଜନ

ମୁସଲିମ୍ ପୁଅକୁ ବାହା ହେବା ପାଇଁ ହିନ୍ଦୁରୁ ମୁସଲମାନ ହୋଇଛନ୍ତି ସୋନାକ୍ଷୀ, ବାପା ଖୋଲିଦେଲେ ବଡ଼ ରହସ୍ୟ

ଶେଷରେ ସବୁ ଅପେକ୍ଷାର ଅନ୍ତ ଘଟିଛି । ବିବାହ କରିଛନ୍ତି ସୋନାକ୍ଷୀ ଏବଂ ଜାହିର । ଦୀର୍ଘ ବର୍ଷ ଧରି ଦୁହେଁ ଦୁହିଁଙ୍କୁ ଡେଟ୍ କରି ଆସୁଥିଲେ । କିନ୍ତୁ ବର୍ତ୍ତମାନ ବାହାଘର ପାଇଁ ସୋନାକ୍ଷୀଙ୍କ ଧର୍ମ ପରିବର୍ତ୍ତନକୁ ନେଇ ପ୍ରଶ୍ନ ଉଠିଛି ।

ସୋନାକ୍ଷୀ ହିନ୍ଦୁ ଧର୍ମର ହୋଇଥିବା ବେଳେ ଜାହିର ମୁସଲିମ ଅଟନ୍ତି । ତେଣୁ ଏ ନେଇ ସୋନାକ୍ଷୀ ନିଜର ବାହାଘର ପାଇଁ ଧର୍ମ ପରିବର୍ତ୍ତନ କରିବାକୁ ଯାଉଛନ୍ତି ବୋଲି ସୋସିଆଲ ମିଡିଆରେ ବେଶ୍ ଚର୍ଚ୍ଚା ଦେଖିବାକୁ ମିଳୁଛି ।

A

ତେବେ ଫ୍ରି ଫ୍ରେଶ ଜର୍ଣ୍ଣାଲ ରେ ଏକ ସାକ୍ଷାତକାର ଦେଉଥିବା ସମୟରେ ଜାହିରଙ୍କ ବାପା ଇକବାଲ ରତନସୀ ସୋନାକ୍ଷୀଙ୍କ ଧର୍ମ ପରିବର୍ତ୍ତନକୁ ନେଇ ନିଜର ପ୍ରତିକ୍ରିୟା ରଖିଛନ୍ତି ।

ସେ କହିଛନ୍ତି ବାହାଘର ହେଉଛି ଦୁଇ ଆତ୍ମାର ମିଳନ । ଏଥି ପାଇଁ ଧର୍ମ ପରିବର୍ତ୍ତନର କୌଣସି ଆବଶ୍ୟକତା ନାହିଁ । ଆହୁରି କହିଛନ୍ତି ହିନ୍ଦୁ ଓ ମୁସଲମାନଙ୍କ ଭଗବାନ ଭିନ୍ନ ହୋଇଥିଲେ ମଧ୍ୟ ସର୍ବ ଶେଷରେ ଆମେ ମଣିଷ । ତେଣୁ ସୋନାକ୍ଷୀଙ୍କର ନିଜ ବାହାଘରକୁ ନେଇ କୌଣସି ଧର୍ମ ପରିବର୍ତ୍ତନର ଆବଶ୍ୟକତା ନାହିଁ ।

Related Articles

Leave a Reply

Your email address will not be published. Required fields are marked *

Back to top button