IBN ଓଡ଼ିଶା ବ୍ୟୁରୋ

OPTCL ରେ ଚାକିରୀ ସୁଯୋଗ, ପ୍ରକାଶ ପାଇଲା ବିଜ୍ଞପ୍ତି. ଦରମା ୨୫ ହଜାର, ଏମିତି କରନ୍ତୁ ଆବେଦନ

ଭୁବନେଶ୍ବର ସହିଦ ନଗରରେ ରହିଛି ଓପିଟିସିଏଲର  ଟେକ୍‌ ଟାୱାର। ୫୫ କୋଟି ଟଙ୍କାରେ ଏହା ନିର୍ମିତ ହୋଇଛି। ବହୁ ମହଲା ବିଶିଷ୍ଟ ଏହି ଓପିଟିସିଏଲ ଟେକ୍‌ ଟାୱାର କର୍ପୋରେଟ ଅଫିସ୍ ଭାବରେ କାର୍ଯ୍ୟ କରିବ। ଓଡ଼ିଶା ପାୱାର ଟ୍ରାନ୍ସମିସନ୍‌ କର୍ପୋରେସନ ଲିମିଟେଡ ଓଡ଼ିଶାବାସୀଙ୍କୁ ବିଦ୍ୟୁତ ସେବା ଯୋଗାଇବାରେ ନିୟୋଜିତ ହୋଇଛି।

ବିଦ୍ୟୁତ ସେବା କ୍ଷେତ୍ରର ପ୍ରଗତିରେ ଏହା ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ। ରାଜ୍ୟର ଟ୍ରାନ୍ସମିସନ୍‌ ଭିତ୍ତିଭୂମିରେ ଓପିଟିସିଏଲର ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ତେବେ ଯୁବ ଶକ୍ତି ପାଇଁ ନୂଆ ସୁଯୋଗ ଆଣିଛନ୍ତି ରାଜ୍ୟ ସରକାର। ଓଡ଼ିଶା ବିଦ୍ୟୁତ୍‌ ଶକ୍ତି ସଞ୍ଚରଣ ନିଗମ ଲିମିଟେଡ (ଓପିଟିସିଏଲ) ରେ ନିଯୁକ୍ତି ପ୍ରଦାନ କରାଯାଇଛି। 

ତେବେ ଓଡ଼ିଶା ପାୱର ଟ୍ରାନ୍ସମିସନ କର୍ପୋରେସନ ଲିମିଟେଡ (ଓପିଟିସିଏଲ) ପକ୍ଷରୁ ଅନେକ ପଦ ପୂରଣ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ପ୍ରାର୍ଥୀଙ୍କୁ ୭ ଦିନ ଭିତରେ ଆବେଦନ କରିବାକୁ ପଡ଼ିବ। କ୍ରେଚେ ସୁପରଭାଇଜର ଓ କ୍ରେଚେ ଆସିଣ୍ଟାଣ୍ଟ ପଦରେ ପ୍ରାର୍ଥୀଙ୍କୁ ନିଯୁକ୍ତି ଦିଆଯିବ।

ବେତନ କେତେ ରହିବ? 

ଇଚ୍ଛୁକ ପ୍ରାର୍ଥୀମାନେ ତଳେ ଦିଆଯାଇଥିବା ନୋଟିଫିକେସନ ଲିଙ୍କକୁ ଯାଇ ସବିଶେଷ ତଥ୍ୟ ପାଇ ପାରିବେ। କ୍ରେଚେ ସୁପରଭାଇଜର ପଦ ପାଇଁ ପ୍ରାର୍ଥୀ ସ୍ନାତକ ପାସ୍ କରିଥିବା ଆବଶ୍ୟକ । ଏଥିସହିତ ପ୍ରାର୍ଥୀଙ୍କର କ୍ରେଚେ ପରିଚାଳନା କ୍ଷେତ୍ରରେ ୩-୫ ବର୍ଷର ଅଭିଜ୍ଞତା ରହିଥିବା ଆବଶ୍ୟକ । ପ୍ରାର୍ଥୀଙ୍କୁ ମାସିକ ୨୫ ହଜାର ଟଙ୍କା ବେତନ ପ୍ରଦାନ କରାଯିବ ।

ପ୍ରାର୍ଥୀଙ୍କୁ ଅନ୍ୟ କୌଣସି ଭତ୍ତା ପ୍ରଦାନ କରାଯିବ ନାହିଁ । ସେହିପରି କ୍ରେଚେ ଆସିଷ୍ଟାଣ୍ଟ ପଦ ପାଇଁ ପ୍ରାର୍ଥୀ ଯୁକ୍ତ ଦୁଇ ପାସ କରିବା ସହିତ ଶିଶୁ ଯତ୍ନ, ନର୍ସିଂ ବା ନ୍ୟୁଟ୍ରିସନ କ୍ଷେତ୍ରରେ ଅତିରିକ୍ତ ଯୋଗ୍ୟତା ରହିଥିବା ଆବଶ୍ୟକ । ପ୍ରାର୍ଥୀଙ୍କର କ୍ରେଚେ କ୍ଷେତ୍ରରେ ୧-୨ ବର୍ଷର ଅଭିଜ୍ଞତା ରହିଥିବା ଜରୁରୀ । କେବଳ ଶର୍ଟଲିଷ୍ଟେଡ ପ୍ରାର୍ଥୀଙ୍କୁ ସାକ୍ଷାତକାର ପାଇଁ ଡକାଯିବ । ସାକ୍ଷାତକାର ପାଇଁ ପ୍ରାର୍ଥୀଙ୍କୁ କୌଣସି ଟିଏ/ ଡିଏ ପ୍ରଦାନ କରାଯିବ ନାହିଁ ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button