ଦୁର୍ଘଟଣା

ସାନିଆ-ଶାମିଙ୍କ ବିବାହ ଖବର ଜୋର ଧରୁଥିବା ଏବେଳେ ଖୁସି ଖବର ଦେଲେ ମହମ୍ମଦ ଶାମି, କ୍ରିକେଟ ଫ୍ୟାନ୍ସ ହେବେ ତାଯୁବ

କିଛି ଦିନ ହେବ ସୋସିଆଲ ମିଡିଆରେ ଏକ ଫଟୋ ଭାଇରାଲ ହେବାରେ ଲାଗିଛି। ଏହି ଫଟୋରେ ସାନିଆ ର୍ମିଜା ଏବଂ ଭାରତୀୟ ଦ୍ରୁତ ବୋଲର ମହମ୍ମଦ ଶାମି ଅଛନ୍ତି। ଫଟୋର ଉଭୟ ବିବାହ ପୋଷାକରେ ନଜର ଆସିଛନ୍ତି। ଲୋକମାନେ ଦାବି କରୁଛନ୍ତି ଯେ ଶୋଏବ ମଲିକଙ୍କଠାରୁ ଅଲଗା ହେବା ପରେ ସାନିଆ ର୍ମିଜା ଭାରତୀୟ ଦ୍ରୁତ ବୋଲର ମହମ୍ମଦ ଶାମିଙ୍କୁ ବିବାହ କରିଛନ୍ତି।

ତେବେ ଏହି ଦାବି ସମ୍ପୂର୍ଣ୍ଣ ଭୁଲ ଅଟେ। ସାନିଆ ଏ ପର୍ଯ୍ୟନ୍ତ ଦ୍ୱିତୀୟ ଥର ବିବାହ କରିନାହାଁନ୍ତି। ତେବେ ଏହି ଗୁଜବ ମଧ୍ୟରେ ଷ୍ଟାର କ୍ରିକେଟରଙ୍କ ପ୍ରଶଂସକଙ୍କ ପାଇଁ ଏକ ଖୁସି ଖବର ଆସିଛି। ନଭେମ୍ବର ୨୦୨୩ରେ ଅନୁଷ୍ଠିତ ଶେଷ ଦିନିକିଆ ବିଶ୍ୱକପ ପରଠାରୁ ଭାରତୀୟ ଦ୍ରୁତ ବୋଲର ମହମ୍ମଦ ଶାମି ଦଳ ବାହାରେ ଅଛନ୍ତି।

ସେ ଆଇପିଏଲ ଏବଂ ଚାଲିଥିବା ଟି -20 ବିଶ୍ୱକପ ସମେତ ସମସ୍ତ କ୍ରିକେଟ୍ କାର୍ଯ୍ୟକଳାପଠାରୁ ଦୂରରେ ଅଛନ୍ତି। ତେବେ ଜଣାପଡିଛି ଯେ ଶାମି ଶୀଘ୍ର ଭାରତୀୟ ଦଳକୁ ପ୍ରତ୍ୟାବର୍ତ୍ତନ କରିପାରନ୍ତି ଓ ପୁଣି ଥରେ ସେ ବୋଲିଂ ଆରମ୍ଭ କରିବେ।

୨୦୧୮ ମସିହାରେ ଭାରତୀୟ କ୍ରିକେଟର ଶାମିଙ୍କ ବିରୋଧରେ ତାଙ୍କ ପତ୍ନୀ ହସିନ ଘରୋଇ ନିର୍ଯାତନା ଅଭିଯୋଗ କରିଥିଲେ। ପରେ ଏହି ମାମଲା ଅତ୍ୟନ୍ତ ଗମ୍ଭୀର ରୂପ ନେଇଥିଲା ଏବଂ ଏହା ଏବେ ମଧ୍ୟ ଚାଲିଛି। ଏହି କାରଣରୁ ଏବେ ଶାମି ଏବଂ ହସିନ୍ ଅଲଗା ରହୁଛନ୍ତି।

କିନ୍ତୁ ଏପର୍ଯ୍ୟନ୍ତ ଆଇନଗତ ଭାବେ ଉଭୟଙ୍କ ମଧ୍ୟରେ ଛାଡପତ୍ର ହୋଇନାହିଁ। ଏବଂ ସାନିଆ ମିର୍ଜା ୨୦୧୦ରେ ପାକିସ୍ତାନୀ କ୍ରିକେଟର ଶୋଏବ ମଲ୍ଲିକଙ୍କୁ ବିବାହ କରିଥିଲେ। ତାଙ୍କର ଏକ ପୁଅ ମଧ୍ୟ ଅଛି, ଯାହାର ନାମ ଇଜହାନ୍ ମିର୍ଜା ମଲିକ୍। ତେବେ ଚଳିତ ବର୍ଷ ପ୍ରାରମ୍ଭରେ ଉଭୟଙ୍କ ମଧ୍ୟରେ ଛାଡ଼ପତ୍ର ହୋଇଥିଲା। ସେପଟେ ଶୋଏବ ମଲ୍ଲିକ ଚଳିତ ବର୍ଷ ଜାନୁଆରୀ ୨୦ରେ ପାକିସ୍ତାନୀ ଅଭିନେତ୍ରୀ ସାନା ଜାଭେଦଙ୍କୁ ବିବାହ କରିଥିଲେ।

Related Articles

Leave a Reply

Your email address will not be published. Required fields are marked *

Back to top button