IBN ଓଡ଼ିଶା ଏକ୍ସକ୍ଲୁସିଭ୍ଦୁର୍ଘଟଣା

ଜାମସେଦପୁର ଟାଟା ଷ୍ଟିଲ ପରିସରରେ ବଡ ଧରଣର ବିସ୍ଫୋରଣ

ଜାମସେଦପୁର, IBN ଓଡିଶା(ବ୍ୟୁରୋ) :ଲୌହ ନଗରୀ ଜାମସେଦପୁର ସାକଚି ଅଞ୍ଚଳରେ ଥିବା ଟାଟା ଷ୍ଟିଲରେ ସୋମବାର ଦିନ ଭୀଷଣ ବିସ୍ଫୋରଣ ହୋଇଛି। ବିସ୍ଫୋରଣ ଯୋଗୁଁ ପରିସର ସମେତ ଆଖପାଖ ଅଞ୍ଚଳରେ ହଇଚଇ ସୃଷ୍ଟି ହୋଇଥିଲା। ବିସ୍ଫୋରଣ ପରେ କମ୍ପାନୀ ପରିସରରେ ବିଭିନ୍ନ ଜାଗାରେ ନିଆଁ ଲାଗିଯାଇଛି। ନିଆଁ ନିୟନ୍ତ୍ରଣ କରିବାକୁ ଦମକଳ ଗାଡି ଡକାଯାଇଥିଲା। ତେବେ ବିସ୍ଫୋରଣ ଯୋଗୁଁ କୌଣସି କ୍ଷୟକ୍ଷତି ହୋଇନଥିବା ଜଣାପଡିଛି।କମ୍ପାନୀ ସୂତ୍ର ଅନୁଯାୟୀ, ଟାଟା ଷ୍ଟିଲ ପରିସର ଭିତରେ ସାକଚି ଆଡକୁ ତାରାପୁର ଡମ୍ପିଂଗ ୟାର୍ଡ଼ ଅଛି। ଏଠାରେ ଗରମ ମେଟାଲକୁ ଥଣ୍ଡା କରିବାକୁ ଏକ ବଡ ଟ୍ୟାଙ୍କ ଅଛି। ଏଥିରେ ଗରମ ମେଟାଲ ପକାଇ ଥଣ୍ଡା କରାଯାଏ। ଟାଙ୍କିରେ ଭୁଲରେ କେବେ ପାଣି ରହିଗଲେ ବହୁତ ଚାପ ସୃଷ୍ଟି ହୋଇଥାଏ ଏବଂ ଏହି ଚାପ ଆବାଜ ସହ ଉପରକୁ ଉଠିଥାଏ। ସୋମବାର ଏକ ବଡ ଧରଣର ବିସ୍ଫୋରଣ ହୋଇଛି।

ସୂଚନା ଅନୁଯାୟୀ, ଗରମ ମେଟାଲ ଟାଙ୍କିରେ ପକାଇବା ପରେ କିଛି ଅଘଟଣ ଘଟିଥିଲା ଓ ସେଥିପାଇଁ ବିସ୍ଫୋରଣ ହୋଇଥିଲା। ବିସ୍ଫୋରଣ ଯୋଗୁଁ ଆଖପାଖରେ ଥିବା କିଛି ଗାଡିରେ ନିଆଁ ଲାଗିଯାଇଥିଲା। ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁ ନିୟନ୍ତ୍ରଣ କରିଛନ୍ତି।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button