ଓଡ଼ିଆ ଅଧିକାରୀ ହେଲେ ଭାରତୀୟ ସେନା ଉପମୁଖ୍ୟ

ଭୁବନେଶ୍ବର, IBN ଓଡିଶା(ବ୍ୟୁରୋ) : ଓଡ଼ିଆ ପୁଅ ଚଣ୍ଡିପ୍ରସାଦ ମହାନ୍ତି ହେବେ ଭାରତୀୟ ସେନା ଉପମୁଖ୍ୟ। ପ୍ରଥମ ଓଡ଼ିଆ ଭାବେ ସେନା ଉପମୁଖ୍ୟ ହେବେ ଚଣ୍ଡିପ୍ରସାଦ। ଲେଫ୍ଟନାଣ୍ଟ ଜେନେରାଲ ଚଣ୍ଡିପ୍ରସାଦ ମହାନ୍ତିଙ୍କୁ ଏହି ବଡ଼ ଦାୟିତ୍ୱ ମିଳିଛି। ସେନା ଉପମୁଖ୍ୟ ଭାବେ ଏସ୍କେ ସାଇନିଙ୍କ ସ୍ଥାନ ନେବେ। ଜାନୁଆରୀ ୩ରେ ଏସକେ ସାଇନି ଅବସର ଗ୍ରହଣ କରିବେ। ଏବେ ସଦର୍ଣ୍ଣ କମାଣ୍ଡ୍ର କମାଣ୍ଡର ଅଛନ୍ତି LG ଚଣ୍ଡିପ୍ରସାଦ ମହାନ୍ତି। LG ଚଣ୍ଡିପ୍ରସାଦ ମହାନ୍ତିଙ୍କ ଘର ଜଗତସିଂହପୁର ଜିଲ୍ଲା ଜୟବଡ଼।
ଗୋଟିଏ ପଟେ ଆତଙ୍କବାଦୀଙ୍କ ଅନୁପ୍ରବେଶ ଓ ଅନ୍ୟପଟେ ଭାରତ-ଚୀନ ତିକ୍ତତା ଚଣ୍ଡିପ୍ରସାଦଙ୍କ ପାଇଁ ଚ୍ୟାଲେଞ୍ଜ ରହିବ। ନିକଟରେ ସେନା ଦିବସ ଅବସରରେ ତିନି ସେନା ପାରଦର୍ଶିତାକୁ ଦେଖିଥିଲା ସାରା ଦେଶ। ଚୀନ୍କୁ ଖୋଲାଖୋଲି ଚେତାବନୀ ଦେଇ ସ୍ଥଳସେନା ମୁଖ୍ୟ ଜେନେରାଲ୍ ଏମ୍ଏମ୍ ନରଓ୍ୱାଣେ କହିଥିଲେ ଯେ ଆମ ଧୈର୍ଯ୍ୟର ପରୀକ୍ଷା ନିଅନାହିଁ। ଗଲ୍ଓ୍ୱାନ ଘାଟିର ବାହାଦୁରଙ୍କ ବଳିଦାନ ବ୍ୟର୍ଥ ଯିବନି। ଏଥିସହ ଏଲ୍ଓସି ସେପଟେ ୩୦୦ରୁ ୪୦୦ ଆତଙ୍କୀ ଅନୁପ୍ରବେଶ ଅପେକ୍ଷାରେ ଥିବା ସେ ଚେତାଇ ଦେଇଛନ୍ତି।