ମନୋରଞ୍ଜନ

ନିୟମିତ କରାନ୍ତୁ ଫେସିଆଲ ଏବଂ କ୍ଲିନ୍‌ଅପ୍‌ : ତ୍ୱଚାକୁ ରଖନ୍ତୁ ନମନୀୟ ଓ ଉଜ୍ୱଳ

ବଢୁଥିବା ବୟସ ଯୋଗୁଁ ନିଜ ଶରୀର ସହିତ ତ୍ୱଚାର ସ୍ୱତନ୍ତ୍ର ଧ୍ୟାନ ରଖିବା ମଧ୍ୟ ଜରୁରୀ। ଯଦି ଆପଣ ଏପରି କରୁନାହାନ୍ତି ତେବେ କମ୍‌ ବୟସରେ ମଧ୍ୟ ଆପଣଙ୍କ ତ୍ୱଚା ରୁକ୍ଷ, ତ୍ୱଚାରେ ଭାଙ୍ଗ ଭଳି ବିଭିନ୍ନ ସମସ୍ୟା ଦେଖାଦେଇଥାଏ। ଏପରି ହେଉଥିଲେ, ଆପଣ ଫେସିଆଲ ଏବଂ କ୍ଲିନଅପ୍‌ ନିୟମିତ କରିବା ଫଳରେ ଏଥିରୁ ମୁକ୍ତି ପାଇପାରିବେ। କିନ୍ତୁ ଅଧିକ ଫେସିଆଲ କରିବା ଦ୍ୱାରା ତ୍ୱଚା ଉପରେ ଖରାପ ପ୍ରଭାବ ପଡିଥାଏ ବୋଲି ଭାବନ୍ତି। କିନ୍ତୁ ଏପରି କିଛି ହୋଇନଥାଏ। ନିୟମିତ ଭାବେ ଫେସିଆଲ ଏବଂ କ୍ଲିନଅପ୍‌ କରାଇବା ଦ୍ୱାରା ଫାଇଦା ମିଳିଥାଏ।

facial

ବୟସ ବଢିବା ଯୋଗୁଁ ତ୍ୱଚାରେ ରୁକ୍ଷତା ଏବଂ ଶୁଷ୍କତା ନଜର ଆସିଥାଏ। ବୟସ ବଢିବା ଯୋଗୁଁ କୋଲେଜନ ପ୍ରଡକ୍ସନ କମ୍‌ ହୋଇଥାଏ। କୋଲେଜନ ତ୍ୱଚାରେ ନମନିୟତା ବଜାୟ ରଖେ। ଏଥିପାଇଁ ଯେତେବେଳ କୋଲେଜନ ହ୍ରାସ ପାଇଥାଏ, ତେବେ ତ୍ୱଚା ଲୋଚାକୋଚ ଏବଂ ଶୁଷ୍କ ଦେଖାଯାଏ। ଫେସିଆଲ କରାଇବା ଦ୍ୱାରା ଆପଣଙ୍କ ତ୍ୱଚାକୁ ପର୍ଯ୍ୟାପ୍ତ ମାତ୍ରାରେ ମଶ୍ଚରାଇଜର ମିଳେ।

5

ଯଦି ଆପଣଙ୍କ ଆଖି ତଳ କଳା ପଡୁଛି, ତେବେ ନିୟମିତ ଭାବେ ଫେସିଆଲ କରାନ୍ତୁ। ବୟସ ବଢିବା ଯୋଗୁଁ ଆଖି ତଳ କଳାପଡିବା, ପିଗମେଣ୍ଟେସନ ମଧ୍ୟ ବଢିଯାଏ। ସୂର୍ଯ୍ୟଙ୍କ ହାନିକାରକ କିରଣ, ପ୍ରଦୂଷଣ ଏବଂ ହରମୋନର ସନ୍ତୁଳନ ବିଗିଡିବା ଯୋଗୁଁ ଏଭଳି ସମସ୍ୟା ଦେଖାଦେଇଥାଏ। ନିୟମିତ ଫେସିଆଲ କରିବା ଦ୍ୱାରା ଆପଣଙ୍କ ଚେହେରାର ରଙ୍ଗ ସାମାନ୍ୟ ରହିବା ସହ କଳାଦାଗ, ଚେହେରାରୁ ଅନ୍ୟ ସବୁ ଦାଗ ଦୂର ହୁଏ।

6

ପ୍ରଦୂଷଣ, ମଇଳା, ଝାଳ, ମେକ୍‌ଅପ୍‌ ଇତ୍ୟାଦି ଆମ ତ୍ୱଚାର ରୋମଛିଦ୍ରକୁ ପ୍ରଭାବିତ କରି ସେଗୁଡିକ ବ୍ଲକ କରିଦିଏ। ଏହି କାରଣ ଯୋଗୁ ତ୍ୱଚାରେ ରୁକ୍ଷତା ନଜର ଆସିଥାଏ ଏବଂ ବ୍ରଣ ମଧ୍ୟ ହୋଇଯାଏ। ପ୍ରତିଦିନ କ୍ଲିନିଜିଂ କରିବା ଦ୍ୱାରା ଆପଣଙ୍କ ତ୍ୱଚାର ଉପର ଭାଗ ସଫା ହୋଇଥାଏ, କିନ୍ତୁ ରୋମଛିଦ୍ର ମଧ୍ୟରେ ମଇଳା ଏକାଠି ହୋଇ ରହିଥାଏ। ଫେସିଆଲରେ ଷ୍ଟିମ କରିବା ଦ୍ୱାରା ରୋମଛିଦ୍ର ଖୋଲିଯାଏ। ଏହା ସହିତ ସ୍କ୍ରବ କରିବା ଫଳରେ ମୁହଁରେ ଥିବା ସବୁ ମଇଳା ବାହାରିଯାଏ।

ନାକରେ ଥିବା ବ୍ଲାକ ହେଡସ୍‌ ଏବଂ ହ୍ଵାଇଟ ହେଡସ କାଢିବା ପାଇଁ କ୍ଲିନଅପ୍‌ କରନ୍ତୁ। ଫେସିଆଲ କରିବା ସମୟରେ ବ୍ଲାକହେଡସ୍‌ କାଢିବା ପାଇଁ ଏକ୍ସଷ୍ଟ୍ରସନ ଟୁଲର ବ୍ୟବହାର କରନ୍ତୁ। ଏପରି କରିବା ଦ୍ୱାରା ଆପଣଙ୍କ ତ୍ୱଚା ଚିକଣ ଏବଂ ଉଜ୍ୱଳ ଦେଖାଦେଇଥାଏ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button