କଣ ଆପଣ କେବେ ଟେଷ୍ଟ କରିଛନ୍ତି ‘ଟମାଟୋ ଦୋଷା’, ଆଜି ପ୍ରସ୍ତୁତ କରି ଚାଖନ୍ତୁ ସ୍ୱାଦ

ଆଜିକା ସମୟରେ ଏମିତି କୌଣସି ସ୍ଥାନ ନାହିଁ ଯେଉଁଠି ସାଉଥ୍ ଇଣ୍ଡିଆନ ଦୋଷା ଲୋକେ ଖାଉନାହାନ୍ତି। ସେହିପରି ବହୁତ କମ୍ ଲୋକ ଥିବେ ଯେଉଁମାନେ ଦୋଷା ଖାଉଥିବେ ନଚେତ ଦୋଷା ଖାଇବା ସମସ୍ତଙ୍କୁ ପସନ୍ଦ। କିନ୍ତୁ କଣ ଆପଣ ଜାଣିଛନ୍ତି ଏହି ଦୋଷାକୁ ବହୁତ ପ୍ରକାରର ବନା ଯାଇପାରିବ। ଆଜି ଆମେ ଆପଣଙ୍କୁ ଏକ ନୂଆ ଷ୍ଟାଇଲର ଦୋଷା ରେସିପି ନେଇ ଆସିଛି ଯାହା ଦେଖିବାକୁ ଯେତେ ସୁନ୍ଦର ଖାଇବାକୁ ମଧ୍ୟ ସେତେ ସୁନ୍ଦର। ଆମେ ଆପଣଙ୍କ ପାଇଁ ଆଜି ନେଇ ଆସିଛୁ ଟମାଟୋ ଦୋଷା। ତାହେଲେ ଆସନ୍ତୁ ଜାଣିବା ଏହାକୁ କେମିତି କରିବେ ପ୍ରସ୍ତୁତ।
ଆବଶ୍ୟକ ସାମଗ୍ରୀ
ଚାଉଳ ଗୁଣ୍ଡ – ୧ କପ୍
ଚଣା ଗୁଣ୍ଡ – ୨ ଚାମଚ
ଟମାଟୋ – ୩
ତେଲ – ୧/୨ କପ୍
କଞ୍ଚା ଲଙ୍କା – ୩
ସୁଜି – ୧ କପ୍
ରସୁଣ – ୪ କୋଲା
ସୋଢ଼ା – ୧ ଚିମୁଟା
ଧନିଆ ପତ୍ର – ଅଳ୍ପ
ଲୁଣ – ସ୍ୱାଦାନୁସାରେ
ହଳଦି – ୧ ଚାମଚ
ଜୀରା ପାଉଡର -୧/୨ ଚାମଚ
ଘିଅ – ୩ ଚାମଚ
ବଟର – ୩ ଚାମଚ
ପ୍ରସ୍ତୁତି ପ୍ରଣାଳୀ
-ସର୍ବପ୍ରଥମେ ରସୁଣ, ଟମାଟୋ ଏବଂ କଞ୍ଚା ଲଙ୍କାକୁ ଭଲ ଭାବେ ପେଶି ଦିଅନ୍ତୁ।
-ଏବେ ଏକ ପାତ୍ରରେ ସୁଜି, ଚାଉଳ ଗୁଣ୍ଡ, ଚଣା ଗୁଣ୍ଡ, ଲୁଣ, ସୋଡା ଏବଂ ବାକି ମସଲା ମିଶାଇ ଦିଅନ୍ତୁ।
-ଏହାପରେ ଏଥିରେ କାଟି ରଖିଥିବା ଧନିଆ ପତ୍ର ଏବଂ ଆବଶ୍ୟକ ଅନୁଯାୟୀ ପାଣି ପକାଇ ଭଲ ଭାବେ ମିକ୍ସ କରିଦିଅନ୍ତୁ।
-ଏବେ ଏହି ଘୋଳକୁ ୫ ମିନିଟ ପାଇଁ ଅଲଗା ରଖିଦିଅନ୍ତୁ।
-୫ ମିନିଟ୍ ପରେ ଏଥିରେ ପେଶି ରଖିଥିବା ମିଶ୍ରଣକୁ ପକାଇ ଭଲଭାବେ ମିକ୍ସ କରନ୍ତୁ।
-ଏବେ ତାଓ୍ଵାରେ ତେଲ ପକାଇ ଗରମ କରନ୍ତୁ।
-ତେଲ ଗରମ ହୋଇଗଲେ ସେହି ମିଶ୍ରଣକୁ ତାଓ୍ଵାରେ ପକାଇ ଦୋଷା ଭଳି ବୁଲାଇ ଦିଅନ୍ତୁ।
-ଏହାଉପରେ ଘିଅ କିମ୍ବର ବଟର ପକାଇ ଧୀମା ଆଞ୍ଚରେ ଛାଡି ଦିଅନ୍ତୁ।
-ଏହାକୁ ଓଲଟାଇ ଅନ୍ୟ ପାଖକୁ ହାଲକା ସୁନେଲୀ ରଙ୍ଗ ହେବା ପଯ୍ୟର୍ନ୍ତ ରଖନ୍ତୁ।
-ଏବେ ଆପଣଙ୍କର ଟମାଟୋ ଦୋଷା ପ୍ରସ୍ତୁତ ହୋଇଯାଇଛି।
-ଏହାକୁ ଆପଣ ଆପଣଙ୍କ ମନ ପସନ୍ଦର ଚଟଣୀ ସହିତ ଖାଇପାରିବେ।




