ମନୋରଞ୍ଜନ

ତୁମେ ମୋ ଝିଅକୁ ବିଗାଡୁଛ ବୋଲି କହୁଥିବା ମହିଳାଙ୍କ ଉପରେ ରାଗିଗଲେ ଉର୍ଫି – Ibnodisha

[ad_1]

ମୁମ୍ବାଇ: ନିଜ ବୋଲ୍‌ଡ ଅନ୍ଦାଜରେ ଲୋକଙ୍କ ଦୃଷ୍ଟି ଆକର୍ଷଣ କରିଥିବା ଉର୍ଫି ଜାଭେଦ୍ ନିକଟରେ ‘ଇଣ୍ଡିଆ ଟୁଡେ କନ୍‌କ୍ଲେଭ୍‌’ରେ ଭାଗ ନେବାକୁ ପହଞ୍ଚିଥିଲେ। ସେ ନିଜର ନିଆରା ଫେସନ୍‌ ସେନ୍ସ ଓ ପୋଷାକ ପରିଧାନ ପାଇଁ ସର୍ବଦା ଚର୍ଚ୍ଚାରେ ରହିଥାନ୍ତି। ମାତ୍ର ୨୫ ବର୍ଷ ବୟସରେ ଅଭିନେତ୍ରୀ ନିଜର ଏକ ଭିନ୍ନ ପରିଚୟ ବନାଇ ପାରିଛନ୍ତି। ତେବେ ‘ଇଣ୍ଡିଆ ଟୁଡେ କନ୍‌କ୍ଲେଭ୍‌’ରେ ଭାଗ ନେବା ବେଳେ ଉର୍ଫି ‘ବ୍ଲାକ୍‌ ବଡିକନ୍‌’ ପୋଷାକ ପିନ୍ଧିଥିଲେ। ଏହି ପୋଷାକ ସାମ୍ନାରେ ଏକ ଆବରଣ ଥିଲ। ଫଳରେ ତାଙ୍କ ଚେହେରା ଦିଶୁନଥିଲା। ଉର୍ଫି ସେହି ଆବରଣକୁ ତଳକୁ କରି ନିଜ ‌ଚେହେରା ଦେଖାଇଥିଲେ। ମଞ୍ଚ ଉପରକୁ ଆସି ତାହାକୁ ତଳକୁ କରି ନିଜ ଚେହେରା ଦେଖାଇଥିଲେ ଉର୍ଫି।

‌ତେବେ ସବୁଠାରୁ ମଜାଦାର କଥା ହେଉଛି ଜଣେ ମହିଳାଙ୍କୁ ଉର୍ଫି ଦେଇଥିବା ଜବାବ। ମହିଳା ଜଣକ ଉର୍ଫିଙ୍କୁ ଦେଖି କହିଲେ କି, ‘‘ତୁମେ ମୋ ଟିନ୍‌ଏଜ୍‌ ଝିଅକୁ ବିଗାଡୁଛ।’’ ଯାହାର ଉତ୍ତରରେ ଉର୍ଫି କହିଛନ୍ତି, ‘‘ମୁଁ ଠିକା ନେଇଛି ତମ ଟିନ୍‌ଏଜ୍‌ ଝିଅକୁ ସୁଧାରିବାକୁ? ତମେ ସୁଧାର ତମ ଝିଅକୁ। ତମ ପିଲା, ତମେ ଜନ୍ମ ଦେଇଛି, ତମେ ସୁଧାରିବ। ମୁଁ ତୁମ ଝିଅକୁ ସମ୍ଭଳି ପାରିବିନି। ନିଜ ପିଲାର ଦାୟିତ୍ବ ମୋ ଉପରେ ପକାଅନି। ମୋତେ ସମ୍ଭାଳିବାର ହୋଇଥାନ୍ତା ତ ମୁଁ ନିଜେ ହିଁ କରି ଦେଇଥାନ୍ତି ନିଜର। ମୁଁ କୌଣସି ରାଜନେତ୍ରୀ ନୁହେଁ ଯେ କାହା ପିଲାର ଦାୟିତ୍ବ ନେବି। ମୁଁ ମନୋରଞ୍ଜନ କ୍ଷେତ୍ରରେ କାମ କରୁଛି। ମୁଁ‌ ମୋ କାମକୁ ଉପଭୋଗ କରୁଛି।’’



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button