ମନୋରଞ୍ଜନ

‘ଯବାନ’ ଦେଖିବା ପରେ ଅଲ୍ଲୁ-ଅର୍ଜୁନଙ୍କ ପ୍ରତିକ୍ରିୟା – Ibnodisha

[ad_1]

ନୂଆଦିଲ୍ଲୀ: ବଲିଉଡ ସୁପରଷ୍ଟାର ଶାହରୁଖ ଖାନଙ୍କ ସଦ୍ୟତମ ଫିଲ୍ମ ‘ଯବାନ’ର ପ୍ରଶଂସା ଚାରିଆଡେ ଚାଲିଛି। ଯିଏ ‘ଯବାନ’ ସିନେମା ‌ଦେଖୁଛନ୍ତି ସିଏ ପ୍ରଶଂସା କରି ରହି ପାରୁ ନାହାନ୍ତି। ନିକଟରେ ଜଣେ ବୃଦ୍ଧା ବି ‘ଯବାନ’ ‌ଦେଖି ଶାହରୁଖଙ୍କ ଖୁବ ପ୍ରଶଂସା କରିଥିବା ବେଳେ ଭାରତୀୟ ଜନତା ପାର୍ଟି (ବିଜେପି) ବି ‘ଯବାନ’ ସିନେମାର ଖୁବ ପ୍ରଶଂସା କରିଛି।

ଏହି କ୍ରମରେ ଅଭିନେତା ଅଲ୍ଲୁଅର୍ଜୁନ ‘ଯବାନ’ର ସମ୍ପୂର୍ଣ୍ଣ ଷ୍ଟାରକାଷ୍ଟର ଭୁରିଭୁରି ପ୍ରଶଂସା କରିଛନ୍ତି। ‘ଯବାନ’ର ପ୍ରତିଟି ଷ୍ଟାରକାଷ୍ଟଙ୍କୁ ଶୁଭେଚ୍ଛା ଜଣାଇ ଅଲ୍ଲୁ-ଅର୍ଜୁନ ଏକ ପୋଷ୍ଟ ସେୟାର କରିଛନ୍ତି।

 

ଏଥି‌ରେ ଅଭିନେତା ଲେଖିଛନ୍ତି, ‘ଧମାକା ବ୍ଲକବଷ୍ଟର ପାଇଁ ‘ଯବାନ’ର ସମ୍ପୂର୍ଣ୍ଣ ଟିମକୁ ଶୁଭେଚ୍ଛା। ‘ଯବାନ’ର ପ୍ରଯୋଜକ, ଟେକନିକାଲ ସଦସ୍ୟ, କ୍ରୁ ଓ ସମ୍ପୂର୍ଣ୍ଣ କାଷ୍ଟଙ୍କୁ ଅନେକ ଅନେକ ଶୁଭେଚ୍ଛା। ଶାହରୁଖ ସାର ମୁଁ ଆପଣଙ୍କ ପାଇଁ ଖୁବ ଖୁସି। କାରଣ ‘ଯବାନ’ର ଏଭଳି ସଫଳତା ପାଇଁ ମୁଁ ପ୍ରାର୍ଥନା କରିଥିଲି। ଆଉ ମୋର ପ୍ରାର୍ଥନା ଫଳପ୍ରଦ ହୋଇଛି।

ନିକଟରେ ଶାହରୁଖ ଖାନଙ୍କ ଚଳଚ୍ଚିତ୍ରର ଏକ ପୋଷ୍ଟର ସେୟାର କରି ବିଜେପି ଜାତୀୟ ମୁଖପାତ୍ର ଗୌରବ ଭାଟିଆ ଲେଖିଛନ୍ତି- ଯବାନ ଚଳଚ୍ଚିତ୍ର ମାଧ୍ୟମରେ କଂଗ୍ରେସର ୧୦ ବର୍ଷର କୁଶାସନର ମୁଖା ଖୋଲିଥିବାରୁ ଶାହରୁଖ ଖାନଙ୍କୁ ଆମେ ଧନ୍ୟବାଦ ଦେବା ଉଚିତ। ଏହି ଚଳଚ୍ଚିତ୍ର ଉପା ସରକାରର ‘ଶୋଚନୀୟ ରାଜନୈତିକ ଅତୀତ’ର ସ୍ମରଣ କରାଇଦେଉଛି ବୋଲି ଭାଟିଆ ଲେଖିଛନ୍ତି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button