ଅନ୍ୟକୁ ଉଲଗ୍ନ କରି ଟଙ୍କା ରୋଜଗାର କରୁଥିବା ଲୋକ ଏବେ ମୋ ପୋଷାକ ଉପରେ ମନ୍ତବ୍ୟ ଦେବ: ଉର୍ଫି ଜାଭେଦ – Ibnodisha

[ad_1]
ମୁମ୍ବାଇ: ମୋ କାମ କପଡ଼ା ପିନ୍ଧାଇବା, ଉତାରିବା ନୁହେଁ। ଭିଡିଓ ସେୟାର କରି ଏଭଳି କହିଥିଲେ ବ୍ୟବସାୟୀ ତଥା ବଲିଉଡ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ସ୍ୱାମୀ ରାଜ କୁନ୍ଦ୍ରା। ଇନଷ୍ଟାରେ ରାଜ ଏକ ଭିଡିଓ ସେୟାର କରିଥିଲେ, ଯେଉଁଥିରେ ସେ ଷ୍ଟାଣ୍ଡ ଅପ୍ କମେଡି କରୁଥିବାର ନଜର ଆସିଥିଲେ। କମେଡି ଜରିଆରେ ସେ ନିଜ ସହ ଅତୀତରେ ଘଟିଥିବା ଘଟଣା ବିଷୟରେ କହିଥିଲେ। ହେଲେ ନିଜର ମଜାକ୍ ଉଡ଼ାଇବା ସହ ସେ ଉର୍ଫିଙ୍କୁ ବି ଟାର୍ଗେଟ କରିଥିବାରୁ ଏବେ ତାଙ୍କୁ ଜବାବ ଦେଇଛନ୍ତି ଉର୍ଫି। ଇନଷ୍ଟା ଷ୍ଟୋରୀରେ ରାଜ କୁନ୍ଦ୍ରାଙ୍କ ଭିଡିଓ ସେୟାର କରି ଉର୍ଫି ତାଙ୍କୁ ଜବାବ ଦେଇଥିବା ଦେଖାଯାଇଛି।
ଭିଡିଓରେ ରାଜ କୁନ୍ଦ୍ରା କହୁଥିବା ଦେଖାଯାଇଛି ଯେ, ‘ଗତ ଦୁଇ ବର୍ଷ ମଧ୍ୟରେ ଯଦି କେହି ମୋତେ ଭଲ ପାଇଛନ୍ତି, ତେବେ ସେ ହେଉଛନ୍ତି ଗଣମାଧ୍ୟମ ପ୍ରତିନିଧି। କାରଣ ଗଣମାଧ୍ୟମ ପ୍ରତିନିଧି କେବଳ ଦୁଇ ଜଣଙ୍କୁ ଷ୍ଟାର ଭାବନ୍ତି। ଗୋଟିଏ ମୁଁ ଏବଂ ଅନ୍ୟଟି ଉର୍ଫି ଜାଭେଦ। ଗଣମାଧ୍ୟମ କେବଳ ଏହା ଦେଖେ ଯେ, ରାଜ କୁନ୍ଦ୍ରା ବର୍ତ୍ତମାନ କ’ଣ ପିନ୍ଧିବେ ଏବଂ ଉର୍ଫି ଜାଭେଦ୍ ବର୍ତ୍ତମାନ କ’ଣ ପିନ୍ଧିବେ ନାହିଁ?

ତାଙ୍କର ଏଭଳି କମେଡି ଉର୍ଫିଙ୍କୁ ପସନ୍ଦ ଆସିନଥିବା ବେଳେ ଇନଷ୍ଟା ଷ୍ଟୋରୀରେ ତାଙ୍କୁ ଜବାବ ଦେଇ ଉର୍ଫି ଲେଖିଛନ୍ତି, ‘ଯିଏ ଅନ୍ୟମାନଙ୍କୁ ଉଲଗ୍ନ କରି ଟଙ୍କା ରୋଜଗାର କରେ, ସେ ବର୍ତ୍ତମାନ ମୋର ପୋଷାକ ଉପରେ ମନ୍ତବ୍ୟ ଦେବ।’
[ad_2]




