ଏକତରଫା ପ୍ରେମରେ ହେଡ କନଷ୍ଟେବଳ ନେଇଗଲେ ସହକର୍ମୀଙ୍କ ଜୀବନ – Ibnodisha
[ad_1]
ବ୍ୟୁରୋ: ଭାରି ଚତୁର ଆଉ ଚାଲାକ ଥିଲା ସୁରେନ୍ଦ୍ର । ନିଜେ ଅଭିଯୁକ୍ତ ହୋଇ ବି ପରିବାରଙ୍କ ସହ ମିଶି ଖୋଜୁଥିଲା । ଏମିତି ଜବରଦସ୍ତ ଅଭିନୟ କରୁଥିଲା ଯେ କେହି ତାର ଟେର ପାଉନଥିଲେ । ଦୁଇ ବର୍ଷ ଧରି ମୋନାର ପରିବାର ଲୋକଙ୍କୁ ଭୂଆଁ ବୁଲାଇ ଚାଲିଲା । କିନ୍ତୁ ଅଭିଯୁକ୍ତ ଯେତେ ଚାଲାକ ହେଉ ପଛେ ଆଇନ୍ ଆଗରେ ଫିକା । ଆମେ ଆପଣଙ୍କୁ କହୁଛୁ ୨ ବର୍ଷ ପୂର୍ବେ ଘଟିଥିବା ବହୁ ଚର୍ଚ୍ଚିତ ଦିଲ୍ଲୀ ଲେଡି କନଷ୍ଟେବଳଙ୍କ ହତ୍ୟାକାଣ୍ଡ । ଘଟଣାକୁ ଦୁଇ ବର୍ଷ ବିତିଯାଇଥିଲେ ବି ବର୍ତ୍ତମାନ ଖୋଲିଲା ହତ୍ୟା ରହସ୍ୟ । ୨ ବର୍ଷ ପରେ ଖୋଲିଲା ଦିଲ୍ଲୀ ଲେଡି କନଷ୍ଟେବଳଙ୍କ ହତ୍ୟା ରହସ୍ୟ । ଏକ ତରଫା ପ୍ରେମକୁ ନେଇ ଅନେକ ହତ୍ୟା ଘଟଣା ଆପଣ ଶୁଣିଥିବେ । କିନ୍ତୁ ଦିଲ୍ଲୀରେ ମହିଳା କନଷ୍ଟେବଳଙ୍କ ହତ୍ୟାର ରହସ୍ୟ ସମସ୍ତଙ୍କୁ ଚମକାଇ ଦେଇଛି । ଏହି ଘଟଣାରେ ସବୁଠୁ ଖାସ କଥା ହେଉଛି ଏଥିରେ ହତ୍ୟାକାରୀ ଅନ୍ୟ କେହି ନୁହେଁ ବରଂ ମୃତ ମହିଳା କନଷ୍ଟେବଳଙ୍କ ସହ କାର୍ଯ୍ୟରତ ହେଡ କନଷ୍ଟେବଳ ।
ଏକତରଫା ପ୍ରେମ ନିବେଦନକୁ ପ୍ରତ୍ୟାଖାନ କରିବା ପରେ ମହିଳା କନଷ୍ଟେବଳଙ୍କୁ ହେଡ କନଷ୍ଟେବଳ ହତ୍ୟା କରିବା ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି । ପୁଲିସର ତଦନ୍ତ ରିପୋର୍ଟ ଅନୁସାରେ, ସୁରେନ୍ଦ୍ର ରାଣାଙ୍କ ନିଯୁକ୍ତି ୨୦୧୨ରେ ଦିଲ୍ଲୀ ପୁଲିସର ପିସିଆର ୟୁନିଟରେ ହୋଇଥିଲ । ସେ ଏଠାରେ ହେଡକନଷ୍ଟେବଳ ଭାବେ ଯୋଗ ଦେଇଥିଲେ । ଠିକ୍ ଏହାର ୨ ବର୍ଷ ପରେ ୨୦୧୪ରେ ମହିଳା କନଷ୍ଟେବଳଙ୍କ ନିଯୁକ୍ତି ଏହି ୟୁନିଟରେ ହେଲା । ଏକା ସଙ୍ଗେ କାମ କରୁଥିବାରୁ ଦୁହିଁଙ୍କ ଭିତରେ ସମ୍ପର୍କ ଭଲ ଥିଲା । ମୋନା ସୁରେନ୍ଦ୍ରକୁ ଯଥେଷ୍ଟ ସମ୍ମାନ ଦେଉଥିବାବେଳେ ସୁରେନ୍ଦ୍ର କିନ୍ତୁ ମୋନା ପ୍ରେମରେ ପଡିଯାଇଥିଲେ । ମୋନା ଜଣେ ମେଧାବୀ ଛାତ୍ରୀ ଥିଲେ । ସେ ତାଙ୍କ ସ୍କୁଲ ଓ କଜେଲର ଟପ୍ପର ଥିଲେ । କିଛି ମାସର ବ୍ୟବଧାନରେ ତାଙ୍କର ପଦୋନ୍ନତି ହୋଇ ସବଇନ୍ସପେକ୍ଟର ପଦ ମିଳିଥିଲା । ଏହାସହ ମୋନା ଆଇପିଏସ୍ ସ୍ୱପ୍ନକୁ ପୂରଣ କରିବାକୁ ମୁଖାର୍ଜୀନଗରରେ କୋଚିଙ୍ଗ କ୍ଲାସ ଜଏନ୍ କରିବା ସହ ୟୁପିଏସସି ପାଇଁ ଜୋର ଦାର ପ୍ରସ୍ତୁତି ଚଳାଇଥିଲେ ।
ଏହି ସମୟ ମଧ୍ୟରେ ହେଡକନଷ୍ଟେବଳ ମୋନାଙ୍କୁ ଫୋନରେ ପ୍ରେମ ନିବେଦନ କରିଥିଲା, ଯାହାକୁ ପ୍ରତ୍ୟାଖ୍ୟାନ କରିଥିଲେ ମୋନା । କିଛି ଦିନ ପରେ ସୁରେନ୍ଦ୍ର ରାଣା ମୁଖାର୍ଗୀନଗର ସ୍ଥିତ ମୋନାଙ୍କ ବାସଭବନକୁ ଯାଇ ତାଙ୍କୁ ମିଛ କଥା କହି ଗାଡିରେ ନେଇ ନିଜ ଘରକୁ ଯାଉଥିଲେ । ଅଧବାଟରେ ନିଜର ଦୁଇ ସହଯୋଗୀଙ୍କ ସହ ମିଶି ମୋନାର ତଣ୍ଟି ଚିପି ହତ୍ୟା କରିବା ସହ ମୃତ ଦେହକୁ ଏକ ନାଳରେ ପଥର ବାନ୍ଧି ଫିଙ୍ଗିଦେଇଥିଲେ । ମୋନା କୁଆଡେ ଚାଲିଯାଇଛନ୍ତି ବୋଲି ଫୋନରେ ମୋନାଙ୍କ ପରିବାର ଲୋକଙ୍କୁ କହିଥିଲେ । ନିଜର ଅପରାଧକୁ ଲୁଚାଇବାକୁ ହେଡକନଷ୍ଟେବଳ ଅନେକ ମିଛ କାହାଣୀ ସୃଷ୍ଟି କରିଥିଲା । ନିଜ ଶଳା ଓ ତା’ ସାଙ୍ଗଙ୍କ ଜରିଆରେ ମୋନାଙ୍କ ଭଏସ୍ ମଡ୍ୟୁଲେଟ୍ କରି ଫୋନରେ ତାଙ୍କ ପରିବାର ଲୋକଙ୍କୁ ଶୁଣାଉଥିଲେ । ଯେପରି ମୋନା ବଞ୍ଚିଛନ୍ତି ବୋଲି ପରିବାର ଲୋକେ ଭାବିବେ । ହେଲେ ଆଉ କିଛି ବି ଟେର ପାଇପାରୁନଥିଲେ ମୋନାଙ୍କ ବାପା, ମା’ ।
[ad_2]