ମନୋରଞ୍ଜନ

ଫ୍ରାଇଡେ ରିଲିଜ୍‌: ପୁଷ୍ପା-୨: ଛଅ ଦିନରେ ହଜାରେ କୋଟି

ଭୁବନେଶ୍ବର: ପ୍ରଥମ ଦିନରୁ ହିଁ ନୂଆ ନୂଆ ରେକର୍ଡ କରୁଛି ଅଲୁ ଅର୍ଜୁନ ଓ ରଶ୍ମିକା ମନ୍ଦାନାଙ୍କ ଅଭୀନିତ ଫିଲ୍ମ ‘ପୁଷ୍ପା ୨: ଦ ରୁଲ୍’। ସପ୍ତାହ ନପୁରୁଣୁ, ୬ ଦିନରେ ବେପାର ହଜାର କୋଟି ପାର୍‌ କରିଛି। ଏପର୍ଯନ୍ତ ଭାରତୀୟ ସିନେମା ଇତିହାସରେ କୌଣସି ଫିଲ୍ମ ଏଭଳି ବ୍ୟବସାୟ କରିପାରିନାହିଁ। ଗୋଟିଏ ସପ୍ତାହରେ ୧୦୬୨ କୋଟିର ବ୍ୟବସାୟ କରିଛି। ଏହି ଫିଲ୍ମ ପ୍ରଥମ ଦିନରେ ୧୬୪.୨୫ କୋଟି, ଦ୍ୱିତୀୟ ଦିନରେ ୯୩.୮ କୋଟି ଓ ତୃତୀୟ ଦିନରେ ୧୧୫ କୋଟି ବେପାର କରିଥିଲା। ପ୍ରଥମ ତିନି ଦିନରେ ୩୮୩.୭ କୋଟି ଟଙ୍କା ହୋଇଥିବା ବେଳେ ପର ତିନିଦିନରେ ୬୧୯ କୋଟି ବେପାର ହୋଇଛି। କେବଳ ଭାରତରେ ୭୦୩ କୋଟି ଟଙ୍କା ଏବଂ କେବଳ ହିନ୍ଦୀ ଭାଷାରେ ୩୭୦ କୋଟି ଟଙ୍କା ଆୟ କରି ପୂର୍ବର ସବୁ ରେକର୍ଡକୁ ଭାଙ୍ଗିଛି। ବାହୁବଳୀ-୨ ୧୦ ଦିନରେ ହଜାରେ କୋଟି ଟଙ୍କା ରୋଜଗାର କରିଥିଲା। ୭ ଦିନରେ ୧୦୪୮ କୋଟି ରୋଜଗାର କରି ରେକର୍ଡ କରିଥିଲା ‘ପଠାନ’। ଏହି ଫିଲ୍ମର ରେକର୍ଡ ଭାଙ୍ଗିଛି ଭାଙ୍ଗିଛି ପୁଷ୍ପା-୨: ଦ ରୁଲ୍‌। ସପ୍ତାହ ପରେ ମଧ୍ୟ ରାଜଧାନୀରେ ଏହି ଫିଲ୍ମରେ ୧୦୧ଟି ସୋ’ ଲାଗିଛି। କେବଳ ଏସ୍‌ପ୍ଲାନେଡରେ ସର୍ବାଧିକ ୧୮ଟି ସୋ ଲାଗିଛି। ଟିକେଟ୍‌ ଦର ପୂର୍ବାପେକ୍ଷା ୫୦ରୁ ୧୦୦ ଟଙ୍କା କମିଛି। ସକାଳୁ ବିଳମ୍ବିତ ରାତି ଯାଏ ପ୍ରାୟ ସବୁ ସୋ ହାଉସ୍‌ ଫୁଲ୍ ରହୁଛି।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button