ମନୋରଞ୍ଜନ

ଦ୍ବିତୀୟ ଥର ଅନୁଷ୍କା ମାଆ ବନିବାକୁ ଯାଉଛନ୍ତି ଖବର ମଧ୍ୟରେ ସାମ୍ନାକୁ ଆସିଲା ଏହି ଭିଡିଓ – Ibnodisha

[ad_1]

ନୂଆଦିଲ୍ଲୀ: ଏକ ଖବର ଅଛି ଯେ ଅନୁଷ୍କା ଶର୍ମା ତାଙ୍କର ଦ୍ୱିତୀୟ ସନ୍ତାନର ମାଆ ବନିବାକୁ ଯାଉଛନ୍ତି। ଅବଶ୍ୟ ଏହି ଖବରକୁ ନେଇ ବିରାଟ କୋହଲି ଓ ଅନୁଷ୍କା ଶର୍ମା କୌଣସି ସ୍ପଷ୍ଟ ସୂଚନା ଦେଇନାହାନ୍ତି। ମାତ୍ର ଶୁଣିବାକୁ ମିଳୁଛି ଯେ ଅଭିନେତ୍ରୀ ଏବେ ତାଙ୍କର ଦ୍ବିତୀୟ ତୈମାସିକରେ ଅଛନ୍ତି।

ଏହି ଖବର ଭିତରେ ଅନୁଷ୍କାଙ୍କର ଏକ ଭିଡିଓ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହୋଇଛି।  ଅନୁଷ୍କା ଶର୍ମା କାର୍‌ରେ ବସି ବାହାଘରକୁ ଯାଉଥିବା ବେଳେ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ସେ ଏକ ସାର୍ଟ ପିନ୍ଧିଥିବାର ନଜର ଆସିଛନ୍ତି। ଭିଡିଓରେ ଇନ୍‌ଷ୍ଟାଗ୍ରାମ୍‌ ପେଜ୍‌ ଭାଇରାଲ୍‌ଭୟାନିରେ ପୋଷ୍ଟ୍‌ ହୋଇଛି। ଅନୁଷ୍କା ଚାହୁଁ ନଥିଲେ ଯେ ଫଟୋ ଚିତ୍ର କିମ୍ବା ଭିଡିଓ ନିଆଯାଉ, ଯାହାକି ଭିଡିଓଟିକୁ ଦେଖିବା ପରେ ଜଣାପଡ଼ିଛି।

 

ତେବେ ଇନ୍‌ଷ୍ଟା ପେଜ୍‌ରେ ଭିଡିଓଟି ପୋଷ୍ଟ୍‌ କରାଯିବା ସହ ‘ଗର୍ଭବତୀ ଥିବା କଥା ସତ କି?’ ବୋଲି ତାହା ଉପରେ କ୍ୟାପ୍‌ସନ୍‌ ଲେଖାଯାଇଛି। ଅନଲାଇନରେ ସେୟାର ହୋଇଥିବା ଏକ ଭିଡିଓରେ ଅନୁଷ୍କା ଶର୍ମା ଧଳା ସାର୍ଟ ଏବଂ ପ୍ୟାଣ୍ଟ ପିନ୍ଧିଥିବାର ନଜର ଆସିଥିଲେ।

ଅନୁଷ୍କା ଶର୍ମା ଦେଖିଲେ ଯେ କ୍ୟାମେରାଗୁଡ଼ିକ ତାଙ୍କ ଫଟୋ ଉଠାଇବାକୁ ଚେଷ୍ଟା କରୁଛନ୍ତି ଏବଂ ସେ ତାଙ୍କ ଫଟୋ ନ ନେବାକୁ ପାପାରାଜିଙ୍କୁ ସଙ୍କେତ ଦେଇଛନ୍ତି। ଏହା ପରେ ଅନୁଷ୍କା ଶର୍ମା ପାପାରାଜିଙ୍କୁ ବିଦାୟ ଦେଇ ସେଠାରୁ ଚାଲି ଯାଉଛନ୍ତି।
ତେବେ ବାସ୍ତବରେ ଯଦି ଅନୁଷ୍କା ଶର୍ମା ମାଆ ଓ ବିରାଟ କୋହଲ ବାପା ହେବାକୁ ଯାଉଛନ୍ତି ତ ତାହା ଖୁବ୍‌ ଭଲ ଖବର। ଦୁହିଁଙ୍କର ପୂର୍ବରୁ ଭମିକା ନାମରେ ଏକ ଝିଅ ବି ଅଛି।



[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button