ମନୋରଞ୍ଜନ

ହ୍ରିତିକ ଓ ସବାଙ୍କ ଫଟୋରେ ଏପରି ପ୍ରତିକ୍ରିୟା ଦେଲେ ପୂର୍ବ ପତ୍ନୀ ସୁଜାନେ – Ibnodisha

[ad_1]

ନୂଆଦିଲ୍ଳୀ: ପ୍ରଥମ ପତ୍ନୀ ସୁଜାନେଙ୍କଠାରୁ ଅଲଗା ହେବା ପରେ ଏବେ ବଲିଉଡ ଅଭିନେତା ହ୍ରିତିକ ରୋଶନ ଅଭିନେତ୍ରୀ ସବା ଆଜାଦଙ୍କୁ ଡେଟ୍ କରୁଥିବା କଥା ଆପଣ ଜାଣିଥିବେ ନିଶ୍ଚୟ। ସେମାନେ ‌ଏବେ ନିଜ ସଂପର୍କକୁ କେବେ ଲୁଚାଇବାର ପ୍ରୟାସ କରନ୍ତି ନାହିଁ। ଏକଥା ସମସ୍ତଙ୍କୁ ଜଣା ଯେ ହ୍ରିତିକ ଓ ସବା ପରସ୍ପରଙ୍କ ସହ ପ୍ରେମ ସଂପର୍କରେ ଅଛନ୍ତି।

ଏହି ଯୋଡ଼ି ଏବେ ଆର୍ଜେଣ୍ଟିନା‌ରେ ଛୁଟି ବିତାଉଛନ୍ତି। ଏହି ଅବସରରେ ଦୁହିଁଙ୍କର ଏକ ଫଟୋ ଭାଇରାଲ୍‌ ହୋଇଛି। ଏହି ରୋମାଣ୍ଟିକ୍‌ ଫଟୋକୁ ହ୍ରିତିକଙ୍କ ପ୍ରେମିକା ସବା ନିଜ ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟ୍‌ରେ ସେୟାର୍‌ କରିଛନ୍ତି।

ଏହି ନୂଆ ଫଟୋରେ ଦୁହେଁ ସାଙ୍ଗ ହୋଇ ସେଲ୍‌ଫି ନେଇଥିବାର ଦେଖିବାକୁ ମିଳିଛି। ସେମାନଙ୍କ ଚେହେରାରେ ଥିବା ଖୁସିରୁ ଜଣାପଡୁଛି ଯେ ଦୁ‌ହେଁ ପ୍ରତ୍ୟେକ ମୁହୂର୍ତ୍ତକୁ କେତେ ଉପଭୋଗ କରୁଛନ୍ତି।

ହ୍ରିତିକ୍‌ଙ୍କର ତାଙ୍କ ପ୍ରେମିକାଙ୍କ ସହ ଖୁସି ହେବାର ଦେଖି ପୁର୍ବ ପତ୍ନୀ ସୁଜାନେ ଖାନ୍‌ କମେଣ୍ଟ୍‌ ନକରି ରହିପାରିନାହାନ୍ତି। ହ୍ରିତିକଙ୍କ ପୂର୍ବ ପତ୍ନୀ ସୁଜାନେ ଖାନ୍‌ କମେଣ୍ଟ୍‌ରେ ‘ସୁନ୍ଦର ଫଟୋ’ ବୋଲି ଲେଖିଛନ୍ତି। କ୍ୟାପ୍‌ସନ ସହିତ ସେ ଏକ ହାର୍ଟ ଇମୋଜି ବି ଦେଇଛନ୍ତି।

ହ୍ରିତିକ ଓ ସବାଙ୍କୁ ଏକାସାଥୀରେ ଦେଖି ତାଙ୍କ ପ୍ରଶଂସକମାନେ ବି ବେଶ୍‌ ଖୁସି ହୋଇ ଯାଇଛନ୍ତି। ଦୁହିଁଙ୍କୁ ବିବାହ କରିବା ପାଇଁ ଅନେକ ପ୍ରଶଂସକ ପରାମର୍ଶ ଦେଇଥିବା ବେଳେ କିଛି ପ୍ରଶଂସକ ଦୁଇ ଜଣଙ୍କ ଯୋଡ଼ିକୁ ଖୁବ୍‌ ପସନ୍ଦ କରିଛନ୍ତି।

କାମ ବିଷୟରେ କହିବାକୁ ଗଲେ ଆଗକୁ ହ୍ରିତିକଙ୍କୁ ସିଦ୍ଧାର୍ଥ ଆନନ୍ଦଙ୍କ ଫିଲ୍ମ ‘ଫାଇଟର୍‌’ରେ ଦୀପିକା ପାଦୁକୋନଙ୍କ ସହ ଦେଖିବାକୁ ମିଳିବ।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button