ଅପରାଧ

ଶୁଭଲକ୍ଷ୍ମୀଙ୍କ ଆସିଲା କଲ୍ ରେକର୍ଡ – Ibnodisha

[ad_1]

ଭୁବନେଶ୍ୱର : ଛାତ୍ରୀ ଶୁଭଲକ୍ଷ୍ମୀ ମୃତ୍ୟୁ ଘଟଣାରେ ଆସିଲା କଲ୍ ଡିଟେଲ୍ସ ରେକର୍ଡ। ଗୋଟିଏ ମୋବାଇଲ୍‌ରେ ପଡ଼ିଥିବା ୨ଟି ସିମ୍‌ର କଲ୍ ଡିଟେଲ୍ସ ମିଳିଛି । ପାସ୍‌ୱାର୍ଡ ମିଳି ନଥିବାରୁ ଅନ୍ୟ ଏକ ମୋବାଇଲ୍ ଏସଏଫଏସଏଲ ପଠାଯିବ ।୨ଟି ସିମ୍‌ରୁ ଶୁଭଲକ୍ଷ୍ମୀ କିଛି ଲୋକଙ୍କ ସହ ଲଗାତାର କଥା ହେଉଥିଲେ। ଶୁଭଲକ୍ଷ୍ମୀ କଥା ହେଉଥିବା ସେସବୁ ନମ୍ବର ଏବେ ପୋଲିସ ସ୍କାନରରେ ରହିଛି । ସେପଟେ ଛାତ୍ରୀ ଶୁଭଲକ୍ଷ୍ମୀ ମୃତ୍ୟୁ ଘଟଣାକୁ ନେଇ ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା ଉଦ୍‌ବେଗ ପ୍ରକାଶ କରିଛନ୍ତି ।ଘଟଣାକୁ ଗୁରୁତ୍ୱର ସହ ନେଇ ନିଜ ଆଡୁ ମାମଲା ରୁଜୁ କରିଛନ୍ତି ମହିଳା କମିଶନ। ଏହାସହ ଭୁବନେଶ୍ୱର ଡିସିପିଙ୍କୁ ରିପୋର୍ଟ ତଲବ କରିଛନ୍ତି । ୧୫ ଦିନ ଭିତରେ ତଦନ୍ତ ରିପୋର୍ଟ ଦାଖଲ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି ।  ସୂଚନାଥାଉ କି, କଟକ ରୋଡ୍ ସ୍ଥିତ ଏକ ହୋଟେଲରୁ ଗତ ୫ ତାରିଖରେ ଶୁଭଲକ୍ଷ୍ମୀଙ୍କ ମୃତଦେହ ସନ୍ଦେହଜନକ ଭାବେ ଉଦ୍ଧାର ହୋଇଥିଲା ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button