ହୋମିଓପ୍ୟାଥିକ ଔଷଧ ପାଇଁ ଉଦ୍ଦିଷ୍ଟ ସ୍ପିରିଟରେ ନକଲି ବିଦେଶୀ ମଦ ପ୍ରସ୍ତୁତି; ଜେଲ ଗଲେ ନକଲି ମଦ ନିର୍ମାତା – Ibnodisha
[ad_1]
ବ୍ରହ୍ମପୁର : ବ୍ରହ୍ମପୁର ସ୍ଥିତ ଅବକାରୀ ଗୁଇନ୍ଦା ଓ ଏନଫୋର୍ସମମଣ୍ଟ ବ୍ୟୁରୋ (ଦକ୍ଷିଣ ଡିଭିଜନ) ର ଗୁଇନ୍ଦା ସୂଚନା ଆଧାରରେ ବ୍ରହ୍ମପୁର ଫାଷ୍ଟ ଗେଟ୍ ରେ ପାଟ୍ରୋଲିଂ କରୁଥିବା ବେଳେ ବ୍ରଜନଗର, ୨ୟ ଲେନ୍, ଥାନା- ନିମାଖଣ୍ଡିର ରୋଶନ ସାହୁଙ୍କ ଘରେ ଚଢ଼ାଉ କରି ରୟାଲ ଷ୍ଟାଗ୍, ରୟାଲ୍ ଗ୍ରୀନ୍ ଆଣ୍ଡ ଷ୍ଟର୍ଲିଂ ରିଜର୍ଭ ହ୍ୱିସ୍କି ଏବଂ ମ୍ୟାକ୍ ଡୋଏଲର ନମ୍ବର ୧ ହ୍ୱିସ୍କି ଏବଂ ରମ୍ ବ୍ରାଣ୍ଡର ୧୯୨ ବୋତଲ ନକଲି ବିଦେଶୀ ମଦ ସହିତ ଗୋଟିଏ ହୋଣ୍ଡା ଆକ୍ଟିଭା ସ୍କୁଟର ଜବତ କରିଛି। ବଡ଼ବଜାର ଥାନା ଖଣ୍ଡିଆକୁମୁଟି ସାହିର ଅନିଲ କୁମାର ସାହୁ ଓ ସୁନୀଲ କୁମାର ସାହୁ ନକଲି ବିଦେଶୀ ମଦ ପ୍ରସ୍ତୁତିର କିଙ୍ଗପିନ୍ ବୋଲି ଜଣାପଡିଛି। ଅନିଲ କୁମାର ସାହୁ ଓ ସୁନୀଲ କୁମାର ସାହୁଙ୍କ ଘରେ ଚଢ଼ାଉ ବେଳେ ରୟାଲ ଷ୍ଟାଗ୍, ରୟାଲ ଗ୍ରୀନ୍ ଆଣ୍ଡ ଷ୍ଟର୍ଲିଂ ରିଜର୍ଭ ହ୍ୱିସ୍କି ଆଣ୍ଡ ମ୍ୟାକ୍ ଡୋଏଲ୍ ର ନମ୍ବର ଓ୍ବାନ ହ୍ୱିସ୍କି, ରମ ବ୍ରାଣ୍ଡର ର ୧୮୦ ମିଲିଲିଟର ପରିମାଣର ନକଲି ବିଦେଶୀ ମଦ, ୨ ଲିଟର କାରାମେଲ, ୫୫୫ ନମ୍ବର ନକଲି ଠିପି, ୨୫୫ ଖଣ୍ଡ ନକଲି ଅବକାରୀ ଲେବଲ୍ ଓ ୩୧୯ ଖଣ୍ଡ ନକଲି ଲେବଲ୍ ଷ୍ଟିକର ଜବତ କରାଯାଇଛି। ବ୍ରହ୍ମପୁର ଟାଉନ ଥାନାର ୪ର୍ଥ ଲେନ୍ ଥିବା ପ୍ରେମନଗରର ଜେ ଅମରେଶ ପୃଷ୍ଟିଙ୍କ ଘରେ ଚଢ଼ାଉ କରାଯାଇ ତାଙ୍କ ଘରୁ ୫୦ରୁ ୯୦ ପ୍ରତିଶତ ଆଲକୋହଲ ପରିମାଣ ଥିବା ୫୪୭.୨୦୦ ଲିଟର ହୋମିଓପ୍ୟାଥିକ ମଦର ଟିଞ୍ଚର ଜବତ କରାଯାଇଛି।
ଜେ ଅମରେଶ ପୃଷ୍ଟି ହୋମିଓପ୍ୟାଥିକ ଔଷଧ ନାଁରେ ସ୍ପିରିଟ୍ କିଣୁଥିଲେ ଏବଂ ନକଲି ବିଦେଶୀ ମଦ ନିର୍ମାତାଙ୍କ କିଙ୍ଗପିନ୍ ମାନଙ୍କୁ ସ୍ପିରିଟ୍ ଯୋଗାଉଥିଲେ ବୋଲି ଜଣାପଡ଼ିଛି। ୫୪୭.୨୦୦ ଲିଟର ହୋମିଓପ୍ୟାଥିକ ମଦର ଟିଞ୍ଚର ବ୍ୟତୀତ ୭୩.୧୨୦ ଲିଟର ନକଲି ଆଇଏମଏଫଏଲ; ନକଲି ବିଦେଶୀ ମଦ ଉତ୍ପାଦନ ଉଦ୍ଦେଶ୍ୟରେ ରଖାଯାଇଥିବା ୨ ଲିଟର କାରାମେଲ, ୫୫୫ ନମ୍ବର ନକଲି ଠିପି, ୨୫୫ ଖଣ୍ଡ ନକଲି ଅବକାରୀ ଆଡେସିଭ୍ ଲେବଲ୍ ଏବଂ ୩୧୯ ଖଣ୍ଡ ନକଲି ଲେବଲ୍ ଷ୍ଟିକର ଜବତ କରାଯାଇଛି। ନକଲି ବିଦେଶୀ ମଦ ରଖିବା ଅଭିଯୋଗରେ ରୋଶନ ସାହୁଙ୍କୁ ୦୪.୦୧.୨୦୨୪ରେ ଗିରଫ କରାଯାଇଛି। ହୋମିଓପ୍ୟାଥିକ ଔଷଧ ପ୍ରସ୍ତୁତି ପାଇଁ ଉଦ୍ଦିଷ୍ଟ ସ୍ପିରିଟ୍ ବ୍ୟବହାର କରି ନକଲି ବିଦେଶୀ ମଦ ତିଆରି କରିବା ଅଭିଯୋଗରେ ଅନିଲ ସାହୁ ଓ ସୁନୀଲ ସାହୁଙ୍କୁ ଗିରଫ କରାଯାଇଛି। ବେଆଇନ ଏବଂ ନକଲି ବିଦେଶୀ ମଦ ଉତ୍ପାଦନକାରୀଙ୍କ କିଙ୍ଗପିନମାନଙ୍କୁ ହୋମିଓପ୍ୟାଥିକ ଔଷଧ ପ୍ରସ୍ତୁତି ପାଇଁ ଉଦ୍ଦିଷ୍ଟ ସ୍ପିରିଟ୍ ଯୋଗାଣ କରିବା ଅଭିଯୋଗରେ ହାନିମାନ ହୋମିଓ ହାଉସର ଲାଇସେନ୍ସ ଧାରୀ ଜେ ଅମରେଶ ପୃଷ୍ଟିଙ୍କୁ ଗିରଫ କରାଯାଇ ୦୮.୦୧.୨୦୨୪ରେ ଜେଲ ପଠାଯାଇଛି। ଜବତ ସାମଗ୍ରୀର ଆନୁମାନିକ ମୂଲ୍ୟ ପ୍ରାୟ ୬ଲକ୍ଷ ଟଙ୍କା ହେବ ବୋଲି ଆକଳନ କରାଯାଇଛି । ଅଧିକ ତଦନ୍ତ ବେଳେ ଜେ ଅମରେଶ ପୃଷ୍ଟିଙ୍କୁ ସ୍ପିରିଟ୍ ଯୋଗାଣକାରୀଙ୍କ ଭୂମିକା ଯାଞ୍ଚ କରାଯାଇ ତାଙ୍କ ବିରୋଧରେ ଉପଯୁକ୍ତ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
[ad_2]