ରାଜ୍ୟ
ଜୟପୁରର ବିଭିନ୍ନ ହୋଟେଲରେ ରେଡ୍ : ଆଦାୟ ହେଲା ଜରିମାନା – Ibnodisha

[ad_1]
ଜୟପୁର: ଖାଦ୍ୟର ମାନ ଯାଞ୍ଚ ଲାଗି ଆଜି ଜୟପୁର ସହରର ବିଭିନ୍ନ ହାଟେଲ ଓ ଗୋଦାମ ଉପରେ ଚଢାଉ କରାଯାଇଛି । ପୌରପାଲିକା ଓ ଖାଦ୍ୟ ନିରାପତ୍ତା ବିଭାଗ ତରଫରୁ ମିଳିତ ଭାବରେ ଏହି ରେଡ୍ କରାଯାଇଛି ।ପ୍ରଥମ ପର୍ଯ୍ୟାୟରେ ଆଜି ସହରର ଏନକେଟି ରୋଡରେ ଥିବା ବିଭିନ୍ନ ହୋଟେଲ ଏବଂ ଗୋଦାମ ଗୁଡିକରେ ଚଢାଉ ବେଳେ ବହୁ ବାସି ଖାଦ୍ୟ ଓ ଏକ୍ସାପାୟରୀ ମୃଦ୍ୟୁ ପାନୀୟ ଜବତ ହୋଇଛି । ଏହାସହ ଏମାନଙ୍କ ଠାରୁ ଜରିମାନା ବି ଆଦାୟ କରାଯାଇଛି ।ଆଗାମୀ ଦିନରେ ନିୟମରେ ଖିଲାପ କଲେ ସେମାନଙ୍କ ପ୍ରତିଷ୍ଠାନ ଗୁଡିକୁ ସିଲ୍ କରାଯିବାକୁ ଚେତାବନୀ ଦେଇଛନ୍ତି ଖାଦ୍ୟ ନିରାପତ୍ତା ଅଧିକାରୀ । ସହରର ବିଭିନ୍ନ ହୋଟେଲ ଗୁଡିକରେ ବାସି ଖାଦ୍ୟ ଅସ୍ବାସ୍ଥ୍ୟକର ପରିବେଶରେ ଲୋକଙ୍କୁ ଦିଆଯାଉଥିବା ଅଭିଯୋଗ ହୋଇଛି । ତେଣୁ ଆଗାମୀ ଦିନରେ ଗ୍ରାହକ ଏବଂ ବ୍ୟବସାୟୀଙ୍କୁ ସଚେତନ କରାଯିବା ନେଇ ସୂଚନା ମିଳିଛି ।
[ad_2]