ଦେଶ

ବିରୋଧୀଙ୍କ ଅନାସ୍ଥା ପ୍ରସ୍ତାବ ଆମ ପାଇଁ ଶୁଭ ହୋଇଥାଏ : ମୋଦୀ – Ibnodisha

[ad_1]

ନୂଆଦିଲ୍ଲୀ : ମଣିପୁର ହିଂସାକୁ ନେଇ କେନ୍ଦ୍ରର ମୋଦୀ ସରକାରଙ୍କ ବିରୋଧରେ ଆଗତ ଅନାସ୍ଥା ପ୍ରସ୍ତାବ ଉପରେ ଲୋକସଭାରେ ବିତର୍କ ଜାରି ରହିଛି । ଗୁରୁବାର ଅପରାହ୍ଣରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିରୋଧୀଙ୍କ ଅଭିଯୋଗର ଜବାବ ରଖିଛନ୍ତି । ସେ କହିଛନ୍ତି ଯେ ବିରୋଧୀ ଦଳ ଯେତେବେଳେ ବି ଅନାସ୍ଥା ପ୍ରସ୍ତାବ ଆଣନ୍ତି, ତାହା ତାଙ୍କ (ଏନଡିଏ ସରକାର) ପାଇଁ ଶୁଭ ହୋଇଥାଏ ।

ବିରୋଧୀ ଦଳଙ୍କୁ ସମାଲୋଚନା କରି ମୋଦୀ କହିଛନ୍ତି ଯେ ଏହି ଦଳ ଗୁଡ଼ିକ ସବୁବେଳେ ଦେଶ ସ୍ବାର୍ଥ ଅପେକ୍ଷା ଦଳୀୟ ସ୍ବାର୍ଥକୁ ଗୁରୁତ୍ବ ଦେଇଆସିଛନ୍ତି । ବିରୋଧୀ ଆମ ପାଇଁ ଫିଲଡିଂ ସଜାଇଥିଲେ, କିନ୍ତୁ ଶାସକ ଦଳ ପକ୍ଷରୁ ଛକା ଚୌକା ସହ ଶତକ  ଲଗାଯାଇଛି । ଏଣୁ ବିରୋଧୀ ଦଳ ଟିକିଏ ପ୍ରସ୍ତୁତି କରିଆସିବା ଆବଶ୍ୟକ ।

ମୋଦୀ କହିଛନ୍ତି ଯେ ଏଥର ଅନାସ୍ଥା ପ୍ରସ୍ତାବ ଉପରେ ବିତର୍କ ବେଳେ ବିରୋଧୀ ଦଳ ନେତାଙ୍କୁ ଭଲଭାବରେ କହିବାର ସୁଯୋଗ ଦିଆଗଲା ନାହିଁ । ୧୯୯୯ରେ ଅଟଳଜୀଙ୍କ ସରକାର ବିରୋଧରେ ଆଗତ ଅନାସ୍ଥା ପ୍ରସ୍ତାବ ବେଳେ ତତକାଳୀନ ବିରୋଧୀ ଦଳ ନେତା ଶରଦ ପାଓ୍ବାର, ୨୦୦୩ରେ ଅଟଳଜୀଙ୍କ ସରକାର ବିରୋଧରେ ଆଗତ ଅନାସ୍ଥା ପ୍ରସ୍ତାବ ବେଳେ ତତକାଳୀନ ବିରୋଧୀ ଦଳ ନେତା ସୋନିଆ ଗାନ୍ଧି ଓ ୨୦୧୮ରେ ବିରୋଧୀ ଦଳ ନେତା ମଲ୍ଲିକାର୍ଜୁନ ଖଡଗେ ନିଜର ପକ୍ଷ ଭଲ ଭାବରେ ରଖିଥିଲେ । କିନ୍ତୁ ଏଥର ତାହା ହୋଇନାହିଁ, ବିରୋଧୀ ଦଳ ନେତା ଅଧୀର ରଂଜନ ଚୌଧୁରୀଙ୍କୁ ଭଲଭାବେ କହିବାକୁ ସୁଯୋଗ ଦିଆଯାଇନଥିଲା । ସେ ଗଲାଥର ଗର୍ଜୁଥିଲେ, କିନ୍ତୁ ଏଥର ସେ କାହିଁକି ଚୁପ ହୋଇ ବସିଛନ୍ତି ?

 

 



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button