ମନୋରଞ୍ଜନ

ଗୁଗଲରେ ମୋ ନାମ ସର୍ଚ୍ଚ କରିବା ପରେ ଦେଖିଲି…; ନିଜ ଗୁଗଲ ପେଜକୁ ନେଇ ଏଭଳି ଲେଖିଲେ କଙ୍ଗନା – Ibnodisha

[ad_1]

ମୁମ୍ବାଇ: ବଲିଉଡ ଅଭିନେତ୍ରୀ କଙ୍ଗନା ରାନାୱତ ବିଭିନ୍ନ କାରଣ ପାଇଁ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ସେ ପ୍ରତ୍ୟେକ ପ୍ରସଙ୍ଗରେ ନିଜର ମତ ରଖୁଥିବା ଦେଖାଯାଏ। ବିଭିନ୍ନ ପ୍ରଭାବଶାଳୀ ଚରିତ୍ରରେ ଅଭିନୟ କରି ଲୋକଙ୍କ ମନ କିଣିଥିବା କଙ୍ଗନା ଏବେ ପୁଣି ଥରେ ନିଜ ଇନଷ୍ଟା ଷ୍ଟୋରୀ ମାଧ୍ୟମରେ ଲେଖିଥିବା କଥାଟି ଚର୍ଚ୍ଚାର ବିଷୟ ପାଲଟିଛି। ସେ ନିଜ ଗୁଗଲ ପେଜ୍ ବିଷୟରେ ଜଣାଇବା ସହ ଗୁଗଲରେ ତାଙ୍କ ନାମ ସର୍ଚ୍ଚ କ‌ଲେ କ’ଣ ସବୁ ଆସୁଛି, ତାହା ଲେଖିଛନ୍ତି।

ଇନଷ୍ଟା ଷ୍ଟାଟସରେ ସେ ଲେଖିଛନ୍ତି, ଅନ୍ୟ ଅଭିନେତ୍ରୀଙ୍କ ଗୁଗଲ‌ ପେଜରେ ସେମାନଙ୍କ କାମ, ସଫଳତା ଏବଂ ଆଗାମୀ ପ୍ରୋଜେକ୍ଟ ବିଷୟରେ ଲେଖାଥିବା ବେଳେ ମୋ ନାମ ସର୍ଚ୍ଚ କଲେ ଆସୁଛି (ଅଭିନେତ୍ରୀ, ଲେଖିକା, ନିର୍ଦ୍ଦେଶିକା, ପ୍ରଯୋଜିକା) ମୋ ବିଷୟରେ କିଏ ୧୦ବର୍ଷ ପୂର୍ବେ କ’ଣ କହିଥିଲା ବା ୧୦ବର୍ଷ ପୂର୍ବେ ମୁଁ କହିଥିବା କଥାର ଅର୍ଥ ‌କ’ଣ ହୋଇପାରିଥାନ୍ତା…ହା ହା…ବାସ୍, ଏଇଟା ଆଜିର କାହାଣୀ।

livehindustan

ତେବେ କଙ୍ଗନାଙ୍କ ଏହି ଷ୍ଟୋରୀ ଏବେ ଭାଇରାଲ ହେବା ସହ ତାଙ୍କ ପ୍ରଶଂସକମାନେ ଏହାକୁ ପସନ୍ଦ କରୁଥିବା ଦେଖାଯାଇଛି।

ଏହା ପୂର୍ବରୁ କଙ୍ଗନା ତାଙ୍କ ଇନଷ୍ଟାଗ୍ରାମ ଷ୍ଟୋରୀରେ ଏକ ଫ୍ୟାଶନ ସୋ’ର ପୁରୁଣା ଭିଡିଓ ପୋଷ୍ଟ କରିଥିଲେ, ଯେଉଁଥିରେ ସେ ବିଦ୍ୟୁତଙ୍କ ସହ ରାମ୍ପରେ ଚାଲୁଥିବାର ନଜର ଆସିଥିଲେ। ଏହି ଭିଡିଓ ସେୟାର କରି ଅଭିନେତ୍ରୀ କ୍ୟାପସନରେ ଲେଖିଥିଲେ, ‘ଭଲ ଯୋଡି, କେହି ଆମକୁ ଏକ ଆକ୍ସନ୍ ଫିଲ୍ମରେ କାଷ୍ଟ କରିବା ଉଚିତ୍। ସମସ୍ତଙ୍କ ବିରୋଧରେ କିଛି ନା କିଛି କହୁଥିବା ଅଭିନେତ୍ରୀ ଏଭଳି ବିଦ୍ୟୁତଙ୍କ ସହ କାମ କରିବାକୁ ଇଚ୍ଛା ପ୍ରକାଶ କରିବାଟା ଅନେକଙ୍କୁ ଆଶ୍ଚର୍ଯ୍ୟ କରିଥିଲା।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button