ଦେଶ

ବିଦ୍ୟୁତ ଆଘାତ ଲାଗି ରାସ୍ତାରେ ପଡ଼ି ଛଟପଟ ହେଉଥିଲା ଶିଶୁ; ଜୀବନ ବଞ୍ଚାଇଲେ ବୃଦ୍ଧ – Ibnodisha

[ad_1]

ନୂଆଦିଲ୍ଲୀ: ବର୍ଷା ସମୟରେ ବିଦ୍ୟୁତ ଖୁଣ୍ଟ କିମ୍ବା ରାସ୍ତାରେ ପଡ଼ିଥିବା କୌଣସି ତାରକୁ ସ୍ପର୍ଶ ନକରିବାକୁ ପିଲମାନଙ୍କୁ ସଚେତନ କରିବା ଉଚିତ । ନଚେତ ସେମାନଙ୍କ ଜୀବନ ବିପଦରେ ପଡ଼ିପାରେ। ଏମିତି ଏକ ଘଟଣା ନିକଟରେ ଘଟିଛି। ଜଣେ ଶିଶୁ ରାସ୍ତା ଅତିକ୍ରମ କରୁଥିବା ସମୟରେ ବିଦ୍ୟୁତ ଆଘାତର ଶିକାର ହୋଇଥିଲେ। ଆଉ ରାସ୍ତାରେ ପଡ଼ି ଛଟପଟ ହେଉଥିଲେ। ଏ ଘଟଣାର ଦୃଶ୍ୟ ଦେଖିଲେ ଲୋମମୂଳ ଟାଙ୍କୁରି ଉଠିବ।

ସୋସିଆଲ ମିଡିଆରେ ଏହି ଲୋମଟାଙ୍କୁରା ଘଟଣାର ଭିଡିଓ ଭାଇରାଲ ହୋଇଛି। ଯେଉଁଥିରେ ରାସ୍ତା ଅତିକ୍ରମ କରୁଥିବା ସମୟରେ ଜଣେ ଶିଶୁ ବିଦ୍ୟୁତ ଆଘାତର ଶିକାର ହେଉଥିବା ଦେଖିବାକୁ ମିଳୁଛି। ଏହାପରେ ସେ ରାସ୍ତାରେ ପଡ଼ିଯାଇ ଛଟପଟ ‌ହେଉଛନ୍ତି।

ତାଙ୍କର ଏଭଳି ଅବସ୍ଥା ଦେଖି ଜଣେ ବୃଦ୍ଧ ଶିଶୁର ଜୀବନ ବଞ୍ଚାଇବାକୁ ଆଗେଇ ଆସୁଛନ୍ତି। କିନ୍ତୁ ଶିଶୁ ବିଦ୍ୟୁତ ଆଘାତ ଶିକାର ହୋଇଥିବାରୁ ବୃଦ୍ଧଙ୍କୁ ବି ବିଦ୍ୟୁତ ଆଘାତ ଲାଗୁଛି। ଏହି ସମୟ‌ରେ ସେ କିଛିପାଦ ଘୁଞ୍ଚି ଯାଉଛନ୍ତି। ଏତିକି ବେଳେ ଅନ୍ୟ ଜଣେ ବ୍ୟକ୍ତି ବୃଦ୍ଧଙ୍କ ହାତକୁ ବାଡି ଟିଏ ବଢ଼ାଇ ଦେଉଛନ୍ତି। ଏହି ବାଡି ସାହାଯ୍ୟରେ ବୃଦ୍ଧ ଶିଶୁକୁ ମୃତ୍ୟୁମୁଖରୁ ଟାଣି ଆଣୁଥିବା ଭିଡିଓରେ ଦେଖିବାକୁ ମିଳୁଛି।

ଏହି ଘଟଣାର ଭିଡିଓ ସୋସିଆଲ ମିଡିଆରେ ‌ପୋଷ୍ଟ ହେବାପରେ ‌ଲୋକେ ବୃଦ୍ଧଙ୍କୁ ଭୁରିଭୁରି ପ୍ରଶଂସା କରୁଛନ୍ତି।

 



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button