ମନୋରଞ୍ଜନ

ଏଥର ଘରେ ପ୍ରସ୍ତୁତ କରନ୍ତୁ ବାନାନା ନଟସ୍ ବାର, ବନାଇବା ପୂରା ସହଜ

ଚକୋଲେଟ ଖାଇବା ସମସ୍ତଙ୍କୁ ପସନ୍ଦ। ପିଲା ଠାରୁ ଆରମ୍ଭ କରି ବଡ ପର୍ଯ୍ୟନ୍ତ ପ୍ରାୟ ସମସ୍ତେ ଚକୋଲେଟ ଖାଇବାକୁ ଭଲ ପାଇଥାନ୍ତି। ଆଜି ପର୍ଯ୍ୟନ୍ତ ଆପଣ ବହୁତ ଚକୋଲେଟ ଖାଇଥିବେ କିନ୍ତୁ ଆଜି ଆମେ ଆପଣଙ୍କୁ ଘରେ ନଟସ୍ ବାର ପ୍ରସ୍ତୁତ କରିବାର ସହଜ ଉପାୟ ବିଷୟରେ ଜଣାଇବୁ। ଏହି ରେସିପି ସ୍ବାଦିଷ୍ଟ ହେବା ସହିତ ସ୍ବାସ୍ଥ୍ୟକର ମଧ୍ୟ। ଆସନ୍ତୁ ଜାଣିବା ନଟସ୍ ରେସିପି ବନାଇବାର ଉପାୟ।

ବାନାନା ନଟସ୍ ବାର ପାଇଁ ସାମଗ୍ରୀ

କଦଳୀ – ୪ଟି

କାଜୁ – ୧/୨ କପ୍

ଡାଲଚିନି – ୧

ଓଟ୍ସ – ୧/୨ କପ୍

ଭାନିଲା ପ୍ରୋଟୀନ ପାଉଡର – ୪ ଚାମଚ

ଭାନିଲା – ୨ ଚାମଚ

ଚିନି – ୨ ଚାମଚ

ପାଣି – ୨ ଚାମଚ

barପ୍ରସ୍ତୁତି ପ୍ରଣାଳୀ

-ବାନାନା ନଟସ୍ ପ୍ରସ୍ତୁତି କରିବା ପାଇଁ କଦଳୀକୁ ନେଇ ପାତ୍ରରେ ଚକଟି ଦିଅନ୍ତୁ। ଏବେ ଗ୍ରାଇଣ୍ଡର ଜାରରେ ଓଟସ୍ ଏବଂ କାଜୁ ପକାଇ ଦିଅନ୍ତୁ ଏବଂ କାହାକୁ ଛୋଟ ଛୋଟ କରି କାଟି ଦିଅନ୍ତୁ।

-ଚକଟା ହୋଇଥିବା କଦଳୀରେ ଭାନିଲା ପାଉଡର, ପାଣୀ, ଡାଲଚିନି ଏବଂ ଚିନି ମିଶାଇ ଦିଅନ୍ତୁ।

-ଯଦି ଆପଶ୍ୟକ ପଡିବ ତେବେ ଏଥିରେ ୨ ବଡ ଚାମଚ ପାଣି ମିଶାଇ ଦିଅନ୍ତୁ ଏବଂ ଭଲଭାବେ ମିଶ୍ରଣ କରିଦିଅନ୍ତୁ।

-ଏକ କୁକିଜ୍ ସିଟରେ ଏହି ମିଶ୍ରଣକୁ ପକାଇ ଚାରିପଟୁ ମେଲାଇ ଦିଅନ୍ତୁ ଏହାପରେ ଫ୍ରୀଜରେ ରଖିଦିଅନ୍ତୁ।

-ଏହି ମିଶ୍ରଣ ବସିଯିବା ପରେ ଛୋଟ ଛୋଟ ଖଣ୍ଡରେ କାଟି ଦିଅନ୍ତୁ।

-ଆପଣଙ୍କ ବାନାନା ନଟ୍ସ ବାର ପ୍ରସ୍ତୁତ ହୋଇଯାଇଛି।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button