IBN ଓଡ଼ିଶା ଏକ୍ସକ୍ଲୁସିଭ୍

ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି ଜାମୁକୋଳି ରଙ୍ଗର ଆମ୍ବ, ଜାଣନ୍ତୁ ଶରୀର ପାଇଁ ଏହା କେମିତି ଖାସ୍

ଆମ୍ବର ସିଜନ୍ ଚାଲୁଛି। ଆମ୍ବ ଏକ ଏମିତି ଫଳ ଯାହାକୁ ଆପଣ ସବୁ ଋତୁରେ ବଡ ଆନନ୍ଦରେ ଖାଇପାରିବେ। କିନ୍ତୁ ଡାଇବେଟିଜ୍ ରୋଗୀଙ୍କୁ ଆମ୍ବ ଖାଇବାକୁ ମନା କରାଯାଇଛି। କିନ୍ତୁ ଏବେ ଆଉ ସେମିତି ହେବ ନାହିଁ। ଡାଇବେଟୀଜ୍ ରୋଗୀ ମାନେ ମଧ୍ୟ ଖୁବ୍ ଆମ୍ବର ମଜା ଉଠାଇପାରିବେ। ଏହାକୁ ଖାଇବା ଦ୍ବାରା ଆପଣଙ୍କ ବ୍ଲଡ ସୁଗାର ବିଲକୁଲବି ବଢ଼ି ନାହିଁ।

ଏକ ଏମିତି ଆମ୍ବର କିସମ ପ୍ରସ୍ତୁତ କରାଯାଇଛି ଯେଉଁଥିରେ ଆମ୍ବ ଏବଂ ଜାମୁକୋଳିର କମ୍ବିନେସନ କରାଯାଇଛି। ସୋସିଆଲ ମିଡିଆରେ ଜାମୁକୋଳି ରଙ୍ଗର ଆମ୍ବ ବହୁତ ଭାଇରାଲ ହେଉଛି। ଏହି ଫଳ ବ୍ଲଡସୁଗାର ରୋଗୀଙ୍କ ପାଇଁ ବହୁତ ଲାଭଦାୟକ। ଏବେ ଏହି ଆମ୍ବକୁ ଭାରତରେ ମଧ୍ୟ କରାଯାଉଛି। ଅବଶ୍ୟ ଟ୍ବିଟରେ ଦାବି କରାଯାଇଛି ଯେ ୧୦ ବର୍ଷ କଠିନ କରିଶ୍ରମ କରିବା ପରେ ଆମ୍ବ ଏବଂ ଜାମୁକୋଳିକୁ ମିଶାଇ ଜାମୁକୋଳି ରଙ୍ଗର ଆମ୍ବ ପ୍ରସ୍ତୁତ କରାଯାଇଛି। ଆପଣ ବି ଜାଣନ୍ତୁ ସାଧାରଣ ଆମ୍ବ ଭଳି ଜାମୁ କୋଳି ରଙ୍ଗର ଆମ୍ବ ଖାଇବାର ଫାଇଦା

purple mango-ଏହାକୁ ଖାଇବା ଦ୍ବାରା ଆପଣଙ୍କ ବ୍ଲଡ୍ ସୁଗାର ନିୟନ୍ତ୍ରଣରେ ରହିଥାଏ।

-ଜାମୁକୋଳି ଆମ୍ବରେ ପୋଟାସିୟମ ଏବଂ ସୋଡିୟମ ବହୁତ କମ୍ ମାତ୍ରାରେ ମିଳିଥାଏ। ଯାହା ଆପଣଙ୍କ ବ୍ଲଡ ପ୍ରେସରକୁ ମଧ୍ୟ କଣ୍ଟ୍ରୋଲ ରଖିଥାଏ।

-ଏଥିରେ ଭରପୂର ମାତ୍ରାରେ ଭିଟାମିନ ସି ସହିତ ଆଣ୍ଟି ଅକ୍ସିଡେଣ୍ଟ ମିଳିଥାଏ। ଯାହା ଆପଣଙ୍କୁ ସଂକ୍ରମଣ ଠାରୁ ଦୂରେଇ ରଖିଥାଏ।

-ପର୍ପଲ ରଙ୍ଗର ଆମ୍ବରେ ଭିଟାମିନ ସି ରହିଥାଏ ଯାହା ଆପଣଙ୍କ କୋଲେଷ୍ଟ୍ରଲକୁ ଠିକ ରଖିବାରେ ସାହାଯ୍ୟ କରିଥାଏ।

-ପର୍ପଲ୍ ଆମ୍ଭରେ ଭରପୂର ମାତ୍ରାରେ ପୋଟାସିୟମ ଏବଂ ଅନେକ ପ୍ରକାରର ଆଣ୍ଟି ଅକ୍ସଡେଣ୍ଟ ରହିଥାଏ। ଯାହା ଆପଣଙ୍କ ମସ୍ତିଷ୍କକୁ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button