IBN ଓଡ଼ିଶା ବ୍ୟୁରୋ

ଘରେ ହିଁ ଫଟାଫଟ ବନାନ୍ତୁ ଏଗଲେସ୍ ମାୟୋନିଜ୍, ଖାଇଲେ ପାଟିରୁ ଛାଡ଼ିବନି

ବର୍ଗର, ସ୍ୟାଣ୍ଡିୱିଚ୍, ସାଲାଡ୍ ଆଦିକୁ ଆହୁରି ସ୍ବାଦିଷ୍ଟ କରିଥାଏ ମାୟୋନିଜ୍। ଆଜିକାଲି ଅନେକଙ୍କ ଘରେ ବହୁତ କିଛି ଜିନିଷ ବନାଇବା ପାଇଁ ମାୟୋନିଜର ଆବଶ୍ୟକତା ପଡ଼ିଥାଏ। ତେବେ ଆପଣଙ୍କୁ ଏହା ଜାଣି ଆଶ୍ଚର‌୍ୟ୍ୟ ହେବ ଯେ ଆପଣ ଚାହିଁଲେ ଏହାକୁ ଘରେ ହିଁ ବନାଇ ପାରିବେ। ଆଉ ତାହା ବି ଏଗଲେସ୍। ଆସନ୍ତୁ ଜାଣିବା ଘରେ ଏଗଲେସ୍ ମାୟୋନିଜ୍ ପ୍ରସ୍ତୁତ କରିବାର ସହଜ ପ୍ରଣାଳୀ।

mayo aggless

ଆବଶ୍ୟକ ସାମଗ୍ରୀ
କ୍ରିମ୍: ୧ କପ୍
ତେଲ: ୧/୨ କପ୍
ସିରକା: ୨ ବଡ଼ ଚାମଚ
ଗୋଲମରିଚ: ୧/୨ ଚାମଚ
ସୋରିଷ ଗୁଣ୍ଡ: ୧/୨ ଚାମଚ
ଚିନି: ୧ ବଡ଼ ଚାମଚ
ଲୁଣ: ୧/୨ ଚାମଚ

aggless mayo

ପ୍ରସ୍ତୁତ ପ୍ରଣାଳୀ
-ଏଗଲେସ୍ ମାୟାନିଜ୍ ପ୍ରସ୍ତୁତ କରିବା ପାଇଁ ପ୍ରଥମେ ଥଣ୍ଡା କ୍ରିମ୍ ନିଅନ୍ତୁ। କ୍ରିମକୁ ମିକ୍ସର ଜାରରେ ପକାନ୍ତୁ ଏବଂ ସେଥିରେ ଚିନି, ତେଲ, ଲୁଣ, ସୋରିଷ ପାଉଡର ଓ ଭଜା ଗୋଲମରିଚ ପକାଇ କିଛି ସମୟ ଚଲାଇ ଦିଅନ୍ତୁ।
-ଯେତେବେଳେ ମାୟୋନିଜ୍ ପ୍ରସ୍ତୁତ ହୋଇଯିବ, ତାହାକୁ ଫେଣ୍ଟିବା ବନ୍ଦ କରିଦିଅନ୍ତୁ। ଏବେ ଜାର ଖୋଲନ୍ତୁ ଏବଂ ମିଶ୍ରଣରେ ସିରକା ପକାଇ ପୁଣିଥରେ ଚଲାନ୍ତୁ। ଆପଣ ଚାହିଁବେ ଯଦି ସିରକା ବଦଳରେ ଲେମ୍ବୁପାଣି ବ୍ୟବହାର କରିପାରିବେ। ମାୟୋନିଜର ସ୍ବାଦ ବଢ଼େଇବା ପାଇଁ ସିରକା ବ୍ୟବହାର କରାଯାଏ।
-ଏବେ ଆପଣଙ୍କ ମାୟୋନିଜ୍ ପ୍ରସ୍ତୁତ ହୋଇଗଲା। ଏହାକୁ ଏକ ଏୟାର ଟାଇଟ୍ ଜାରକୁ ବାହାର କରି ରଖି ଦିଅନ୍ତୁ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button