ମନୋରଞ୍ଜନ

ଜନ୍ମାଷ୍ଟମୀରେ ଗ୍ରହମାନଙ୍କ ଦୁର୍ଲଭ ସଂଯୋଗ: ଉଚ୍ଚସ୍ଥ ରହିବେ ଚନ୍ଦ୍ରମା, ୪ ରାଶି ପାଇଁ ଅତ୍ୟନ୍ତ ଶୁଭ

ସେପ୍ଟେମ୍ବର ମାସ ୪ ତାରିଖରେ ପବିତ୍ର ଜନ୍ମାଷ୍ଟମୀ । ଏହି ଦିନ ଚନ୍ଦ୍ରମା, ବୃହସ୍ପତି, ସୂର୍ଯ୍ୟ ଆଦି ଗ୍ରହ ମିଶି ଅନେକ ଶୁଭ ଯୋଗ ସୃଷ୍ଟି କରିବେ । ଜନ୍ମାଷ୍ଟମୀ ଦିନ ଚନ୍ଦ୍ରମା ନିଜର ଉଚ୍ଚ ରାଶି ବୃଷଭରେ ଏବଂ ବୃହସ୍ପତି ନିଜର ଉଚ୍ଚ ରାଶି କର୍କଟରେ ରହିବେ । ସେହିପରି ସୂର୍ଯ୍ୟ ନିଜ ସ୍ୱରାଶି ସିଂହରେ ଏବଂ ଶୁକ୍ର ନିଜ ସ୍ୱରାଶି ତୁଳାରେ ରହିବେ । ବୁଧ ମଧ୍ୟ ଏହି ଦିନ ମିତ୍ର ରାଶିରେ ରହିବେ । ଏହା ସହିତ ମଙ୍ଗଳ ଓ ଶୁକ୍ରଙ୍କ ମଧ୍ୟରେ ନବପଞ୍ଚମ ଯୋଗ ମଧ୍ୟ ସୃଷ୍ଟି ହେବ । ଅର୍ଥାତ୍ ୭ଟି ପ୍ରମୁଖ ଗ୍ରହ ମଧ୍ୟରୁ ୫ଟି ଗ୍ରହ ଅନୁକୂଳ ସ୍ଥିତିରେ ରହିବେ ଏବଂ ଏହି ଦିନ ନବପଞ୍ଚମ ନାମକ ଶୁଭ ଯୋଗ ମଧ୍ୟ ରହିବ । ଏଭଳି ଗ୍ରହ ସ୍ଥିତି ଯୋଗୁଁ ୪ଟି ରାଶି ପାଇଁ ଜନ୍ମାଷ୍ଟମୀ ଅତ୍ୟନ୍ତ ଶୁଭ ଫଳଦାୟକ ହୋଇପାରେ ।

ଆସନ୍ତୁ ଜାଣିବା ସେହି ରାଶିଗୁଡ଼ିକ ବିଷୟରେ:

ବୃଷଭ ରାଶି:
ଜନ୍ମାଷ୍ଟମୀର ଶୁଭ ଦିନରେ ଚନ୍ଦ୍ରମା ଆପଣଙ୍କ ରାଶିରେ ହିଁ ଉଚ୍ଚ ସ୍ଥିତିରେ ରହିବେ । ଚନ୍ଦ୍ରମାଙ୍କ ସ୍ଥିତି ଯୋଗୁଁ ଆପଣଙ୍କୁ ମାନସିକ ଶାନ୍ତି ମିଳିପାରେ । ପାରିବାରିକ ଜୀବନରେ ଖୁସିର ମୁହୂର୍ତ୍ତ ବିତାଇବାର ସୁଯୋଗ ମିଳିପାରେ । ଧନ ଧାନ୍ୟ ଦୃଷ୍ଟିରୁ ମଧ୍ୟ ଗ୍ରହମାନଙ୍କ ସ୍ଥିତି ଆପଣଙ୍କ ପାଇଁ ଅନୁକୂଳ ରହିବ । କିଛି ଲୋକଙ୍କୁ ହଠାତ୍ ଧନଲାଭ ହୋଇପାରେ । ସ୍ୱାସ୍ଥ୍ୟରେ ମଧ୍ୟ ଭଲ ପରିବର୍ତ୍ତନ ଦେଖିବାକୁ ମିଳିପାରେ ।

କର୍କଟ ରାଶି:
କର୍କଟ ରାଶିର ଲୋକଙ୍କ ପାଇଁ ଜନ୍ମାଷ୍ଟମୀର ପବିତ୍ର ପର୍ବ ଅତ୍ୟନ୍ତ ଶୁଭ ରହିପାରେ । ଏହି ଦିନ ବୃହସ୍ପତି ଆପଣଙ୍କ ରାଶିରେ ହିଁ ଉଚ୍ଚ ସ୍ଥିତିରେ ରହିବେ । ସେହିପରି ଚନ୍ଦ୍ରମା ମଧ୍ୟ ଆପଣଙ୍କ ଲାଭ ଭାବରେ ଉଚ୍ଚ ସ୍ଥିତିରେ ରହିବେ । ସୂର୍ଯ୍ୟ ଏହି ଦିନ ଆପଣଙ୍କ ଧନ ଭାବରେ ରହିବେ । ତେଣୁ ଜନ୍ମାଷ୍ଟମୀ ଆପଣଙ୍କ ପାଇଁ ସ୍ମରଣୀୟ ହୋଇପାରେ । କ୍ୟାରିୟର ଓ ଆର୍ଥିକ କ୍ଷେତ୍ରରେ ଅନୁକୂଳ ପରିବର୍ତ୍ତନ ଆସିପାରେ । ଘରେ ପୁଣି ଖୁସି ଫେରିଆସିପାରେ । ଆତ୍ମବିଶ୍ୱାସ ମଧ୍ୟ ବଢ଼ିପାରେ ।

କନ୍ୟା ରାଶି:
କନ୍ୟା ରାଶିର ଲୋକଙ୍କ ପାଇଁ ମଧ୍ୟ ଜନ୍ମାଷ୍ଟମୀ ପର୍ବ ସୁଖଦ ରହିପାରେ । କ୍ୟାରିୟର ଓ ବ୍ୟବସାୟରେ ଭଲ ଫଳ ମିଳିବାର ଯୋଗ ରହିଛି । ଆପଣଙ୍କ ଲାଭ ଭାବରେ ଉଚ୍ଚ ସ୍ଥିତିରେ ଥିବା ବୃହସ୍ପତି ଧନଲାଭ କରାଇପାରନ୍ତି । ଦୀର୍ଘଦିନ ଧରି ଅଟକିଥିବା କାମ ସମ୍ପୂର୍ଣ୍ଣ ହେବାରୁ ଆପଣଙ୍କୁ ସନ୍ତୋଷ ମିଳିପାରେ । ପରିବାର ସଦସ୍ୟଙ୍କ ସହ ଭଲ ସମୟ ବିତାଇବାର ସୁଯୋଗ ମିଳିପାରେ । ବିଦେଶ ସହ ଜଡ଼ିତ ବ୍ୟବସାୟ କରୁଥିବା ଲୋକଙ୍କୁ ବଡ଼ ଡିଲ୍ ମିଳିବାର ଯୋଗ ରହିଛି ।

ଧନୁ ରାଶି:
ଧନୁ ରାଶିର ଲୋକଙ୍କୁ ମଧ୍ୟ ଶୁଭ ଫଳ ମିଳିବାର ଯୋଗ ରହିଛି । ଧାର୍ମିକ ଓ ଆଧ୍ୟାତ୍ମିକ କାର୍ଯ୍ୟକଳାପରେ ସାମିଲ ହେବାର ସୁଯୋଗ ମିଳିପାରେ । ବ୍ୟବସାୟୀଙ୍କ ଯୋଜନା ସଫଳ ହୋଇପାରେ । ପ୍ରେମ ଓ ବୈବାହିକ ଜୀବନରେ ପୁଣି ଖୁସି ଫେରିଆସିପାରେ । ଏହି ରାଶିର କିଛି ଲୋକଙ୍କୁ ସନ୍ତାନ ପକ୍ଷରୁ ଶୁଭ ଖବର ମିଳିପାରେ । ସ୍ୱାସ୍ଥ୍ୟରେ ଭଲ ପରିବର୍ତ୍ତନ ଆସିବାରୁ ଆପଣ ଜୀବନକୁ ଉପଭୋଗ କରିପାରିବେ । କିଛି ଲୋକ ଧାର୍ମିକ ଯାତ୍ରାର ଯୋଜନା ମଧ୍ୟ କରିପାରନ୍ତି ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button