ମନୋରଞ୍ଜନ

ଚିକିତ୍ସାଧୀନ କ୍ୟାନସର ଯୋଦ୍ଧା ଓ ତାଙ୍କ ପରିବାର ଦେଖିଲେ ‘ପୁଷ୍କରା’: ଉତ୍ସାହିତ କଲେ ନାୟକ ସବ୍ୟସାଚୀ – Ibnodisha

[ad_1]

କଟକ: ଆଜି କଟକର ସଙ୍ଗମ ସିନେମାରେ କେତେକ ଚିକିତ୍ସାଧୀନ କ୍ୟାନସର ଫାଇଟର ଓ ତାଙ୍କ ପରିବାର ବହୁଚର୍ଚ୍ଚିତ ଓଡ଼ିଆ ଛବି ‘ପୁଷ୍କରା’ ଦେଖିଛନ୍ତି। ସେମାନଙ୍କୁ ସିନେମା ଶେଷରେ ଫିଲ୍ମର ନାୟକ ସବ୍ୟସାଚୀ ଭେଟିବାକୁ ଯାଇଥିଲେ। ଏହା ସେମାନଙ୍କ ପାଇଁ ଏକ ସରପ୍ରାଇଜ୍ ଥିଲା। ଜୀବନ ଓ ମୃତ୍ୟୁ ମଧ୍ୟରେ ପୁଷ୍କରାର କାହାଣୀକୁ, ମୃତ୍ୟୁ ସହ ପ୍ରତି ଦିନ ଲଢ଼ୁଥିବା ସଂଗ୍ରାମୀମାନଙ୍କ ମନରେ ଜୀବନ ପାଇଁ ଏକ ଆଶା ସୃଷ୍ଟି କରିଥିବ ବୋଲି ସବ୍ୟସାଚୀ କହିଛନ୍ତି।

ଏଥିରେ ସବ୍ୟସାଚୀ, ସୁପ୍ରିୟା,  ଚୌଧୁରୀ ବିକାଶ ଦାସ ଓ ଅଶ୍ରୁମୋଚନ ମହାନ୍ତିଙ୍କୁ ମଧ୍ୟ ଦେଖିବାକୁ ମିଳିଛି। ତରଙ୍ଗ ସିନେ ପ୍ରଡକସନ୍ସ ବ୍ୟାନରରେ ପ୍ରସ୍ତୁତ ଏହି ଫିଲ୍ମର କଥାବସ୍ତୁ ପ୍ରଖ୍ୟାତ ନାଟ୍ୟକାର ଶଙ୍କର ତ୍ରିପାଠୀଙ୍କ ଉପନ୍ୟାସ ‘ନାଦବିନ୍ଦୁ’ ଉପରେ ଆଧାରିତ। ଏହାର କାହାଣୀ ମୃତ୍ୟୁ ପରେ ପୁଷ୍କର ଛଡ଼ାଇବା ପରମ୍ପରା ଉପରେ ପର୍ଯ୍ୟବେସିତ। ‘ପୁଷ୍କରା’ର ଚିତ୍ରନାଟ୍ୟ ପ୍ରସ୍ତୁତ କରିଛନ୍ତି ଦେବୀଦତ୍ତ ମହାନ୍ତି। ସିନେମାଟୋଗ୍ରାଫର୍ ଶୁଭ୍ରାଂଶୁ ଦାଶ ଏହି ଚଳଚ୍ଚିତ୍ରର ନିର୍ଦେଶନା ଦେଉଛନ୍ତି। ରମେଶ ବାରିକ ଏହାର ନିର୍ମାତା। ବିଭୂତି ଭୂଷଣ ଗଡ଼ନାୟକ ଏହାର ସଙ୍ଗୀତକାର।



[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button