ଦେଶ

ତାମିଲନାଡୁରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ପର୍ଯ୍ୟଟକ ବସ୍ ଘାଟିରେ ଖସିପଡ଼ିବାରୁ ଆଠ ଜଣଙ୍କର ମୃତ୍ୟୁ – Ibnodisha

[ad_1]

ଚେନ୍ନାଇ: ତାମିଲନାଡୁରେ ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଥିବାର ଖବର ମିଳିଛି। ଏଥିରେ ୮ଜଣଙ୍କର ପ୍ରାଣହାନି ଘଟିଛି। ନୀଳଗିରି ଜିଲ୍ଲାର କୁନୁର ନିକଟରେ ଏକ ପର୍ଯ୍ୟଟକ ବସ୍ ଘାଟିରେ ଖସିପଡ଼ିବାରୁ ଆଠ ଜଣଙ୍କର ମୃତ୍ୟୁ ଘଟିଛି।

ପୁଲିସର ସୂଚନାନୁସାରେ, ଦୁଇ ଡ୍ରାଇଭରଙ୍କ ସମେତ ବସରେ ୫୯ ଜଣ ଯାତ୍ରୀ ଥିଲେ।ଶନିବାର ସନ୍ଧ୍ୟାରେ ଦୁଇଜଣ ଡ୍ରାଇଭରଙ୍କ ସମେତ ୫୯ ଜଣ ଯାତ୍ରୀଙ୍କୁ ନେଇ ଏକ ଟୁରିଷ୍ଟ ବସ୍ ଘାଟିରୁ ଖସି ପଡ଼ିଥିଲା। ହେୟାରପିନ ବୁଲାଣି ରାସ୍ତାରେ ଯାତ୍ରା କରୁଥିବା ସମୟରେ ବସ୍ ହଠାତ୍ ଏକ ଘାଟିରୁ ତଳକୁ ଖସିପଡ଼ିଥିଲା। ଏହି ଖବର ପାଇ ସ୍ଥାନୀୟ ଅଧିକାରୀ ଏବଂ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚିଥିଲେ। ଉଦ୍ଧାର ହୋଇଥିବା ଯାତ୍ରୀଙ୍କ ମଧ୍ୟରୁ ୮ ଜଣଙ୍କୁ ଡାକ୍ତରଖାନା ନିଆଯିବା ପରେ ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button