ରାଜ୍ୟ

ରାଉରକେଲାର ୨ ଯୁବକ ଝାଡ଼ଖଣ୍ଡରେ ଲୁଟ୍‌; ମହିଳାଙ୍କଠୁ ଲୁଟିଥିଲେ ଟଙ୍କା ଓ ସ୍କୁଟି – Ibnodisha

[ad_1]

୩ ଗିରଫ, ନକଲି ପିସ୍ତୋଲ, ସ୍କୁଟି ଓ ଟଙ୍କା ଜବତ

ରାଉରକେଲା/ବିଶ୍ରା: ଝାଡ଼ଖଣ୍ଡ ଚକ୍ରଧରପୁରସ୍ଥ ବନ୍ଧନ ବ୍ୟାଙ୍କରେ କାର୍ଯ୍ୟରତ ଜଣେ ମହିଳା କର୍ମଚାରୀଙ୍କୁ ନକଲି ବନ୍ଧୁକ ଦେଖାଇ ନଗଦ ଟଙ୍କା ଓ ସ୍କୁଟି ଲୁଟ୍‌ ଘଟଣାରେ ସ୍ଥାନୀୟ ପୁଲିସ ତିନି ଜଣକୁ ଗିରଫ କରିଛି। ଆଜି ସେମାନଙ୍କୁ ଜେଲ୍‌ ହାଜତକୁ ପଠାଇ ଦେଇଛି। ଏମାନଙ୍କ ମଧ୍ୟରେ ଦୁଇ ଯୁବକ ହେଲେ ରାଉରକେଲା ବାସନ୍ତୀକଲୋନି ମାଲଗୋଦାମର। ଗିରଫ ଅଭିଯୁକ୍ତମାନେ ଉଦିତନଗର ଥାନା ମାଲଗୋଦାମର ଇଜ୍‌ହାର ହୁସେନ (୨୦), ମହମ୍ମଦ ଇରଫାନ୍‌ ଆଲାମ ଓ ପଶ୍ଚିମ ସିଂହଭୂମ ଜିଲ୍ଲା ଚାଇବାସାର ମହମ୍ମଦ ଜୁନେଦ ଓରଫ ଜିଶାନ। ଏମାନଙ୍କ ନିକଟରୁ ଲୁଟ୍‌ ୧୫ ହଜାର ଟଙ୍କା, ସ୍କୁଟି, ଦୁଇଟି ମୋବାଇଲ, ନକଲି ପିସ୍ତୋଲ ଆଦି ଜବତ ହୋଇଛି। ଗିରଫ ଅଭିଯୁକ୍ତମାନଙ୍କ ନାଁରେ ବିଭିନ୍ନ ଥାନାରେ ଏକାଧିକ ଅପରାଧିକ ମାମଲା ରହିଥିବା ଚକ୍ରଧରପୁର ଥାନା ପକ୍ଷରୁ ସୂଚନା ଦିଆଯାଇଛି।

ମିଳିଥିବା ସୂଚନା ମୁତାବକ ଚକ୍ରଧରପୁରସ୍ଥ ବନ୍ଧନ ବ୍ୟାଙ୍କରେ ଜଣେ ମହିଳା ବିଭିନ୍ନ ଅଞ୍ଚଳକୁ ଯାଇ ଜମାକାରୀଙ୍କଠୁ ଟଙ୍କା ସଂଗ୍ରହ କରନ୍ତି। ପ୍ରତିଦିନ ପରି ଗତ ୨୭ରେ ସେ ଟଙ୍କା ସଂଗ୍ରହ କରି ବ୍ୟାଙ୍କରେ ଜମା କରିବାକୁ ମଣ୍ଡଳସାଇ ରାସ୍ତା ଦେଇ ଯାଉଥିଲେ। ମହିଳାଙ୍କୁ ଗିରଫ ତିନି ଯୁବକ ପିଛା କରିଥିଲେ। କିଛି ବାଟ ଯିବା ପରେ ତିନି ଯୁବକ ନକଲି ପିସ୍ତୋଲ ଦେଖାଇ ମହିଳା ବ୍ୟାଙ୍କ କର୍ମଚାରୀଙ୍କୁ ସ୍କୁଟି ରଖିବାକୁ ଧମକ ଦେଇଥିଲେ। ମହିଳା ଜଣଙ୍କ ପିସ୍ତୋଲ ନକଲି ଓ ଅସଲି ନ ଜାଣି ପାରି ଜୀବନ ବଞ୍ଚାଇବା ଭୟରେ ସ୍କୁଟିକୁ ରଖିଥିଲେ। ତିନି ଯୁବକଙ୍କ ମଧ୍ୟରୁ ଜଣେ ମହିଳାଙ୍କ ମୁଣ୍ଡରେ ‌ନକଲି ପିସ୍ତୋଲ ଲଗାଇ ୪୬ ହଜାର ଟଙ୍କା ଭର୍ତ୍ତିଥିବା ବ୍ୟାଗ୍‌ ଓ ସ୍କୁଟି ଲୁଟ୍‌ କରି ଫେରାର ହୋଇଯାଇଥିଲେ। ପରେ ମହିଳା ଜଣକ ଚକ୍ରଧରପୁର ଥାନାରେ ଲିଖିତ ଏତଲା ଦେଇଥିଲେ। ମହିଳାଙ୍କ ଲିଖିତ ଅଭିଯୋଗ ଆଧାରରେ ଚକ୍ରଧରପୁର ଥାନା ପୁଲିସ୍‌ ଟିମ୍‌ ଗଠନ କରି ୩ ଅଭିଯୁକ୍ତକୁ ଧରିବାକୁ ବିଭିନ୍ନ ସ୍ଥାନରେ ଚଢ଼ଉ କରିଥିଲେ।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button