IBN ଓଡ଼ିଶା ବ୍ୟୁରୋ

ଗିରଫ ପରେ ଥାନାରୁ ହସ୍ପିଟାଲ ପହଞ୍ଚିଲେ ଅଲ୍ଲୁ

ହାଇଦ୍ରାବାଦ: ‘ପୁଷ୍ପା‌-୨’ ରିଲିଜ ହେବାପ‌ର ଠାରୁ ପ୍ରେକ୍ଷାଳୟରେ ଧମାଲ ମଚାଉଛି। ଦର୍ଶକ ବି ସାଉଥ୍‌ ସୁପର୍‌‌ଷ୍ଟାର୍‌ ଅଲ୍ଲୁ ଅର୍ଜୁନଙ୍କ ଅଭିନୟ ‌ଦେଖିବା ପାଇଁ ସିନେମା ହଲରେ ପ୍ରବଳ ଭିଡ଼ ଜମାଉଛନ୍ତି। ଏଭଳି ସମୟରେ ଅଲ୍ଲୁଙ୍କ ଫ୍ୟାନ୍ସଙ୍କ ପାଇଁ ଏକ ନିରାଶଜନକ ଖବର ସାମ୍ନାକୁ ଆସିଛି।

ସନ୍ଧ୍ୟା ଥିଏଟରରେ ଆୟୋଜିତ ‘ପୁଷ୍ପା ୨: ଦି ରୁଲ୍’ର ପ୍ରିମିୟର୍ ସୋ’ରେ ତଳଚକଟାରେ ଜଣେ ମହିଳାଙ୍କ ମୃତ୍ୟୁ ହେବା ଘଟଣାକୁ କେନ୍ଦ୍ର କରି ଅଲ୍ଲୁଙ୍କୁ ଶୁକ୍ରବାର ହାଇଦ୍ରାବାଦ ପୁଲିସ ଗିରଫ କରିଛି।

ଅଲ୍ଲୁଙ୍କୁ ହାଇଦ୍ରାବାଦ ପୁଲିସ ଗିରଫ କରି ଚିକ୍କଡ଼ପଲ୍ଲି ପୁଲିସ ଷ୍ଟେସନକୁ ନେଇଥିଲା। ଏଠାରୁ ଅଭିନେତାଙ୍କୁ ପୁଲିସ କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଗାନ୍ଧି ହସ୍ପିଟାଲ ନେଇ ଯାଇଛି। ସେଠାରେ ଅଲ୍ଲୁଙ୍କ ସ୍ବାସ୍ଥ୍ୟ ପରୀକ୍ଷା ହେବ। ତେବେ ଗାନ୍ଧି ହସ୍ପିଟାଲରେ ଅଲ୍ଲୁ ପହଞ୍ଚିବା ପୂର୍ବରୁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଥିଲା।

ଅଲ୍ଲୁଙ୍କ ପ୍ରଶଂସକ ପ୍ରିୟ ଅଭିନେତାଙ୍କୁ ଛାଡ଼ିବା ପାଇଁ ଯେମିତି କୌଣସି ପ୍ରକାର ଉତ୍ତେଜନା ସୃଷ୍ଟି ନକରନ୍ତୁ ସେଥିପାଇଁ ପୁଲିସ ସମସ୍ତ ବ୍ୟବସ୍ଥା କରି ରଖିଛି।

ଏହି ମାମଲା ‌କୋର୍ଟରେ ବି ପହଞ୍ଚି ଯାଇଛି। କୁହାଯାଉଛି ସନ୍ଧ୍ୟା ଥିଏଟରରେ ମହିଳା ମୃତ୍ୟୁ ହେବା ଘଟଣାକୁ ନେଇ ଅଲ୍ଲୁଙ୍କ ବିରୋଧରେ ଅନେକ ଧାରା ଲାଗୁ କରାଯାଇ ମାମଲା ରୁଜୁ କରାଯାଇଛି।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button