ମନୋରଞ୍ଜନ

ରଣବୀର ସିଂହ ହେବେ ତୃତୀୟ ଡନ୍ – Ibnodisha

[ad_1]

ଏଗାର ଦେଶର ପୁଲିସ ଏବେ ଜଣେ ନୂଆ ଡନ୍‌ଙ୍କୁ ଖୋଜିବ। ‘ଡନ୍‌’ ଶୃଙ୍ଖଳାର ବହୁପ୍ରତୀକ୍ଷିତ ତୃତୀୟ ସଂସ୍କରଣରେ ରଣବୀର ସିଂହ ପୂର୍ବ ଡନ୍ ଶାହରୁଖ ଖାଁଙ୍କ ସ୍ଥାନ ନେବେ। ୧୯୭୮ରେ ସଲିମ-ଜାବେଦ ‘ଡନ୍’ ଚରିତ୍ରର ପରିକଳ୍ପନା କରିଥିଲେ, ଯାହାକୁ ଅମିତାଭ ବଚ୍ଚନଙ୍କ ଅଭିନୟ ଏକ କିଂବଦନ୍ତୀୟ ସ୍ତରକୁ ନେଇଯାଇଥିଲା। ୨୦୦୬ରେ ଫରାନ ‘ଡନ୍‌’ର ପୁନର୍କଳ୍ପନା କରିଥିଲେ। ସେହି ଚରିତ୍ରକୁ ‘ଡନ୍’ ଓ ‘ଡନ୍ ୨’ ଚଳଚ୍ଚିତ୍ରରେ ଶାହରୁଖ ଖାଁ ପୁଣି ଏକ ନୂଆ ଶୀର୍ଷକୁ ଉନ୍ନୀତ କରିଥିଲେ। ଆଗକୁ ଜଣେ ନୂଆ ଅଭିନେତା ‘ଡନ୍‌’ର ପରମ୍ପରାକୁ ଆଗେଇନେବେ ବୋଲି ଫରହାନ ମଙ୍ଗଳବାର ଘୋଷଣା କରିଥିଲେ। ସେହି ଅଭିନେତା ଆଉ କେହି ନୁହେଁ, ଦୀପିକାଙ୍କ ପତି ରଣବୀର ବୋଲି ଏବେ ସ୍ପଷ୍ଟ ହୋଇଯାଇଛି।

ରଣବୀରଙ୍କ ଦକ୍ଷତା ଓ ନିପୁଣତାର ପ୍ରଶଂସା କରି ଫରହାନ ଆଶା ପ୍ରକଟ କରିଛନ୍ତି ଯେ ଦର୍ଶକେ ତାଙ୍କୁ ଅମିତାଭ ଓ ଶାହରୁଖଙ୍କ ପରି ଭଲପାଇବା ଦେବେ। ଡନ୍ ରୂପରେ ରଣବୀରଙ୍କର ଏକ ପରିଚୟାତ୍ମକ ଭିଡିଓ ଆସିଛି। ସେଥିରେ ସେ ନିଜ ଶୈଳୀରେ ‘୧୧ ମୁଲ୍‌କୋଁ କି ପୁଲିସ୍…’ ସଂଳାପ କହୁଥିବାର ଶୁଣିବାକୁ ମିଳିଛି। ଶାହାରୁଖଙ୍କୁ ଡନ୍‌ ରୂପେ ଦେଖିଆସିଥିବା ଅନେକ ପ୍ରଶଂସକ କିନ୍ତୁ ଏଥିରେ ଖୁସି ନାହାନ୍ତି। ଶାହରୁଖଙ୍କ ବିନା ଡନ୍ ଅସଂପୂର୍ଣ୍ଣ ବୋଲି ସେମାନଙ୍କ ମତ। ତଥାପି ରଣବୀର ଯେ ‘ଡନ୍‌’ ଚରିତ୍ରକୁ ନ୍ୟାୟ ଦେଇପାରିବେ ତାହା ନିଃସନ୍ଦେହ ବୋଲି ଅନ୍ୟ ସିନେପ୍ରେମୀମାନେ କହୁଛନ୍ତି। ୨୦୨୫ରେ ‘ଡନ୍ ୩’ ମୁକ୍ତିଲାଭ କରିବ ବୋଲି ନିର୍ଦେଶକ ଫରହାନ ଅଖତର ଘୋଷଣା କରିଛନ୍ତି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button