ରାଜ୍ୟ

ଜଙ୍ଘର ଚର୍ବିକୁ କମ୍‌ କରିବାକୁ ଚାହୁଁଛନ୍ତି କି? ଯୁବତୀମାନେ ଆପଣାନ୍ତୁ ଏହି ଉପାୟ

ଯୁବତୀମାନଙ୍କ ଜଙ୍ଘ ବି ସେମାନଙ୍କ ସୁନ୍ଦରତାର ଏକ ଅଂଶ। ହିପ୍ସ ଏବଂ ଜଙ୍ଘ ଶରୀରର ଏମିତି ଗୋଟିଏ ଗୋଟିଏ ପାର୍ଟସ, ଯାହା ଉପରେ ବହୁତ ଜଲ୍‌ଦି ଫ୍ୟାଟ୍‌ ଜମା ହୋଇଯାଇଥାଏ। ଜଙ୍ଘରେ ଚର୍ବି ଜମା ହୋଇଗଲେ, ନିଜ ମନପସନ୍ଦର ଜିନ୍ସ ଏବଂ ପ୍ୟାଣ୍ଟସ୍‌ ପିନ୍ଧିବାରେ ସମସ୍ୟା ଦେଖାଦିଏ। ଶରୀରର ଆକାର ଅସୁନ୍ଦର ହୋଇଯାଏ।

ଜଙ୍ଘର ଚର୍ବିକୁ କମ୍‌ କରିବାର ଉପାୟ

-ହଳଦୀରେ ଥିବା କରକ୍ୟୁମିନ୍‌ ନାମକ ତତ୍ତ୍ୱ ମୋଟାପଣକୁ କମ୍‌ କରିବାରେ ବହୁତ ସହାୟକ ହୋଇଥାଏ। ଯଦି ହଳଦୀକୁ ପାଣିରେ ଗୋଳାଇ ନିୟମିତ ରୂପେ ସେବନ କରାଯାଏ, ତା’ହେଲେ ଜଙ୍ଘରେ ଜମା ହୋଇଥିବା ଅତିରିକ୍ତ ଚର୍ବି କିଛି ଦିନ ଭିତରେ କମିବାରେ ଲାଗିଥାଏ।

leg1

-ଆପଣଙ୍କ ଡାଏଟ୍‌ରେ କାକୁଡ଼ିକୁ ଅଧିକ ମାତ୍ରାରେ ସାମିଲ କରନ୍ତୁ। କାକୁଡ଼ି ରସରେ କମ୍‌ କ୍ୟାଲେରୀ ଏବଂ ଫାଇବରର ମାତ୍ରା ଅଧିକ ରହିଥାଏ। କାକୁଡ଼ି ଜୁସ୍‌ ଖାଇଲେ ଜଙ୍ଘ ଆଖପାଖରେ ମୋଟାପଣ କମ୍‌ ହୋଇଯିବ।

-ସବୁଦିନ ସକାଳେ ପାଣିରେ ମହୁ ଗୋଳାଇ ଆପଣ ପିଇପାରିବେ। ଏଥିରେ ଲେମ୍ବୁ ମଧ୍ୟ ଚିପୁଡ଼ି ପାରିବେ।

leg2

-କାକୁଡ଼ି ଜୁସ୍‌ ଭଳି ଲାଉ ଜୁସ୍‌ ମଧ୍ୟ ଚର୍ବି ହ୍ରାସ କରିବାରେ ସହାୟକ ହୋଇଥାଏ। ଲାଉ ଜୁସ୍‌ରେ ବି କମ୍‌ କ୍ୟାଲୋରୀ ଏବଂ ଅଧିକ ଫାଇବର ଥାଏ।

-ବଟର ମିଲ୍କ ମଧ୍ୟ ଜଙ୍ଘରୁ ଚର୍ବି ହ୍ରାସ କରିଥାଏ। ବିଶେଷ କରି ଖରାଦିନେ ଏହାକୁ ପ୍ରାୟାଗ କରିବା ଉଚିତ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button