IBN ଓଡ଼ିଶା ଏକ୍ସକ୍ଲୁସିଭ୍

ପିଅନ୍ତୁ ଏହିସବୁ ପ୍ରାକୃତିକ ଏନର୍ଜି ଡ୍ରିଙ୍କ, ଦୂର କରନ୍ତୁ ଆପଣଙ୍କ ଥକ୍କାପଣ ଏବଂ ଦୁର୍ବଳତା

ଆପଣ ନିଜ ଶରୀରର ଥକ୍କାପଣ ଦୂର କରିବା ଏବଂ ସୁସ୍ଥ ରଖିବା ପାଇଁ ଖାଦ୍ୟପେୟ ଉପରେ ଧ୍ୟାନ ରଖିବାକୁ ଧ୍ୟାନ ଦିଅନ୍ତି। କିନ୍ତୁ ବେଳେ ବେଳେ ଶରୀର ଏପରି ଭାବେ ଥକ୍କିଥାଏ ଯେ ତୁରନ୍ତ ଏନର୍ଜିର ଆବଶ୍ୟକତା ପଡିଥାଏ। ଯେଉଁମାନେ ନିୟମିତ ଭାବେ ବ୍ୟାୟାମ କରୁଛନ୍ତି ଏବଂ ଝାଳ ବୁହାଉଛନ୍ତି ସେମାନଙ୍କୁ ଏନର୍ଜି ଡ୍ରିଙ୍କ ବେଶ୍‌ ଆବଶ୍ୟକ ହୋଇଥାଏ। ବଜାରରେ ଅନେକ ପ୍ରକାର ଏନର୍ଜି ଡ୍ରିଙ୍କ ମିଳୁଛି ଯାହାକୁ ପିଇବା ଯୋଗୁଁ ତୁରନ୍ତ ଶକ୍ତି ମିଳିଥାଏ। କିନ୍ତୁ କିଛି ପ୍ରାକୃତିକ ପାନୀୟ ରହିଛି, ଯାହାକୁ ସେବନ କରିବା ଦ୍ୱାରା ତୁରନ୍ତ ଏନର୍ଜି ମିଳିବା ସହିତ ଶରୀରକୁ ଫାଇଦା ମିଳିଥାଏ।

Coconut_Drink

ନଡିଆ ପାଣି :

ନଡିଆ ପାଣିରେ ପ୍ରାକୃତିକ ପୋଟାସିୟମ ଭରି ରହିଥାଏ। ଯାହା ଶରୀରରେ ଜଳୀୟ ଅଂଶର ଅଭାବକୁ ଦୂର କରିଥାଏ। ଓ୍ଵାର୍କଆଉଟ କରିବା ପରେ ଏହାକୁ ପିଇବା ଦ୍ୱାରା ଶରୀରକୁ ତୁରନ୍ତ ଏନର୍ଜି ଦେଇଥାଏ।

ଲେମ୍ବୁ ପାଣି :

ଲେମ୍ବୁପାଣିରେ ଭିଟାମିନ ସି ଭରପୂର ମାତ୍ରାରେ ରହିଥାଏ। ଭିଟାମିନ ସି ଶରୀରକୁ ତୁରନ୍ତ ଶକ୍ତି ଯୋଗାଇଥାଏ। ଏହାଛଡା ଲେମ୍ବୁପାଣି ଶରୀରର ଇମ୍ୟୁନିଟି ସିଷ୍ଟମକୁ ଦ୍ରୁତ କରିଥାଏ।

lemon

କ୍ଷୀର :

କ୍ଷୀର ଆମ ଶରୀରକୁ ଶକ୍ତି ଯୋଗାଏ। ତେଣୁ ବ୍ୟାୟାମ କରି ଆସିବା ପରେ କ୍ଷୀର ପିଇବା ଉଚିତ। ଏହା ଆପଣଙ୍କ ହାଡ ଏବଂ ମାଂସପେଶୀକୁ ସୁଦୃଢ କରିଥାଏ।

green

ଗ୍ରୀନ ଟି :

ବ୍ୟାୟାମ କରିବା ପରେ ଆପଣ ଗ୍ରୀନ ଟି ମଧ୍ୟ ପିଇପାରିବେ। ଏହା ଆପଣଙ୍କ ଶରୀରକୁ ଏନର୍ଜି ଦେବା ସହ ମେଟାବୋଲଜିମକୁ ବଢାଇଥାଏ। ଏହା ଶରୀର ପାଇଁ ବେଶ୍‌ ଲାଭକାରୀ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button