ରାଜ୍ୟ

ଏଭଳି ଉପାୟରେ ରୋଷେଇ ଘରେ ରଖନ୍ତୁ ପିଆଜ, ଲମ୍ବା ସମୟ ଯାଏ ହେବନି ଖରାପ

ପରିବା ଭିତରୁ ପିଆଜ ଏକ ପ୍ରମୁଖ ପରିବା ଅଟେ, ଯାହାକୁ ଘରେ ଘରେ ଖିଆଯାଇଥାଏ। ଏହା ଅଲଗା ଅଲଗା ଭେରାଇଟିର ଆସିଥାଏ, ଯେପରି ଲାଲ୍‌ ପିଆଜ, ହଳଦିଆ ପିଆଜ ଏବଂ ଧଳା ପିଆଜ। ତେବେ କିଛି ଲୋକ ଅଭିଯୋଗ କରନ୍ତି, ଘରେ ରଖାଯାଉଥିବା ପିଆଜ ବହୁତ ଜଲ୍‌ଦି ଖରାପ ହୋଇଯାଏ। ତେଣୁ ଏହି ସମସ୍ୟାକୁ ଦୂର କରିବା ପାଇଁ ଆମେ ଆପଣଙ୍କୁ କିଛି ଟିପ୍ସ ଦେବାକୁ ଯାଉଛୁ, ଯାହାକୁ ଆପଣାଇ ଆପଣ ପିଆଜକୁ ସୁରକ୍ଷିତ ରଖିପାରିବେ।

onion2

-ପିଆଜକୁ ସବୁବେଳେ ଶୁଖିଲା ରଖିବା ଉଚିତ। ଏଥିପାଇଁ ପେପର୍‌ ବ୍ୟାଗ୍‌ ଭଲ୍‌ ଅପଶନ ହୋଇପାରିବ।

-ପିଆଜକୁ ପେପର୍‌ ବ୍ୟାଗରେ ରଖି ମୁହଁ ବନ୍ଦ କରିଦିଅନ୍ତୁ ଏବଂ ଏହା ଉପରେ ଛୋଟ ଛୋଟ କଣା କରିଦିଅନ୍ତୁ।

-ଓଦା ସ୍ଥାନରେ କେବେ ବି ପିଆଜକୁ ରଖନ୍ତୁ ନାହିଁ।

-ଅନେକ ବାର ଆମେ ପିଆଜକୁ ପ୍ଲାଷ୍ଟିକ୍‌ ଜରିରେ ରଖିଦେଉ। ଏପରି କରନ୍ତୁ ନାହିଁ, ଯଦ୍ଦ୍ଵାରା ପିଆଜରେ ଆଦ୍ରତା ଆସିଯାଇଥାଏ। ଆଉ ପିଆଜ ଖୁବ୍‌ ଜଲ୍‌ଦି ଖରାପ ହୋଇଯାଇଥାଏ।

-ଯେତେବେଳେ ଆପଣ ପରିବା କିଣିଥାଆନ୍ତି, ସାଧାରଣତଃ ଦୋକାନୀ ଆଳୁ ଏବଂ ପିଆଜଳକୁ ଏକସାଥୀରେ ଦେଇଥାଏ। କିନ୍ତୁ ଷ୍ଟୋର୍‌ କରି ରଖିବା ବେଳେ କେବେ ବି ଏହି ଦୁଇଟି ପରିବାକୁ ଏକାଠି ରଖିବେ ନାହିଁ।

-ଯଦି ପିଆଜକୁ ଆପଣ ଶୁଖିଲା ଏବଂ ଅନ୍ଧାରିଆ ସ୍ଥାନରେ ରଖିବେ, ତା’ହେଲେ ଏହା ଲମ୍ବା ସମୟ ଯାଏ ରହିପାରିବ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button