IBN ଓଡ଼ିଶା ବ୍ୟୁରୋ

ଜାଣନ୍ତିକି ଏକାଠି ଭୋଜନ କରିବା ଦ୍ୱାରା ବଢିଥାଏ ଓଜନ

ଆଜି କାଲି ଲୋକେ ନିଜ ବଢୁଥିବା ଓଜନକୁ ନେଇ ବେଶ ଚିନ୍ତିତ । ନିଜ ଓଜନକୁ କମ କରିବା ପାଇଁ ଲୋକେ ଦିନ ରାତି ଜିମରେ ବିତେଇବା ଠାରୁ ଆରମ୍ଭ କରି ସକାଳ ସନ୍ଧ୍ୟାରେ ୱାକ କରିବାକୁ ପଛାଉଛନ୍ତି । କିନ୍ତୁ ଆପଣ ଜାଣନ୍ତି କି ଆପଣଙ୍କ ଖାଦ୍ୟ ଅଭ୍ୟାସ ସହ ହିଁ ଆପଣଙ୍କର ମୋଟାପଣ ସମ୍ଭନ୍ଧ ସିଧାସଳକ ଅଛି । ଭାରତୀୟ ସଂସ୍କୃତିରେ ଏକାଠି ବସି ଖାଇବା ଅଭ୍ୟାସ ରହିଛି । ଯଦି ଆପଣ ନିଜ ଶରୀରକୁ ଅଧିକ ସୁଢଳ ସୁନ୍ଦର କରିବାକୁ ଚାହୁଁଛନ୍ତି ତେବେ ଆଉ ଏକାଠି ବସି ଭୋଜନ ନ କରି ଏକୁଟିଆ ହିଁ ଭୋଜନ କରନ୍ତୁ । କାରଣ ଏକ ଗବେଷଣାରୁ ଜଣାଯାଇଛି ଯେ ଏକାଠି ବସି ଭୋଜନ କରିବା ଦ୍ୱାରା ବ୍ୟକ୍ତି ଅଧିକ ଖାଇଦେଇଥାନ୍ତି ।

obesity one

ଆମେରିକାର କ୍ଲିନିକାଲ ନ୍ୟୁଟ୍ରିସନ ସୋସାଇଟି ଦ୍ୱାରା ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ ଦୁଇ ଜଣାରୁ ଅଧିକ ବସି ଭୋଜନ କରିବା ଦ୍ୱାରା ବ୍ୟକ୍ତି ନିଜ ସାମର୍ଥ୍ୟ ଠାରୁ ଅଧିକ ଖାଇଥାନ୍ତି କିନ୍ତୁ ଏକୁଟିଆ ଖାଇଲେ କେତେ ଗୁଣ କମ ଖାଇଥାନ୍ତି । ବ୍ରିଟେନ ସ୍ଥିତ ବର୍ମିଙ୍ଗହାମ ବିଶ୍ୱବିଦ୍ୟାଳୟର ଗବେଷକ ହେଲେନ ରୁଡାକ ଏକ ଗବେଷଣାରୁ ଜାଣିପାରିଛନ୍ତି କି ଏକାଠି ବସି ଖାଇଲେ ବ୍ୟକ୍ତି ପ୍ରାୟ ୪୮ ପ୍ରତିଶତ ଅଧିକ ଖାଇବା ଖାଇଦେଇଥାନ୍ତି । ମହିଳା ମାନେ କିନ୍ତୁ ଏକ୍ଷେତ୍ରରେ ପୁରୁଷ ମାନଙ୍କ ଠାରୁ କିଛିଟା ପଛୁଆ ଥିଲେ ବି ସେମାନେ ଏକାଠି ବସି ଖାଇଲେ ୨୯ ପ୍ରତିଶତ ଅଧିକ ଭୋଜନ କରିଥାନ୍ତି ।

ଏପର୍ଯ୍ୟନ୍ତ ଏ କ୍ଷେତ୍ରରେ ପ୍ରାୟ ୪୨ଟି ଗବେଷଣା ହୋଇସାରିଥିବ ବେଳେ ଏଗୁଡିକର ଫଳାଫଳକୁ ନେଇ ବୈଜ୍ଞାନିକ ମାନେ ଏହିପରି ଏକ ସିଦ୍ଧାନ୍ତରେ ଉପନୀତ ହୋଇଛନ୍ତି । ପୂର୍ବରୁ ଏକ ଗବେଷଣାରୁ ଜଣା ପଡିଥିଲା କି ଏକାଠି ଖାଇଲେ ବ୍ୟକ୍ତି ଏକ ଅଲଗା ପ୍ରକାର ଆନନ୍ଦ ମିଳିଥାଏ । ଏହା ଏକ ପ୍ରକାର ମାନସିକ ଶାନ୍ତି ମଧ୍ୟ ଦେଇଥାଏ । ବିଶ୍ୱାସ କରାଯାଏ କି ଏହା ଦ୍ଵାରା ବ୍ୟକ୍ତିର ନିଃସଙ୍ଗତା ଦୂର ହୋଇଥାଏ । ତେଣୁ କରି ମିଶି କରି ଖାଇବା ଦ୍ୱାରା ନିଜ ଅଜାଣତରେ ବ୍ୟକ୍ତି ଅଧିକ ଭୋଜନ କରିଦେଇଥାନ୍ତି । ଫଳରେ ମୋଟାପଣ ବୃଦ୍ଧି ପାଇଥାଏ ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button