IBN ଓଡ଼ିଶା ଏକ୍ସକ୍ଲୁସିଭ୍

ବାତ ଦୋଷ ଏବଂ କଫ ସମସ୍ୟା ଦୂର କରିବ ଏହି ଫୁଲ, କେବଳ ଫୁଲ ନୁହେଁ ପତ୍ର ମଧ୍ୟ ଶରୀର ପାଇଁ ବେଶ୍‌ ଉପକାରୀ

ଭଗବାନ ଶିବଙ୍କୁ ଅର୍ପଣ କରାଯାଉଥିବା ଅରଖ ଫୁଲର ବେଶ୍‌ ଉପକାରୀ ଗୁଣ ରହିଛି। ବିଭିନ୍ନ ରୋଗ ପାଇଁ ଏହି ଫୁଲ ମହୌଷଧୀ ଭାବେ କାର୍ଯ୍ୟ କରେ। କେବଳ ଫୁଲ ନୁହେଁ ଏହାର ପତ୍ର ମଧ୍ୟ ଉପକାରୀ। ଅରଖ ଫୁଲ ଏବଂ ପତ୍ରକୁ ବ୍ୟବହାର କରି ଶ୍ୱାସ, ଡାଇବେଟିସ, ଶ୍ୱାସରୋଗ, ମଧୁମେହ, ଆଲର୍ଜି, କୁଷ୍ଠ ଓ ପାଇଲ୍ସ ପରି ରୋଗକୁ ଭଲ କରା ଯାଇପାରିବ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି।

arakha 1
ଶ୍ୱାସରୋଗୀ ପ୍ରତିଦିନ ସକାଳେ ନିୟମିତ ଅରଖ ଫୁଲ ସହିତ ଉଷୁମ ପାଣି ପିଇଲେ ଉପକାର ମିଳିଥାଏ। ସେହିପରି କୌଣସି ସ୍ଥାନରେ ଖଣ୍ଡିଆ ହୋଇଗଲେ, ସେହି ସ୍ଥାନରେ ଅରଖ ପତ୍ରକୁ ଗରମ କରି ବାନ୍ଧି ଦିଅନ୍ତୁ। ଏପରି କଲେ ଖଣ୍ଡିଆ ସ୍ଥାନରୁ ରକ୍ତ ବାହାରିବା ବନ୍ଦ ହେବା ସହିତ ଯନ୍ତ୍ରଣା ଏବଂ ଜଳାପୋଡା ମଧ୍ୟ ବନ୍ଦ ହୋଇଯିବ।

6ଏହାର ଫୁଲ ବାତ ଏବଂ କଫ ଦୋଷ ପାଇଁ ବେଶ୍‌ ଉପକାରୀ। ଆପଣଙ୍କର ଯଦି ଗ୍ୟାସ୍‌ ଦୋଷକୁ ମଧ୍ୟ ଦୂର କରିଥାଏ ଅରଖ। କିନ୍ତୁ ମନେ ରଖନ୍ତୁ ଏହାକୁ ବ୍ୟବହାର କରିବା ବେଳେ ଅନେକ ପ୍ରକାର ସାବଧାନତା ଅବଲମ୍ବନ କରିବା ଉଚିତ। ଏହାର ଅଧିକ ସେବନ ଆପଣଙ୍କ ସ୍ୱାସ୍ଥ୍ୟକୁ ଖରାପ କରିପାରେ।

2

ଏହାର ଅଧିକ ସେବନ କରିବା ଦ୍ୱାରା ଆପଣଙ୍କର ବାନ୍ଦି ଏବଂ ଝାଡା ହୋଇପାରେ। ଗର୍ଭାବସ୍ଥା କିମ୍ବା ସ୍ତନପାନ କରାଉଥିବା ମହିଳା ଏହାର ବ୍ୟବହାର କରନ୍ତୁ ନାହିଁ। ଏହାଛଡା କୌଣସି ପିଲାଙ୍କୁ ମଧ୍ୟ ଏହା ଦେବା ଅନୁଚିତ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button