ରାଜ୍ୟ

ରତ୍ନଭଣ୍ଡାରକୁ ନେଇ ଆସିଲା ବଡ ଖବର ।

ତ୍ନଭଣ୍ଡାରକୁ ନେଇ ଆସିଲା ବଡ ଖବର । ରତ୍ନଭଣ୍ଡାର ଭିତରେ ନାହିଁ କୌଣସି ବି ସୁଡଙ୍ଗ କିମ୍ବା ଗୁପ୍ତ କୋଠରୀ । ତେବେ ଜିପିଆର ସର୍ଭେ ପରେ ପ୍ରାରମ୍ଭିକ ଆଲୋଚନାରୁ ଏହା ଜଣାପଡିଛି । ଆଉ ଚୂଡାନ୍ତ ରିପୋର୍ଟ ଆସିବା ପରେ ଏନେଇ ସ୍ପଷ୍ଟ ହେବ ବୋଲି ସୂଚନା ଦେଇଛନ୍ତି ଆଇନ୍ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ।କାର୍ତ୍ତିକ ମାସ ଚାଲିଥିବାରୁ ଶ୍ରୀମନ୍ଦିର ଭିଡ ରହିଛି ।

କାର୍ତ୍ତିକ ମାସ ପରେ ରତ୍ନଭଣ୍ଡାର ମରାମତି ହେବ । ରତ୍ନ ଭଣ୍ଡାରରେ ଫାଟ ରହିଥିବା ମନ୍ତ୍ରୀ ସ୍ପଷ୍ଟ କରିଛନ୍ତି । କାର୍ତ୍ତିକ ମାସ ପରେ ଏଏସ୍‌ଆଇ ଏକ ମାସ ଧରି ମରାମତି କାମ କରିବ । ମରାମତି ହେବା ପରେ ରତ୍ନ ଅଳଙ୍କାର ଗଣତି କରାଯିବ ।

ପୁରୁଣା ତାଲିକା ସହ ମ୍ୟାଚ୍ କରାଯାଇ ୭ ଦିନ ଭିତରେ ରିପୋର୍ଟ ପ୍ରକାଶ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି । ସୂଚନାଯୋଗ୍ୟ, କିଛି ଦିନ ତଳେ ରତ୍ନଭଣ୍ଡାର ତଦାରଖ କମିଟି ଅଧ୍ୟକ୍ଷ ଜଷ୍ଟିସ ବିଶ୍ବନାଥ ରଥ କହିଥିଲେ, ଗଣତିମଣତି ଏସଓପି ପ୍ରସ୍ତୁତି ସରିଛି। ଏଏସଆଇ ମରାମତି କରି ସାର୍ଟିଫିକେଟ୍ ଦେବା ପରେ ଗଣତିମଣତି ହେବ। ଏସଓପି ଗୋପନୀୟ। ଏଣୁ ଏହାକୁ ପ୍ରକାଶ କରାଯାଇ ପାରିବ ନାହିଁ। ଠାକୁରଙ୍କ ଯେତିକି ସମ୍ପତ୍ତି ଅଛି, ତାହା ସୁରକ୍ଷିତ ରହିବା ଦରକାର ବୋଲି ମଧ୍ୟ ଜଷ୍ଟିସ୍ ରଥ କହିଥିଲେ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button