ରାଜ୍ୟ

ଗୁଣିଆ ସନ୍ଦେହରେ ଦମ୍ପତିଙ୍କୁ ହତ୍ୟା: ୧୬ ଅଟକ, ଫେବ୍ରୁଆରିରେ ଗୁଳିମାଡ଼ କରିଥିଲେ – Ibnodisha

[ad_1]

ମୋହନା/ଅଡ଼ବା: ଗଜପତି ଜିଲ୍ଲା ଅଡ଼ବା ଥାନା ଦମାଦୁଆ ପଞ୍ଚାୟତର ଘୋଡ଼ାପଙ୍କା ଗ୍ରାମରେ ଗୁଣିଗାରେଡ଼ି ଓ ପୂର୍ବ ଶତ୍ରୁତାକୁ ନେଇ କପିଳେନ୍ଦ୍ର ମଲ୍ଲିକ (୪୫) ଓ ତାଙ୍କ ପତ୍ନୀ ଶଶିତା ମଲ୍ଲିକ (୪୦)ଙ୍କୁ ହତ୍ୟା କରାଯାଇଛି। ଅଡ଼ବା ଥାନାଧିକାରୀ ଶୁଭ୍ରାନ୍ତ କୁମାର ପଣ୍ଡା ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ଏହି ଘଟଣାରେ ପୁଲିସ କେସ୍‌ ନମ୍ବର ୧୪୨/୨୩ରେ ମାମଲା ରୁଜୁ କରିବା ସହ ୧୬ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଥିବା ରା.ଉଦୟଗିରି ଏସ୍‌ଡିପିଓ ଅଶ୍ୱିନୀ କୁମାର ନାୟକ ସୂଚନା ଦେଇଛନ୍ତି।

ସୋମବାର ସନ୍ଧ୍ୟା ପ୍ରାୟ ୭ଟାରେ କପିଳେନ୍ଦ୍ର ଘରେ ଥିବା ସମୟରେ ପ୍ରଥମେ କିଛି ଦୁର୍ବୃତ୍ତ ଘରେ ପଶି ତାଙ୍କୁ ମାରଣାସ୍ତ୍ରରେ ଆକ୍ରମଣ କରି ହତ୍ୟା କରିଥିଲେ। ସ୍ବାମୀଙ୍କୁ କିଛି ଲୋକ ହାଣି ଦେଇଥିବା ଖବର ପାଇ ବାହାରକୁ ଯାଇଥିବା ଶଶିତା ଘରକୁ ଆସୁଥିବା ବେଳେ ଗାଁ ରାସ୍ତାରେ ତାଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଥିଲେ। ଶଶିତା ରକ୍ତ ଜୁଡୁବୁଡ଼ୁ ଅବସ୍ଥାରେ ଉପରସାହିକୁ ଦୌଡ଼ି ପଳାଇଥିଲେ ବି ରାସ୍ତାରେ ପଡ଼ିଯାଇଥିଲେ। ପରିବାର ଲୋକେ ତାଙ୍କୁ ଉଦ୍ଧାର କରିବା ବେଳକୁ ସେଠାରେ ପଡ଼ି ତାଙ୍କର ମୃତ୍ୟୁ ହୋଇସାରିଥିଲା।

ଗତ ଫେବ୍ରୁଆରିରେ ମଧ୍ୟ କପିଳେନ୍ଦ୍ରଙ୍କୁ ଗୁଣି ସନ୍ଦେହରେ ଗୁଳିମାଡ଼ କରି ହତ୍ୟା ଉଦ୍ୟମ ହୋଇଥିଲା। ଏଥିରେ ସେ ଗୁରୁତର ଆହତ ହୋଇଥିଲେ। ଚିକିତ୍ସା ପରେ ସେ ସୁସ୍ଥ ହୋଇଥିଲେ। କପିଳେନ୍ଦ୍ର ଏ ସମ୍ପର୍କରେ ଅଡ଼ବା ଥାନାରେ ଅଭିଯୋଗ କରିଥିଲେ। ଏହାପ‌ରେ ସେ କିଛିଦିନ ଗାଁ ଛାଡ଼ି ଅଡ଼ବାରେ ରହୁଥିଲେ। ପୁଣି ଗାଁକୁ ଫେରିଥିବା ବେଳେ ଗତକାଲି ତାଙ୍କୁ ହତ୍ୟା କରାଯାଇଛି। ଗଜପତି ଭଳି ଏକ ଆଦିବାସୀ ଅଧ୍ୟୁଷିତ ଜିଲ୍ଲାରେ ଏବେ ବି ଗୁଣିଗାରେଡ଼ି ଉପରେ ଲୋକଙ୍କ ବିଶ୍ବାସ ବସା ବାନ୍ଧି ରହିଛି। କେତେବେଳେ କାହାର ଅଚାନକ ମୃତ୍ୟୁ ଘଟିଲେ ଗୁଣିଆ ସନ୍ଦେହ କରି ପ୍ରତିଶୋଧ ନେବାକୁ କ୍ଷେତ୍ର ପ୍ରସ୍ତୁତ ହୋଇଥାଏ। ପୁଲିସ ସବୁ ସମୟରେ ସଭାସମିତି କରି ସଚେତନ କରୁଥିଲେ ମଧ୍ୟ ଲୋକଙ୍କ ମନରୁ ଏବେ ବି ଅନ୍ଧବିଶ୍ବାସ ହଟିନାହିଁ।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button