ରାଜ୍ୟ

ୟୁଜି ଓ ପିଜି ପରିବର୍ତ୍ତିତ ନାମଲେଖା ନେଇ ବିଜ୍ଞପ୍ତି; ଅଗଷ୍ଟ ୨୧ ରୁ ପାଠପଢା ଆରମ୍ଭ – Ibnodisha

[ad_1]

ଭୁବନେଶ୍ୱର: ରାଜ୍ୟରେ ଥିବା ବିଭିନ୍ନ ଡିଗ୍ରୀ କଲେଜ ଓ ବିଶ୍ୱବିଦ୍ୟାଳୟ ଗୁଡିକରେ ନାମଲେଖାଇବା ଲାଗି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ପରିବର୍ତ୍ତିତ ସମୟ ସାରଣୀ ପ୍ରକାଶ ପାଇଛି । ବିଜ୍ଞପ୍ତିରେ କୁହାଯାଇଛି ଯେ +୩ (ୟୁଜି) ତୃତୀୟ ପର୍ଯ୍ୟାୟ ନାମଲେଖା ଲାଗି ଅଗଷ୍ଟ ୧୨ ତାରିଖ ଏବଂ ଦ୍ୱିତୀୟ ପର୍ଯ୍ୟାୟ ପିଜି ନାମଲେଖା ନେଇ ଅଗଷ୍ଟ ୯ ତାରିଖରେ ମେଧା ତାଲିକା ପ୍ରକାଶ ପାଇବ ।

ବରିବର୍ତ୍ତିତ ବିଜ୍ଞପ୍ତି ଅନୁଯାୟୀ +୩ ତୃତୀୟ ପର୍ଯ୍ୟାୟ ମେଧା ତାଲିକା ଅଗଷ୍ଟ ୧୨ ତାରିଖରେ ଦିନ୨ଟାରେ ପ୍ରକାଶ ପାଇବାକୁ ଥିବା ବେଳେ ଛାତ୍ରଛାତ୍ରୀମାନେ ୧୪ରୁ ୧୭ ତାରିଖ ଭିତରେ ନାମଲେଖାଇ ପାରିବେ । ସେହିପରି ୨୪ ତାରିଖ ଦିନ ୨ଟା ସମୟରେ ଚତୁର୍ଥ ରାଉଣ୍ଡ ମେଧା ତାଲିକା ପ୍ରକାଶ ପାଇବ ଓ ଛାତ୍ରଛାତ୍ରୀ ୨୭ ତାରିଖ ପର୍ଯ୍ୟନ୍ତ ଅନଲଇନ ଆଡମିଶନ ଫି ଦାଖଲ କରିପାରିବେ । ୨୫ ରୁ ୨୮ ତାରିଖ ପର୍ଯ୍ୟନ୍ତ ଚତୁର୍ଥ ପର୍ଯ୍ୟାୟ ନାମଲେଖା ହେବ । ଅଗଷ୍ଟ ୨୧ ତାରିଖରୁ +୩ ରେ ନୂତନ କରି ନାମଲେଖାଇଥିବା ଛାତ୍ରଛାତ୍ରୀମାନଙ୍କର ପାଠପଢା ଆରମ୍ଭ ହେବ ।

ସେହିପରି ଅଗଷ୍ଟ ୯ ତାରିଖ ସଂଧ୍ୟା ୬ଟା ସମୟରେ ଦ୍ୱିତୀୟ ପର୍ଯ୍ୟାୟ ପିଜି ନାମଲେଖା ନେଇ ମେଧା ତାଲିକା ପ୍ରକାଶ ପାଇବ । ଛାତ୍ରଛାତ୍ରୀମାନେ ୧୦ରୁ ୧୪ ତାରିଖ ପର୍ଯ୍ୟନ୍ତ ସ୍ଳାଇଡ-ଅଫ ସହିତ ଅନଲାଇନ ନାମଲେଖା ଫି ଦାଖଲ କରିପାରିବେ । ୧୧ ତାରିଖ ପୂର୍ବାହ୍ନ ୯ଟାରୁ ୧୬ ତାରିଖ ପର୍ଯ୍ୟନ୍ତ ପିଲାମାନେ ନାମଲେଖାଇପାରିବେ । ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା ପରେ ୨୨ ତାରିଖରେ ତୃତୀୟ ପର୍ଯ୍ୟାୟ ପ୍ରୋଭିଜନାଲ ସିଟ ଆର୍ଲଟମେଣ୍ଟ ତାଲିକା ପ୍ରକାଶ ପାଇବ ।

୨୩ ରୁ ୨୫ ତାରିଖ ପର୍ଯ୍ୟନ୍ତ ନାମଲେଖା ହେବାକୁ ଥିବା ବେଳେ ୩୧ ତାରିଖରେ ଚତୁର୍ଥ ପର୍ଯ୍ୟାୟ ସିଲେକ୍ସନ ତାଲିକା ପ୍ରକାଶ ପାଇବ ଓ ସେପ୍ଟେମ୍ବର ୧ରୁ ୪ ତାରିଖ ମଧ୍ୟରେ ନାମଲେଖା ହେବ । ଅଗଷ୍ଟ ୨୧ ତାରିଖରେ ପିଜି ପ୍ରଥମ ବର୍ଷ ପାଠପଢା ହେବ ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button