ଆର୍ଚେରୀ ୱାର୍ଲ୍ଡ ଚାମ୍ପିଅନ୍ଶିପ୍ରେ ଅଦିତିଙ୍କୁ ସ୍ୱର୍ଣ୍ଣ; ଗୋଟିଏ ସିଜନ୍ରେ ଦୁଇ ଟାଇଟଲ୍ ଜିତିବାରେ ବିଶ୍ୱର ପ୍ରଥମ ଆର୍ଚର୍ – Ibnodisha

[ad_1]
ବଲିନ୍ : ଭାରତର ୧୭ ବର୍ଷୀୟା ଆର୍ଚର୍ ଅଦିତି ସ୍ୱାମୀ ଆର୍ଚେରୀ ୱାର୍ଲ୍ଡ ଚାମ୍ପିଅନ୍ଶିପ୍ରେ ଦେଶ ପାଇଁ ପ୍ରଥମ ବ୍ୟକ୍ତିଗତ ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ମହିଳା କମ୍ପାଉଣ୍ଡ୍ ବର୍ଗରେ ଅଦିତି ମେକ୍ସିକୋର ଦୁଇଥର ୱାର୍ଲ୍ଡ ଚାମ୍ପିଅନ୍ ଆଣ୍ଡ୍ରିୟା ବକେରାଙ୍କୁ ୧୪୯-୧୪୭ରେ ହରାଇ ଦେଇଛନ୍ତି । ଏହି ବିଜୟ ସହିତ ଅଦିତି ୱାର୍ଲ୍ଡ ଚାମ୍ପିଅନ୍ଶିପ୍ର ଗୋଟିଏ ସିଜନ୍ରେ ଦୁଇଟି ଟାଇଟଲ୍ ଜିତିବାରେ ବିଶ୍ୱର ପ୍ରଥମ ଆର୍ଚର୍ ହୋଇଛନ୍ତି । ଅଦିତି ଅଣ୍ଡର-୧୮ (କ୍ୟାଡେଟ୍) ବର୍ଗର ମଧ୍ୟ ୱାର୍ଲ୍ଡ ଚାମ୍ପିଅନ୍ ଅଛନ୍ତି ।
ଅଦିତିଙ୍କ ବ୍ୟତୀତ ଏହି ବର୍ଗରେ ଜ୍ୟୋତି ସୁରେଖା ଭେନ୍ନମ୍ ବ୍ରୋଞ୍ଜ୍ ପଦକ ଜିତିଛନ୍ତି । ଜର୍ମାନୀ ରାଜଧାନୀ ବର୍ଲିନ୍ରେ ଚାଲିଥିବା ଟୁର୍ଣ୍ଣାମେଣ୍ଟ୍ ଇତିହାସରେ ଏହା ଭାରତର ଓଭର୍ଅଲ୍ ଦ୍ୱିତୀୟ ସ୍ୱର୍ଣ୍ଣ ପଦକ । ଦିନକୁ ପୂର୍ବରୁ ଶୁକ୍ରବାର ଭାରତୀୟ ମହିଳା କମ୍ପାଉଣ୍ଡ୍ ଟିମ୍ ସ୍ୱର୍ଣ୍ଣ ପଦକ ଜିତିଥିଲା । ଅଦିତିଙ୍କ ସ୍ୱର୍ଣ୍ଣକୁ ମିଶାଇ ଚାମ୍ପିଅନ୍ଶିପ୍ରେ ଭାରତର ମୋଟ ପଦକ ସଂଖ୍ୟା ୧୪ ହୋଇଛି ।
ଶନିବାର ଅନୁଷ୍ଠିତ ଫାଇନାଲ୍ ମ୍ୟାଚ୍ରେ ଅଦିତି ଆକର୍ଷଣୀୟ ପ୍ରଦର୍ଶନ କରିଥିଲେ । ଏହି ଯୁବ ଆର୍ଚର୍ ୫ ସେଟ୍ ବିଶିଷ୍ଟ ଫାଇନାଲ୍ରେ ମାତ୍ର ଗୋଟିଏ ତୀର ୯ ପଏଣ୍ଟ୍ ଉପରେ ଲଗାଇଥିଲେ । ବାକି ସବୁ ତୀର ଟାର୍ଗେଟ୍କୁ ଭେଦ କରି ୧୦ ପଏଣ୍ଟ୍ ଲେଖାଏଁ ହାସଲ କରିଥିଲେ । ପ୍ରଥମ ସେଟ୍ରେ ୩ ପର୍ଫେକ୍ଟ ୧୦ ସହ ୩୦ ପଏଣ୍ଟ ହାସଲ କରିଥିବା ବେଳେ ମେକ୍ସିକୋ ଆର୍ଚର୍ ୨୯ ପଏଣ୍ଟ୍ ପାଇଥିଲେ । ପ୍ରଥମ ସେଟ୍ରେ ଆକର୍ଷଣୀୟ ଆରମ୍ଭ ପରେ ଅଦିତି ଦ୍ୱିତୀୟ, ତୃତୀୟ ଏବଂ ଚତୁର୍ଥ ସେଟ୍ରେ ମଧ୍ୟ ପର୍ଫେକ୍ଟ ୧୦ ହାସଲ କରିଥିଲେ । ତେବେ ଅନ୍ତିମ ସେଟ୍ର ପ୍ରଥମ ତୀର ୯ ପଏଣ୍ଟ ଆଣିଥିଲେ ।
ଏହି ପ୍ରକାରେ ସେ ୧୫୦ ପଏଣ୍ଟ୍ ୧୪୯ ଅର୍ଜନ କରିଥିଲେ । ସେହିପରି ଦୁଇଥରର ୱାର୍ଲ୍ଡ ଚାମ୍ପିଅନ୍ ଆଣ୍ଡ୍ରିୟା ବକେରା ପ୍ରଥମ ସେଟ୍ରେ ଗୋଟିଏ ପଏଣ୍ଟ୍ ପଛରେ ରହିବା ପରେଦ୍ୱିତୀୟ ସେଟ୍ରେ ୩୦ ପଏଣ୍ଟ୍ ହାସଲ କରିଥିଲେ । ତୃତୀୟ ଏବଂ ଚତୁର୍ଥ ସେଟ୍ରେ ତାଙ୍କୁ ୨୯-୨୯ ପଏଣ୍ଟ୍ରେ ସନ୍ତୁଷ୍ଟ ହେବାକୁ ପଡ଼ିଥିଲା । ଅନ୍ତିମ ତଥା ପଞ୍ଚମ ସେଟ୍ରେ ୩୦ ପଏଣ୍ଟ୍ ହାସଲ କରିବା ସତ୍ତ୍ୱେ ଆଣ୍ଡ୍ରିୟା ଜିତିପାରି ନଥିଲେ ।
ଚାମ୍ପିଅନ୍ଶିପ୍ର ମହିଳା କମ୍ପାଉଣ୍ଟ୍ ବ୍ୟକ୍ତଗିତ ବର୍ଗରେ ଅଦିତିଙ୍କ ବ୍ୟତୀତ ଜ୍ୟୋତି ସୁରେଖା ଭେନ୍ନମ୍ଙ୍କୁ ବ୍ରୋଞ୍ଜ୍ ପଦକ ମିଳିଛି । ସୁରେଖା ତୃତୀୟ ସ୍ଥାନରେ ରହିଥିଲେ ।
[ad_2]




