ଦେଶ

ବାଂଲାଦେଶରେ ଡେଙ୍ଗୁ ଆତଙ୍କ, ୧୦୦୦ରୁ ଊର୍ଦ୍ଧ୍ୱ ମୃତ – Ibnodisha

[ad_1]

ଢାକା : ବାଂଲାଦେଶରେ ବର୍ତ୍ତମାନ ଡେଙ୍ଗୁ ଆତଙ୍କ ଦେଖାଦେଇଛି । ଏହାଦ୍ୱାରା ୧୦୦୦ରୁ ଅଧିକ ଲୋକ ପ୍ରାଣ ହରାଇଥିବାବେଳେ ପୟାୟ ୨ ଲକ୍ଷ ରୋଗୀ ବର୍ତ୍ତମାନ ଡାକ୍ତରଖାନାରେ ଚିକିତ୍ସାଧିନ ଅଛନ୍ତି । ଜଳବାୟୁ ପରିବର୍ତ୍ତନ ଯୋଗୁଁ ଏଭଳି ରୋଗ ବ୍ୟାପୁଥିବା ବୈଜ୍ଞାନିକମାନେ କହିଛନ୍ତି । ଗତବର୍ଷ ବାଂଲାଦେଶରେ ଡେଙ୍ଗୁ ପ୍ରକୋପରେ ୨୮୧ ଲୋକଙ୍କର ମୃତ୍ୟୁ ଘଟିଥିଲା ।

ରାଜଧାନୀ ଢାକାରେ ଥିବା ଏକ ଦଶ ମହଲା ବିଶିଷ୍ଟ ଡାକ୍ତରଖାନାର ତିନିଟି ମହଲାକୁ କେବଳ ଡେଙ୍ଗୁ ରୋଗୀଙ୍କ ପାଇଁ ସଂରକ୍ଷିତ ରଖାଯାଇଛି । ସୂଚନାଯୋଗ୍ୟ ଜଳବାୟୁ ପରିବର୍ତ୍ତନ ଯୋଗୁଁ ଡେଙ୍ଗୁ ବ୍ୟତୀତ ମଶାବାହକ ଚିକନ୍‌ଗୁନିଆ, ପିତ୍ତ ଜ୍ୱର ଏବଂ ଜିକା ବହୁଳ ରୋଗ ବ୍ୟାପୁଛି ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ କୁହାଯାଇଛି । ବିଶ୍ୱରେ ଏଣିକି ପ୍ରତିବର୍ଷ ୪୦ କୋଟି ଲୋକ ଡେଙ୍ଗୁରେ ଆକ୍ରାନ୍ତ ହେବାର ଆଶଙ୍କା ରହିଛି ବୋଲି ସଂଗଠନ ପକ୍ଷରୁ ଚେତାବନୀ ଦିଆଯାଇଛି ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button