ଚୋରା ସାମଗ୍ରୀ ଭାଗ ଛିଡ଼ିଲାନି, ମାରିଦେଲେ: ନାବାଳକ ସହଯୋଗୀ ସମେତ ୨ ଅଟକ – Ibnodisha

[ad_1]

ସମ୍ବଲପୁର: ସମ୍ବଲପୁର ଅଇଁଠାପାଲି ଥାନା ଅଧୀନ ପିଏଚ୍ଡି ପଡ଼ିଆ ନିକଟରେ ଜଣେ ନାବାଳକଙ୍କୁ ତାର ୨ ସହଯୋଗୀ ହତ୍ୟା କରିଛନ୍ତି। ମୋବାଇଲ୍ ଚୋରି କରିବା ପରେ ୩ ଜଣଙ୍କ ମଧ୍ୟରେ ଭାଗବଣ୍ଟାକୁ ନେଇ ଯୁକ୍ତିତର୍କ ହେବା ସହ ୨ ଜଣ ମିଶି ଜଣେ ୧୦ ବର୍ଷର ନାବାଳକକୁ ହତ୍ୟା କରିଛନ୍ତି।
ସୂଚନାନୁଯାୟୀ, କେନାଲପଡ଼ାର ୨ ଜଣ ପିଲା କରମଟୋଲିର ମିନମିନି ଜାମୁଡାଳିଆଙ୍କ ପୁଅ ଦେବା ଜାମୁଡିଲିଆ(୧୦)ଙ୍କୁ ପିଏଚ୍ଡି ପଡ଼ିଆକୁ ଦିନ ୧୧ଟା ପାଖାପାଖି ଡାକି ନେଇଥିଲେ। ସେଠାରେ ମୋବାଇଲ୍ ଚୋରିକୁ ନେଇ ୩ ଜଣଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। କେନାଲପଡ଼ାର ୨ ଦୁର୍ବୃତ୍ତ ରାଗିଯାଇ ଦେବାଙ୍କୁ ମାଡ଼ ମାରି ଅଚେତ କରିଦେଇଥିଲେ। ତାପରେ ଉଭୟ ଦୁର୍ବୃତ୍ତ ଦେବାଙ୍କୁ ସମ୍ବଲପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ (ଡିଏଚ୍ଏଚ୍)ରେ ଛାଡ଼ି ଦେଇ ଫେରାର ହୋଇଯାଇଥିଲେ। ଡାକ୍ତର ଯାଞ୍ଚ କରି ଦେବାଙ୍କୁ ମୃତ ଘୋଷଣା କରିଥିଲେ। ଏ ନେଇ ସୂଚନା ପାଇବା ପରେ ଅଇଁଠାପାଲି ପୁଲିସ ଡିଏଚଏଚରେ ପହଞ୍ଚି ଖୋଳତାଡ଼ ଆରମ୍ଭ କରିଥିଲା।
ଦେବାଙ୍କ ମା ଲିଖିତ ଅଭିଯୋଗ କରିବା ପରେ ପୁଲିସ ଏକ ହତ୍ୟା ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା। ହତ୍ୟା କରିଥିବା ଅଭିଯୋଗରେ ପୁଲିସ ଜଣେ ନାବାଳକ ସମେତ ୨ ଜଣଙ୍କୁ ଧରିଥିଲା। ୧୫ ବର୍ଷର ନାବାଳକଙ୍କୁ ଅଟକ ରଖାଯାଇଥିବା ବେଳେ କେନାଲପଡ଼ାର ବିକାଶ ମୁଣ୍ଡା(୧୯)କୁ ପୁଲିସ ଗିରଫ କରିଛି। ହତ୍ୟାକାଣ୍ଡରେ ସମ୍ପୃକ୍ତ ଥିବା ବିକାଶ ମୁଣ୍ଡା ଓ ଅଟକ ଥିବା ନାବାଳକଙ୍କ ନାଁରେ ପୂର୍ବରୁ ଏକାଧିକ ଅପରାଧିକ ମାମଲା ରହିଥିବା ସମ୍ବଲପୁର ସଦର ଏସ୍ଡିପିଓ ପ୍ରଦୀପ ସାହୁ କହିଛନ୍ତି। ଶବ ବ୍ୟବଚ୍ଛେଦ ପାଇଁ ବୁର୍ଲା ପଠାଇଛି। ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ସ୍ପଷ୍ଟ ହେବ ବୋଲି ପୁଲିସ ପକ୍ଷରୁ କୁହାଯାଇଛି।
[ad_2]