୨୬ ପ୍ରସ୍ତାବରେ କ୍ୟାବିନେଟ୍ ମୋହର; ପୁଣି ନୂଆ ଯୋଜନା ‘ସ୍ୱୟଂ’ର ଶୁଭାରମ୍ଭ – Ibnodisha

[ad_1]
– ସରକାର ନିଜସ୍ୱ ବଜେଟ୍ରୁ ୪୪୮ କୋଟି ବ୍ୟୟ କରିବେ
– ବିଜ୍ଞପ୍ତି ତାରିଖ ଠାରୁ ୨ବର୍ଷ ପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ହେବ
– ସ୍ୱତନ୍ତ୍ର ଯୁବ ଉଦ୍ୟୋଗୀ(ସହରୀ) ଯୋଜନକୁ ୨୨୪ କୋଟି
– ମୁଖ୍ୟମନ୍ତ୍ରୀ ମତ୍ସ୍ୟଜୀବୀ କଲ୍ୟାଣ ଯୋଜନାକୁ ୪୪୮ କୋଟି
– ମା’ସମଲେଶ୍ୱରୀ ମନ୍ଦିର ବିକାଶ ଯୋଜନାର ଅବଧି ବୃଦ୍ଧି
ଭୁବନେଶ୍ୱର: ରାଜ୍ୟର ଯୁବଶକ୍ତିଙ୍କୁ ଆତ୍ମନିର୍ଭରଶୀଳ କରି ସ୍ୱତନ୍ତ୍ର ଯୁବ ଉଦ୍ୟମୀ ଭାବେ ଗଢ଼ିବା ରାଜ୍ୟ କ୍ୟାବିନେଟ୍ ଏକ ନୂତନ ଯୋଜନା ‘ସ୍ୱୟଂ’କୁ ଅନୁମୋଦନ କରିଛନ୍ତି । ସମସ୍ତ ଗ୍ରାମୀଣ ବେରୋଜଗାର ଯୁବକ,ଯୁବତୀ ଅଥବା ପୂର୍ବରୁ ସମସ୍ତ ପ୍ରକାରର ବ୍ୟବସାୟ ଉଦ୍ଦେଶ୍ୟରେ କେନ୍ଦ୍ର, ରାଜ୍ୟ ସହାୟକ କୌଣସି ଯୋଜନାରେ ଋଣ ନେଇ ସଂପୂର୍ଣ ଋଣ ପରିଶୋଧ କରିସାରିଥିବା ୧୮-୩୫ ବର୍ଷ ବର୍ଗର ଇଚ୍ଛୁକ ଯୁବକ,ଯୁବତୀଙ୍କୁ ଏହି ସୁଯୋଗ ମିଳିବ । ନୂତନ ବ୍ୟବସାୟ ଆରମ୍ଭ କରିବା ପାଇଁ କିମ୍ବା ବର୍ତ୍ତମାନର ପ୍ରତିଷ୍ଠିତ ବ୍ୟବସାୟକୁ ସଂପ୍ରସାରଣ କରିବା ନିମନ୍ତେ ୧ ଲକ୍ଷ ଟଙ୍କା ପ୍ରକଳ୍ପ ନିମନ୍ତେ ସୁଧମୁକ୍ତ ବ୍ୟାଙ୍କ୍ ଋଣ ପ୍ରଦାନ କରାଯିବ । ସୋମବାର ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ରାଜ୍ୟ କ୍ୟାବିନେଟ୍ ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ୨୭ଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଅନୁମୋଦନ ଲାଭ କରିଛି । ବୈଠକ ଶେଷରେ ମୁଖ୍ୟଶାସନ ସଚିବ ପିକେ ଜେନାଙ୍କ ଉପସ୍ଥିତିରେ ରାଜ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ଏବଂ ସମବାୟ ବିଭାଗ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ କହିଛନ୍ତି ଯେ, ରାଜ୍ୟର ଯୁବଶକ୍ତିଙ୍କୁ ଆତ୍ମନିର୍ଭର କରିବା ନିମନ୍ତେ ରାଜ୍ୟ ସରକାର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି । ସେ କହିଛନ୍ତି ଯେ, ଆବେଦନକାରୀଙ୍କ ଯୋଗ୍ୟତା ମାନଦଣ୍ଡ ସ୍ପଷ୍ଟ କରି ଦିଆଯାଇଛି । ଆବେଦନକାର ଦନକାରୀ ୧୮ରୁ୩୫ ବର୍ଷ ବୟସ ମଧ୍ୟରେ ହୋଇଥିବେ ।
ଏସ୍ସି, ଏସ୍ଟି, ପିଡବ୍ଲ୍ୟୁଡି ବର୍ଗର ଆବେଦନକାରୀଙ୍କ ପାଇଁ ସର୍ବୋଚ୍ଚ ବୟସ ସୀମା ୪୦ ବର୍ଷ ହୋଇଥିବ । ଆବେଦନକାରୀଙ୍କ ପରିବାର କାଳିଆ, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଅଧୀନରେ ଅନ୍ତର୍ଭୁକ୍ତ ହୋଇଥିବେ କିମ୍ବା ବାର୍ଷିକ ପାରିବାରିକ ରୋଜଗାର ୨ ଲକ୍ଷରୁ କମ୍ ହୋଇଥିବ । ଆବେଦନକାରୀ ନିଶ୍ଚିତ ଭାବରେ ଉଦ୍ୟମ ପଞ୍ଜୀକରଣ କରିଥିବେ ଓ ଉଦ୍ୟମ ସହାୟକ ନମ୍ବରଧାରୀ ହୋଇଥିବେ । ଏହି କ୍ଷେତ୍ରରେ ଯଦି କୌଣସି ଆବେଦନକାର କୌଣସି ବ୍ୟାଙ୍କରେ ଋଣ ନେଇ ସଝୁ ନଥିବେ, କେନ୍ଦ୍ର ବା ରାଜ୍ୟ ସରକାରଙ୍କ ଅଧିନରେ ଚାକିରୀ କରିଥିବେ ସେଇ କ୍ଷେତ୍ରରେ ସଂପୃକ୍ତ ବ୍ୟକ୍ତି ଯୋଜନାରୁ ବାଦ୍ ପଡ଼ିବ । ପ୍ରାରମ୍ଭରେ ୧ ଲକ୍ଷ ଯୋଗ୍ୟ ଗ୍ରାମୀଣ ଯୁବକ,ଯୁବତୀଙ୍କୁ ଏହି ଯୋଜନାରେ ରଣ ଋଣ ପ୍ରଦାନ ପାଇଁ ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି । ଏଥିପାଇଁ ସରକାର ନିଜସ୍ୱ ବଜେଟ୍ରୁ ୪୪୮ କୋଟି ବ୍ୟୟ କରିବେ । ଯୋଜନାର ବିଜ୍ଞପ୍ତି ତାରିଖ ଠାରୁ ୨ବର୍ଷ ପର୍ଯ୍ୟନ୍ତ ତାହା କାର୍ଯ୍ୟକ୍ଷମ ହେବ ।
ମନ୍ତ୍ରୀ ଶ୍ରୀ ନାୟକ କହିଛନ୍ତି ଯେ, ରାଜ୍ୟ ସରକାର ଯୋଜନା ପାଇଁ କେମିତି ସହାୟତା ପ୍ରଦାନ କରିବେ ତାହା ମଧ୍ୟ କ୍ୟାବିନେଟ୍ ଅନୁମୋଦନ ଦେଇଛନ୍ତି । କ୍ରେଡିଟ୍ ଗ୍ୟାରେଣ୍ଟି ଫଣ୍ଡ ଟ୍ରଷ୍ଟ ଫର୍ ମାଇକ୍ରୋ ଆଣ୍ଡ ସ୍କୁଲ ଏଣ୍ଟରପ୍ରାଇଜେସ୍ (ସିଜିଟିଏମ୍ଏସ୍ଇ) ଉପରେ ପ୍ରଦାନ କରୁଥିବା ୮୫%ରେ ଗ୍ୟାରେଣ୍ଟି ସହିତ ରାଜ୍ୟ ସରକାର ଅଧିକ ୧୫% ପର୍ଯ୍ୟନ୍ତ ଗ୍ୟାରେଣ୍ଟି ପ୍ରଦାନ କରିବେ । ଏହି ରଣର ସଂମ୍ପୂର୍ଣ ସୁଧ ରାଜ୍ୟ ସରକାର ବହନ କରିବେ । ଏଥିପାଇଁ ପ୍ରକ୍ରିୟାକରଣ ଦେୟ ଦେବାକୁ ପଡ଼ିବ ନାହିଁ । ଋଣ ପରିଶୋଧ ଅବଧୂ ୪ ବର୍ଷ ରହିବ । ଏଥିରେ ସମ୍ପୂର୍ତ୍ତ ବ୍ୟାଙ୍କ, ବିତ୍ତୀୟ ଅନୁଷ୍ଠାନର ପ୍ରଚଳିତ ନିୟମାବଳୀ ଅନୁ ଅନୁଯାୟୀ ୩ରୁ୬ ମାସ ପର୍ଯ୍ୟନ୍ତ ରିହାତି ଅବଧୂ ରହିଛି । ତେଣୁ ଆବେଦନକାରୀ ନିର୍ଦ୍ଦିଷ୍ଟ ୱେବ୍ସାଇଟ ଜରିଆରେ ନିଜକୁ ପଞ୍ଜୀକରଣ କରି ବ୍ୟାଙ୍କ୍କୁ ନିଜ ଆବେଦନ ଦରଖାସ୍ତ ପଠାଇବେ । ଆବେଦନକାରୀ ୱେବ୍ସାଇଟ୍ ଜରିଆରେ ଆବେଦନ କରିବା ପାଇଁ “ମୋ ସେବା କେନ୍ଦ୍ର”ର ସହାୟତା ନେଇପାରିବେ । ଆବେଦନକାରୀ ଯେଉଁ ବ୍ୟାଙ୍କରୁ ଋଣ ନେବାକୁ ଇଚ୍ଛୁକ, ତାହା ଆରମ୍ଭ ସ୍ପଷ୍ଟ କରିବେ । କ୍ଷେତ୍ର ପରିଦର୍ଶନ ସମୟରେ ସମ୍ପୃକ୍ତ ବ୍ୟାଙ୍କ୍ ଆବେଦନକାରୀଙ୍କୁ ଆବଶ୍ୟକ ଡିପିଆର୍ ପ୍ରସ୍ତୁତ କରିବାରେ ସହାୟତା ପ୍ରଦାନ କରିବେ । ତଦନୁଯାୟୀ ରଣ ମଞ୍ଜୁର ହେବ । ଏହି ଯୋଜନାର ସୁପରିଚାଳନା ରାଜ୍ୟ,ଜିଲ୍ଲା ଓ ବ୍ଲକ ସ୍ତରୀୟ କମିଟି ତଦାରଖ କରିବେ ବୋଲି ମନ୍ତ୍ରୀ ଶ୍ରୀ ନାୟକ ପ୍ରକାଶ କରିଛନ୍ତି ।
ଅନ୍ୟପକ୍ଷରେ ଯୁବପିଢ଼ିଙ୍କୁ ସ୍ୱତନ୍ତ୍ର ଉଦ୍ୟୋଗୀ ଭାବେ ଗଢ଼ିତୋଳିବାକୁ ରାଜ୍ୟ ସରକାର ପୁଣି ଏକ ନୂଆ ଯୋଜନା ସ୍ୱତନ୍ତ୍ର ଯୁବ ଉଦ୍ୟୋଗୀ(ସହରୀ) ‘ସ୍ୱୟମ’ ଯୋଜନାର ଶୁଭାରମ୍ଭହୋଇଛି । ମୁଖ୍ୟଶାସନ ସଚିବ ଶ୍ରୀ ଜେନା କହିଛନ୍ତି ଯେ, ଯୋଜନାରେ ବ୍ୟବସାୟ ଓ ସଂପ୍ରସାରଣ ପାଇଁ ମିଳିବ ସୁଧମୁକ୍ତ ଋଣ । ଋଣ ପରିଶୋଧର ଅବଧି ୪ ବର୍ଷ ରଖାଯାଇଛି । ଏଥିରେ ୩ରୁ୬ ମାସ ପର୍ଯ୍ୟନ୍ତ ରିହାତି ଅବଧି ରହିଛି । ସମ୍ପର୍ଣ୍ଣ ସୁଧଭାର ଓ ବାର୍ଷିକ ଗ୍ୟାରେଣ୍ଟି ନିମନ୍ତେ ନିର୍ଦ୍ଧାରିତ ଦେୟ ଭାର ବହନ କରିବାକୁ ରାଜ୍ୟ ସରକାର ୨୨୪ କୋଟି ଟଙ୍କା ବ୍ୟୟବରାଦ କରିବେ । ଯୋଜନାରେ ଗ୍ରାମୀଣ ବେରୋଜଗାର ଯୁବକଯୁବତୀ ଅଥବା ରାଜ୍ୟ ସହାୟକ କୌଣସି ଯୋଜନାରେ ଋଣ ନେଇନଥିବା ଏବଂ ଋଣ ନେଇ ପରିଶୋଧ କରିସାରିଥିବା ଯୁବବର୍ଗ ଯୋଜନାର ସୁଫଳ ପାଇବେ । ୧୮ରୁ ୩୫ ବର୍ଷୀୟ ଯୁବକଯୁବତୀମାନେ ନୂତନ ବ୍ୟବସାୟ ଆରମ୍ଭ ଓ ବ୍ୟବସାୟକୁ ସଂପ୍ରସାରଣ ନିମନ୍ତେ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବିନା ସୁଧରେ ଋଣ ପାଇପାରିବେ । ଏନେଇ ଆସିଥିବା ପ୍ରସ୍ତାବରେ କ୍ୟାବିନେଟ୍ ମୋହର ଦେଇଛି ।
ମୁଖ୍ୟ ଶାସନ ସଚିବ କହିଛନ୍ତି ଯେ, ଆଉ କିଛି ପ୍ରସ୍ତାବରେ ବି କ୍ୟାବିନେଟ୍ ମୋହର ବାଜିଛି । ମୁଖ୍ୟମନ୍ତ୍ରୀ ମତ୍ସ୍ୟଜୀବୀ କଲ୍ୟାଣ ଯୋଜନାକୁ କ୍ୟାବିନେଟ୍ ଅନୁମୋଦନ ମିଳିଛିି । ୨୦୨୩-୨୪ ଆର୍ଥୀକ ବର୍ଷରେ ୪୪୮ କୋଟି ଟଙ୍କା କାର୍ଯ୍ୟକାରୀ ହେବ । ଯୋଜନାରେ ୧୧ ହଜାର ମହିଳା ଏସ୍ଏଜଜିଙ୍କ ସମେତ ୫୦ ହଜାର ମତ୍ସ୍ୟଜୀବୀ ଉପକୃତ ହେବେ । ମା’ ସମଲେଶ୍ୱରୀ ମନ୍ଦିର ବିକାଶ ଯୋଜନାର ଅବଧି ୨୦୨୧-୨୨ରୁ ୨୦୨୪-୨୫ ପର୍ଯ୍ୟନ୍ତ ବୃଦ୍ଧି ହୋଇଛି । ସେହିପରି ମାଳତି ପ୍ରାକ ବିଦ୍ୟାଳୟ ପରିଧାନ ଯୋଜନାକୁ ୨୦୨୬-୨୭ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ଏଥିରେ ୩ରୁ ୬ ବର୍ଷ ଶିଶୁଙ୍କୁ ପୋଷାକ, ଜୋତା, ମୋଜା ଓ ସ୍ୱିଟର ଦିଆଯାଉଛି । ସେହିପରି ସ୍କୁଲରେ ପ୍ରଚଳିତ ‘ଖୁସି’ ଯୋଜନାକୁ ଖୁସି ପ୍ଲସ୍କୁ ବିସ୍ତାର କରାଯାଇଛି । ଏହାଦ୍ୱାରା ରାଜ୍ୟର ୩୦ଟି ଜିଲ୍ଲାରେ ସାନିଟାରୀ ନାପକିନ୍କୁ ମାଗଣାରେ ମହାଳାମାନଙ୍କୁ ପ୍ରସବ ଓ ଗର୍ଭପାତ ନିମନ୍ତେ ଯୋଗାଇ ଦିଆଯିବାର ବ୍ୟବସ୍ଥା କରାଯାଇଛି । ବୌଦ୍ଧ ଜିଲ୍ଲାର ବାଉଁଶୁଣୀ ସହ ସୋନପୁର ଜିଲ୍ଲାର ବୀରମହାରାଜପୁରକୁ ସଂଯୋଗ ପାଇଁ ମହାନଦୀ ଉପରେ ଦ୍ୱିତୀୟ ଉଚ୍ଚସେତୁ ନିର୍ମାଣ ପାଇଁ କ୍ୟାବିନେଟ୍ ମୋହର ମାରିଛି ।
ଏକାମ୍ର ଯୋଜନା ପାଇଁ ୬୫୬.୭୩ କୋଟି
ମହାପ୍ରଭୁ ଲିଙ୍ଗରାଜ ମନ୍ଦିରର ସୌନ୍ଦର୍ଯ୍ୟକରଣ ଏକାମ୍ର ପ୍ରକଳ୍ପର ଅବଧି ୨୦୨୪-୨୫ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ମହାପ୍ରଭୁଙ୍କ ମନ୍ଦିର ଚତୁଃପାର୍ଶ୍ୱର ଐତିହ୍ୟ ଓ ଭବ୍ୟତାର ପୁନରୁଦ୍ଧାର ଓ ସଂରକ୍ଷଣ କରି କଳିଙ୍ଗ ସ୍ଥାପତ୍ୟର ଜୀବନ୍ତ ଐତିହ୍ୟର ବର୍ଦ୍ଧନ, ପ୍ରାକୃତିକ ଏବଂ ନିର୍ମିତ ଐତିହ୍ୟ ସମ୍ପଭି ମଧ୍ୟରେ ସଂଯୋଗକୁ ଦଢ଼ିଭୂତ କରିବା ନିମନ୍ତେ “ଏକାମ୍ର କ୍ଷେତ୍ର ସୁବିଧା ଓ ସ୍ମାରକୀ ପୁନରୁଦ୍ଧାର କାର୍ଯ୍ୟ (ଏକାମ୍ର) ଯୋଜନାରେ ୬୫୬.୭୩ କୋଟି ଟଙ୍କା ମଞ୍ଜୁରୀ ହୋଇଛି । ସୋମବାର ରାଜ୍ୟ କ୍ୟାବିନେଟ୍ ଏହି ବ୍ୟୟ ଅଟକଳକୁ ଅନୁମୋଦନ ଦେଇଛନ୍ତି । ଏହି ଯୋଜନାର କାର୍ଯ୍ୟକାରିତା ୨୦୨୦-୨୧ରୁ ୨୦୨୪-୨୫ ପର୍ଯ୍ୟନ୍ତ ରହିବ ବୋଲି ମୁଖ୍ୟ ଶାସନ ସଚିବ ପିକେ ଜେନା କ୍ୟାବିନେଟ୍ ବୈଠକ ଶେଷରେ ପ୍ରକାଶ କରିଛନ୍ତି ।
[ad_2]