ଦେଶ

ରଫାରେ ଇସ୍ରାଏଲରେ ଏୟାର ଷ୍ଟ୍ରାଇକ; ୩୭ରୁ ଅଧିକ ମୃତ – Ibnodisha

[ad_1]

ନୂଆଦିଲ୍ଲୀ: ଚରମ ରୂପ ନେଉଛି ଇସ୍ରାଏଲ-ପାଲେଷ୍ଟାଇନ ଯୁଦ୍ଧ । ଆଜି (ସୋମବାର) ଗାଜା ଷ୍ଟ୍ରିପର ଦକ୍ଷିଣରେ ଅବସ୍ଥିତ ରଫା ସୀମାରେ ଇସ୍ରାଏଲ ଏୟାର ଷ୍ଟ୍ରାଇକ କରିଛି । ଏହି ଅଞ୍ଚଳରେ ପାଖାପାଖି ୧.୪ ମିଲିୟନ ପାଲେଷ୍ଟାଇନ ନାଗରିକ ଯୁଦ୍ଧରୁ ବର୍ତ୍ତିବା ପାଇଁ ଇଜିପ୍ଟ ସୀମାବର୍ତ୍ତୀ ଅଞ୍ଚଳରେ ରହି ଆସୁଥିଲେ । ଏହି ଆକ୍ରମଣରେ ୩୭ରୁ ଅଧିକ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଶତାଧିକ ପାଲେଷ୍ଟାଇନ ନାଗରିକ ଆହତ ହୋଇଛନ୍ତି । ଗତକାଲି ଆମେରିକା ରାଷ୍ଟ୍ରପତି ବାଇଡେନ ରଫାରେ ନାଗରିକମାନଙ୍କ ସୁରକ୍ଷା ନେଇ ବିଶ୍ୱସନୀୟ ଯୋଜନା ପ୍ରସ୍ତୁତ କରି ମିଲିଟାରୀ ଅପରେସନ କରିବା ପାଇଁ ଚେତାବନୀ ଦେଇଥିବା ବେଳେ ଆଜି ଏହି ଆକ୍ରମଣ କରାଯାଇଛି । ଇସ୍ରାଏଲ ଡିଫେନ୍ସ ଫୋର୍ସ ଓ ଇସ୍ରାଏଲ ଡୋମେଷ୍ଟିକ ସିନ ବେଟ୍ ସିକ୍ୟୁରିଟି ସର୍ଭିସ ଓ ସ୍ପେଶାଲ ପୋଲିସ ୟୁନିଟ ପକ୍ଷରୁ ଏହି ମିଳିତ ଅପରେସନ କରାଯାଇଛି ।

ରଫାସ୍ଥିତ କୁୱାତ ହସ୍ପିଟାଲରେ ମଧ୍ୟ ଷ୍ଟ୍ରାଇକ କରିଛି ଇସ୍ରାଏଲ । ହସ୍ପିଟାଲରେ କିଛି ଆହତ ଚିକିତ୍ସିତ ହେଉଥିବା ବେଳେ ଏହି ଆକ୍ରମଣ କରାଯାଇଥିବା ନେଇ ରଫା ପକ୍ଷରୁ ସୂଚନା ଦିଆଯାଇଛି । ଏହି ଆଟାକରେ ୩୭ରୁ ଅଧିକ ଜଣଙ୍କ ମୃତ୍ୟୁ ହୋଇଥିବା ଅନେକ ଆହତ ହୋଇଥିବା ନେଇ ସୂଚନା ରହିଛି । ଅନ୍ୟପଟେ ହମାସ କବଜାରେ ଥିବା ଇସ୍ରାଏଲ ବନ୍ଧକମାନଙ୍କ ମଧ୍ୟରୁ ୨ ଜଣଙ୍କୁ ମୁକ୍ତ କରାଯାଇଥିବା ନେଇ ମଧ୍ୟ ଇସ୍ରାଏଲ ସେନା ପକ୍ଷରୁ ସୂଚନା ଜାରି କରାଯାଇଛି । ଇସ୍ରାଏଲ ସେନା ପକ୍ଷରୁ କୁହାଯାଇଛି, “ଏହି ଅପରେସନ ଆମ ପାଇଁ ଜଟିଳ ଥିଲା । ଏହି ଅପରେସନ କରିବା ପାଇଁ ଆମେ ବହୁ ସମୟ ହେଲା କାର୍ଯ୍ୟ କରିଆସୁଥିଲୁ । ଆମେ ସଠିକ ସମୟକୁ ଅପେକ୍ଷା କରିଥିଲୁ । ହମାସ ଦ୍ୱାରା ବନ୍ଧକ ଇସ୍ରାଏଲ ନାଗରିକମାନେ ଏକ ହସ୍ପିଟାଲ ବିଲଡିଂରେ ଥିବା ବେଳେ ଆମେ ୨ ଜଣଙ୍କୁ ଉଦ୍ଧାକ କରିଛୁ । ଅନ୍ୟପଟେ ରଫା ପକ୍ଷରୁ ଜାରି ସୂଚନା ଅନୁଯାୟୀ, ଇସ୍ରାଏଲ ବିଳମ୍ବିତ ରାତିରେ ଲୋକମାନେ ଶୋଇଥିବା ବେଳେ ଏହି ଆକ୍ରମଣ କରିଥିଲା । ହସ୍ପିଟାଲ, ମସଜିଦ ସମେତ ଅନେକ ବିଲ୍ଡିଂକୁ ଟାର୍ଗେଟ କରାଯାଇଛି ।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button