ଦେଶ

ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କୁ ଚିଠି; ‘ଶାରୀରିକ ଶୋଷଣ’ ଅଭିଯୋଗ ଆଣିଲେ ୫୦୦ ଛାତ୍ରୀ – Ibnodisha

[ad_1]

ହରିଆଣା: ନୂଆବର୍ଷର ଦ୍ୱିତୀୟ ସପ୍ତାହ ଆରମ୍ଭରୁ ଦେଶରେ ଏକ ବଡ଼ ଧରଣର ଶାରୀରିକ ଶୋଷଣ ଭଳି ସାଂଘାତିକ ଅଭିଯୋଗ ସାମ୍ନାକୁ ଆସିଛି । ଅଭିଯୋଗ ପୁଣି ଏକ ଶିକ୍ଷାନୁଷ୍ଠାନରେ ଶିକ୍ଷାଦାନ କରୁଥିବା ଜଣେ ବରିଷ୍ଠ ପ୍ରଫେସରଙ୍କ ବିରୋଧରେ । ହରିଆଣାର ସିରସା ଅଞ୍ଚଳରୁ ଆସିଥିବା ଏପ୍ରକାର ଅଭିଯୋଗ ସମ୍ପର୍କରେ ଜଣେ ବରିଷ୍ଠ ପୁଲିସ୍ ଅଧିକାରୀ ଦୀପ୍ତି ଗର୍ଗ କହିଛନ୍ତି ଯେ, ଘଟଣାର ତଦନ୍ତ ପ୍ର୍ରକ୍ରିୟା ଆରମ୍ଭ ହୋଇଯାଇଛି । ଅଭିଯୋଗ କରିଥିବା ଛାତ୍ରୀଙ୍କ ମଧ୍ୟରୁ କେତେକଙ୍କର ବୟାନ ମଧ୍ୟ ରେକର୍ଡ କରାଯାଇଛି । ଅଭିଯୁକ୍ତଙ୍କୁ ମଧ୍ୟ ଏସମ୍ପର୍କରେ ଜେରା କରାଯାଇଛି । ପୁଲିସ ଏବେ ପ୍ରମାଣ ଏକତ୍ର କରିବାରେ ଲାଗିଛି । ଅନ୍ୟପକ୍ଷେ ଏସମ୍ପର୍କରେ ଜାଣିବା ପରେ ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର ତୁରନ୍ତ ଅଭିଯୁକ୍ତ ପ୍ରଫେସରଙ୍କ କାର୍ଯ୍ୟକାଳ ରଦ୍ଦ କରିବାକୁ ନିର୍ଦ୍ଦେଶ ଦେବା ସହ ଏହି ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ଶିକ୍ଷାର୍ଥୀଙ୍କ ସହ ଏପ୍ରକାର ବ୍ୟବହାରକୁ କଦାପି ବରଦାସ୍ତ କରାଯିବନାହିଁ, ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିବା ରାଜ୍ୟ ପୁଲିସ୍ କମିଶନର ସୂଚନା ଦେଇଛନ୍ତି ।

ରିପୋର୍ଟ ଅନୁସାରେ ସିରସା ଅଞ୍ଚଳରେ ଥିବା ଚୌଧୂରୀ ଦେବୀ ଲାଲ୍ ବିଶ୍ୱବିଦ୍ୟାଳୟର ପ୍ରାୟ ୫୦୦ ଛାତ୍ରୀ ସାମୂହିକ ଭାବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ମୁଖ୍ୟମନ୍ତ୍ରୀ ମନୋହରଲାଲ ଖଟ୍ଟରଙ୍କ କାର୍ଯ୍ୟାଳୟକୁ ଚିଠି ଲେଖିଛନ୍ତି । ଏଥିରେ ସେମାନେ ବିଶ୍ୱବିଦ୍ୟାଳୟର ଜନୈକ ପ୍ରଫେସରଙ୍କ ବିରୋଧରେ ଶାରୀରିକ ଶୋଷଣ ଭଳି ଗୁରୁତର ଅଭିଯୋଗ କରିବା ସହ ତାଙ୍କୁ ତୁରନ୍ତ ନିଲମ୍ବିତ କରିବା ପାଇଁ ଦାବି କରିଛନ୍ତି । ଏତଦ୍‌ବ୍ୟତୀତ ଏହି ଘଟଣାର ତଦନ୍ତ ଜଣେ ବରିଷ୍ଠ ତଥା ଅବସରପ୍ରାପ୍ତ ହାଇକୋର୍ଟ ଜଜ୍‌ଙ୍କ ନେତୃତ୍ୱରେ କରାଯିବା ପାଇଁ ମଧ୍ୟ ଛାତ୍ରୀମାନେ ଦାବି କରିଛନ୍ତି । ଏହି ଚିଠିର ନକଲକୁ ରାଜ୍ୟପାଳ ବନ୍ଦାରୁ ଦତ୍ତାତ୍ରେୟ, ରାଜ୍ୟ ଗୃହମନ୍ତ୍ରୀ ଅନୀଲ ଭିଜ୍ ଏବଂ ଜାତୀୟ ମହିଳା କମିଶନ ଅଧ୍ୟକ୍ଷା ରେଖା ଶର୍ମାଙ୍କୁ ମଧ୍ୟ ଛାତ୍ରୀମାନେ ପଠାଇଛନ୍ତି । ଏସବୁ ମାନ୍ୟଗଣ୍ୟ ବ୍ୟକ୍ତିବିଶେଷଙ୍କ ବ୍ୟତୀତ ଛାତ୍ରୀମାନେ ରାଜ୍ୟର ବରିଷ୍ଠ ପ୍ରଶାସନିକ ଅଧିକାରୀ ଏବଂ କିଛି ଗଣମାଧ୍ୟମ ନିକଟକୁ ମଧ୍ୟ ପଠାଇଥିବା ଜଣାପଡିଛି ।

ଅଭିଯୋଗକାରୀ ଛାତ୍ରୀମାନଙ୍କ ଅଭିଯୋଗ ଅନୁସାରେ ଅଭିଯୁକ୍ତ ପ୍ରଫେସରଜଣକ ଛାତ୍ରୀମାନଙ୍କୁ ନିଜ ଅଫିସ୍‌କୁ ଡାକୁଥିଲେ ଏବଂ ସେମାନଙ୍କୁ ନିଜ ବାଥ୍‌ରୁମ୍‌କୁ ନେଇଯାଉଥିଲେ । ସେଠାରେ ଛାତ୍ରୀଙ୍କ ପ୍ରାଇଭେଟ୍ ପାର୍ଟକୁ ଛୁଉଁଥିଲେ ଏବଂ ସେମାନଙ୍କ ସହ ଅଶ୍ଳୀଳପୂର୍ଣ୍ଣ ଆଚରଣ କରୁଥିଲେ । ଛାତ୍ରୀମାନେ ଏସବୁର ବିରୋଧ କଲେ ପ୍ରଫେସରଜଣକ ସେମାନଙ୍କୁ ପରୀକ୍ଷାରେ ଫେଲ୍ କରିଦେବାର ଧମକ ଦେଉଥିଲେ ।

ଫଳରେ ଏହି ପ୍ର୍ରକ୍ରିୟା ଦୀର୍ଘ ସମୟ ଧରି ଏଠାରେ ଚାଲୁଥିଲେ ମଧ୍ୟ କୌଣସି ଛାତ୍ରୀ ବାହାରେ କାହାକୁ କିଛି କହିବାକୁ ସାହସ କରିପାରୁନଥିଲେ । ପ୍ରଫେସରଙ୍କ ରାଜନୈତିକ ଲିଙ୍କ୍ ଥିବାରୁ ବିଶ୍ୱବିଦ୍ୟାଳୟ କୂଳପତି ମଧ୍ୟ ତାଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନଥିବା ଛାତ୍ରୀମାନେ ଚିଠିରେ ଅଭିଯୋଗ କରିଛନ୍ତି । ଓଲଟା ପରୀକ୍ଷାରେ ଭଲ ମାର୍କ ଦେବାର ପ୍ରତିଶ୍ରୁତି ଦେଇ ଛାତ୍ରୀମାନଙ୍କ ଅଭିଯୋଗକୁ ବାରମ୍ବାର ଦାବି ଦେବାକୁ କୁଳପତି ଚେଷ୍ଟା କରିଥିଲେ ବୋଲି ଛାତ୍ରୀମାନେ ଅଭିଯୋଗ କରିଛନ୍ତି ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button