ଦେଶ

ବିବାହ ପରେ ସ୍ତ୍ରୀକୁ ସତ କହିଲେ ସ୍ୱାମୀ….ମୁଁ ହେଉଛି…. – Ibnodisha

[ad_1]

ଲକ୍ଷ୍ନୌ: ଉତ୍ତରପ୍ରଦେଶ ରାଜ୍ୟ ଫତେହପୁର ଜିଲ୍ଲାର କୋତବାଲି ଅଞ୍ଚଳର ଏକ ଦମ୍ପତିଙ୍କ ମଧ୍ୟରେ କଳହର ଏକ ଭିନ୍ନ କାରଣ ସାମ୍ନାକୁ ଆସିଛି । ସ୍ୱାମୀ ଜଣଙ୍କ ସମଲିଙ୍ଗୀ ହୋଇଥିବା ବେଳେ ତାଙ୍କୁ ଜବରଦସ୍ତ ଘର ଲୋକେ ବିବାହ କରିଦେଇଥିବା ଅଭିଯୋଗ ସାମ୍ନାକୁ ଆସିଛି । ଅନ୍ୟପଟେ ମହିଳା ଜଣକ ଏନେଇ ନିଜ ଶ୍ୱଶୂର ଘର ଲୋକଙ୍କୁ ପଚାରିବାକୁ ତାଙ୍କୁ ଗାଳିଗୁଳଜ କରିବା ସହ ମାରପିଟ କରିଥିବା ଅଭିଯୋଗ କରିଛନ୍ତି ମହିଳା ଜଣକ । ଏନେଇ ପୋଲିସ ତଦନ୍ତ ଆରମ୍ଭ କରିଛି । ଫତେହପୁର ପୋଲିସ ଅଧିକାରୀଙ୍କ ସୂଚନା ମୁତାବକ, ଫତେହପୁର ଜିଲ୍ଲା କୋତବାଲି ଅଞ୍ଚଳର ଜଣେ ବିବାହିତ ମହିଳାଙ୍କ ଅଭିଯୋଗ ଅନୁଯାୟୀ, ତାଙ୍କ ବିବାହ ୨୦୨୧ ମସିହା ମେ ୨୯ରେ ହୋଇଥିଲା ।

ବିବାହ ପରେ ସ୍ୱାମୀ ତାଙ୍କ ସହ କଥାବାର୍ତ୍ତା ଓ ମିଳାମିଶା କରୁନଥିଲେ । ଏପରିକି ତାଙ୍କ ଶ୍ୱଶୂର ଘର ଲୋକେ ମଧ୍ୟ ତାଙ୍କ ସହ କଥା ହେଉନଥିଲେ । ଏଭଳି କିଛି ଦିନ ବିତିଗଲା ପରେ ଏନେଇ ବାପ ଘରେ ଜଣାଇଥିଲେ ମହିଳା ଜଣକ । ବାପ ଘର ଲୋକେ ଏହାପରେ ଶ୍ୱଶୂର ଘର ସହିତ ଏ ସମ୍ପର୍କରେ ଆଲୋଚନା କରିଥିଲେ । ଖୁବଶୀଘ୍ର ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ସବୁକିଛି ଠିକ ହୋଇଯିବ ବୋଲି ଆଶ୍ୱାସନା ଦେଇଥିଲେ ମହିଳାଙ୍କ ଶ୍ୱଶୂର ଘର ଲୋକେ । କିନ୍ତୁ ପରବର୍ତ୍ତୀ ସମୟରେ ତାଙ୍କ ଉପରେ ଆହୁରି ନିର୍ଯାତନା ବଢି ଯାଇଥିଲା । ହେଲେ କିଛି ଦିନ ପରେ ସମଲିଙ୍ଗୀ ହୋଇଥିବା ନେଇ ସ୍ୱାମୀ ଜଣକ ନିଜ ସ୍ତ୍ରୀଙ୍କୁ କାନ୍ଦି କାନ୍ଦି କହିଥିଲେ । ‘ମୋତେ ପୁଅମାନେ ପସନ୍ଦ, ଝିଅମାନେ ମୋର ପସନ୍ଦ ନୁହଁନ୍ତି । ଘର ଲୋକ ଜୋର ଜବରଦସ୍ତି ମୋର ବିବାହ କରାଇ ଦେଇଛନ୍ତି ।

ସେମାନଙ୍କ ଚାପରେ ଆସି ମୁଁ ବିବାହ କରିଛି ।’ ମୋତେ ଛାଡପତ୍ର ଦେଇ ଦିଅ ବୋଲି ସ୍ୱାମୀ କହିଥିବା ନେଇ ମହିଳା ଜଣକ କହିଛନ୍ତି । ଏ ବାବଦରେ ଯେତେବେଳେ ସେ ତାଙ୍କ ଶ୍ୱଶୂର ଘରକୁ ପ୍ରଶ୍ନ କରିଥିଲେ ସେତେବେଳେ ଶ୍ୱଶୂର ଘର ଲୋକଙ୍କ ନିର୍ଯାତନା ଦେଇଥିଲେ । ତାଙ୍କୁ ପୁଣି ଗାଳିଗୁଳଜ କରିବା ସହ ମାରପିଟ କରିଥିଲେ । ଏହାପରେ ୨୦୨୨ ମସିହା ଡିସେମ୍ବର ମାସରେ ବିବାହିତା ଜଣକ ନିଜ ଭାଇଙ୍କୁ ଡାକି ତାଙ୍କ ଘରକୁ ପଳାଇଯାଇଥିଲେ । ଅନ୍ୟପଟେ ଧୋକା ଓ ଜୋର ଜବରଦସ୍ତି କରାଯାଇଥିବା ଏହି ବିବାହ ବିରୋଧରେ ମହିଳା ଜଣକ ସ୍ୱର ଉଠାଇବା ସହ ଶ୍ୱଶୂର ଘର ଲୋକଙ୍କ ନାଁରେ ଏନେଇ ଅଭିଯୋଗ କରିଛନ୍ତି । ସେମାନଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମହିଳା ଜଣକ ଦାବି କରିଛନ୍ତି । ଅନ୍ୟପଟେ ପୋଲିସ ଏହି ମାମଲାର ତଦନ୍ତ ଜାରି ରଖିଛି ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button