ରାଜ୍ୟ

ସୂର୍ଯ୍ୟମନ୍ଦିରରେ ଆଣ୍ଠୁଏ ଉଚ୍ଚର ବର୍ଷା ପାଣି, ପର୍ଯ୍ୟଟକ କଲବଲ

କୋଣାର୍କ,୨୬/୦୯: ଲଘୁଚାପ ଜନିତ ପ୍ରବଳ ବର୍ଷା ଯୋଗୁଁ କୋଣାର୍କ ସୂର୍ଯ୍ୟ ମନ୍ଦିର ପରିସରରେ ଆଣ୍ଠୁଏ ଉଚ୍ଚର ବର୍ଷା ପାଣି । ଫଳରେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ପର୍ଯ୍ୟଟକ ।

ସୂଚନା ମୁତାବକ, ବିଗତ ଦିନରେ ସାରା ରାଜ୍ୟରେ ଲାଗି ରହିଛି ଲଘୁଚାପ ଜନିତ ବର୍ଷା । ଅନେକ ସ୍ଥାନରେ ଜମି ରହିଛି ବର୍ଷା ପାଣି । ଏଥିରୁ କୋଣାର୍କ ସୂର୍ଯ୍ୟ ମନ୍ଦିର ମଧ୍ୟ ବାଦ୍ ପଡିନାହିଁ ।

ଗୁରୁବାର କୋଣାର୍କ ସୂର୍ଯ୍ୟ ମନ୍ଦିର ପରିସରରେ ଆଣ୍ଠୁଏ ଉଚ୍ଚର ବର୍ଷା ପାଣି ଦେଖିବାକୁ ମିଳିଛି । ବର୍ଷା ପାଣିରେ ପଶି ସୂର୍ଯ୍ୟ ମନ୍ଦିର ପରିଦର୍ଶନ କରୁଛନ୍ତି ପର୍ଯ୍ୟଟକ । ସଠିକ ଭାବେ ମନ୍ଦିର ପରିସରରୁ ବର୍ଷା ପାଣି ନିଷ୍କାସନ ହୋଇପାରୁ ନଥିବାରୁ ମନ୍ଦିର ଭିତରେ ଜମି ରହୁଛି ବର୍ଷା ପାଣି l

Related Articles

Leave a Reply

Your email address will not be published. Required fields are marked *

Back to top button