ରାଜ୍ୟ

ମୂର୍ତ୍ତି ବିସର୍ଜନବେଳେ ମା’ର ଆଖି ଆଗରେ ଭାସିଗଲା ପୁଅ – Ibnodisha

[ad_1]

ରାୟଗଡା: ଗତକାଲି ଧୂମଧାମରେ ବିଘ୍ନ ବିନାଶକଙ୍କ ପୂଜା ହୋଇଥିବାବେଳେ ଆଜି ରାୟଗଡାରେ ଅଘଟଣ ଘଟିଛି । ଗଜାନନଙ୍କ ମୂର୍ତ୍ତି ବିସର୍ଜନବେଳେ ନଦୀର ପ୍ରଖର ସ୍ରୋତରେ ଭାସିଯାଇଛନ୍ତି ଯୁବକ । ତେବେ ଯୁବକଙ୍କ ମାଙ୍କ ଆଖି ସାମ୍ନାରେ ଏସବୁ ଘଟଣା ଘଟିଯାଇଥିଲେ ବି ସେ ନିରୁପାୟ ହୋଇ କିଛି କରିପାରିନାହାନ୍ତି ।

ସୂଚନା ମୁତାବକ ଗଜାନନଙ୍କ ମୂର୍ତ୍ତି ବିସର୍ଜନ ସମୟରେ ନାଗାବଳୀ ନଦୀର ଚେକାଗୁଡା ବ୍ରିଜ ନିକଟରେ ଜଣେ ଯୁବକ ଭାସିଯାଇଛନ୍ତି । ଯୁବକଙ୍କ ନାମ ଶ୍ରୀନିବାସ ଅଶୋକ କୁମାର ହୋଇଥିବାବେଳେ ତାଙ୍କ ଘର ମାଙ୍କଡ଼ଝୋଲା ବୋଲି ଜଣାପଡିଛି । ସେ ତାଙ୍କ ପରିବାର ସହିତ ଗଣେଶ ମୂର୍ତ୍ତି ବିସର୍ଜନ କରିବାକୁ ଯାଇଥିବାବେଳେ ନଦୀର ପ୍ରଖର ସ୍ରୋତରେ ଭାସି ଯାଇଥିଲେ । ଖବର ପାଇ ଘଟଣାସ୍ଥଳରେ ଅଗ୍ନିଶମ ବିଭାଗ ପହଞ୍ଚି ଖୋଜାଖୋଜି ଆରମ୍ଭ କରିଛି ।

The post ମୂର୍ତ୍ତି ବିସର୍ଜନବେଳେ ମା’ର ଆଖି ଆଗରେ ଭାସିଗଲା ପୁଅ appeared first on ONA KHABAR.

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button