ମନୋରଞ୍ଜନ

ବାହାଘର ପୂର୍ବରୁ ହରିଦ୍ବାର ଯାଇ ଆଶୀର୍ବାଦ‌ ନେଲେ ରାଘବ-ପରୀ – Ibnodisha

[ad_1]

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ପରିଣୀତି ଚୋପ୍ରା ଏବଂ ଆମ୍ ଆଦମୀ ପାର୍ଟି ନେତା ରାଘବ ଚଢ଼ା ଚଳିତ ବର୍ଷ ମେ’ ମାସରେ ନିର୍ବନ୍ଧ କରିଥିଲେ। ନିର୍ବନ୍ଧ ପରଠାରୁ ଦୁହେଁ ବେଶ୍‌ ଚର୍ଚ୍ଚାରେ ରହିଛନ୍ତି। ଆଗାମୀ ୨୪ ତାରିଖରେ ସେ ଦୁହେଁ ବିବାହ କରିବାକୁ ଯାଉଥିବା ବେ‌ଳେ ସେମାନଙ୍କ ବାହାଘର ପୂର୍ବ ଉତ୍ସବର ପ୍ରଥମ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି।

ବିବାହ ପୂର୍ବରୁ ରାଘବ-ପରୀ ଦିଲ୍ଲୀ ଗୁରୁଦ୍ୱାର ମନ୍ଦିରରେ ଆଶୀର୍ବାଦ ପାଇଁ ପହଞ୍ଚିଥିବା ଦେଖିବାକୁ ମିଳିଛି। ସେଠାରେ ଦୁହେଁ ଗଳାରେ ଗେରୁଆ ବସ୍ତ୍ର ପକାଇ ପୂଜାରେ ବସିଥିବା ଦେଖିବାକୁ ମିଳିଛି। ରାଘବ ଓ ପରୀଙ୍କ ପାଇଁ ପ୍ରଶଂସକମାନେ ଖୁବ୍ ଭଲ ଭଲ କମେଣ୍ଟ୍‌ ସବୁ ଲେଖିଛନ୍ତି। ‘ଆ‌ମ ପରୀ ଖୁବ୍ ପ୍ୟାରୀ ଦିଶୁଛନ୍ତି’ ବୋଲି ଜଣେ ପ୍ରଶଂସକ କମେଣ୍ଟ୍‌ରେ ଲେଖିଛନ୍ତି।

ଏହି ଦମ୍ପତି ସେପ୍ଟେମ୍ବର ୨୪ ତାରିଖରେ ଉଦୟପୁରର ଏକ ହୋଟେଲରେ ବିବାହ ବନ୍ଧନରେ ବାନ୍ଧିହେବେ। ରିପୋର୍ଟ ଅନୁଯାୟୀ, ଉଦୟପୁରରେ ଏହି ଉତ୍ସବ ସେପ୍ଟେମ୍ବର ୨୩ରେ ଆରମ୍ଭ ହେବାକୁ ଯାଉଛି। ଏହାପୂର୍ବରୁ ଏହି ଯୋଡି ଅମୃତସରର ସ୍ବର୍ଣ୍ଣ ମନ୍ଦିର ପରିଦର୍ଶନ କରିଥିଲେ।

ନିର୍ବନ୍ଧ ପରଠାରୁ ଉଭୟ ରାଘବ ଓ ପରୀ ବେଶ୍‌ ଚର୍ଚ୍ଚାରେ ରହିଛନ୍ତି। ଏହି ପ୍ରେମପକ୍ଷୀ ଖୁବ୍ ଶୀଘ୍ର ବର-କନ୍ୟା ବନିବାକୁ ଯାଉଛନ୍ତି। ଉଦୟପୁରରେ ଦୁହେଁ ରାଜକୀୟ ଶୈଳୀରେ ବିବାହ କରିବେ। ପରୀଣିତି ଓ ରାଘବ ଦୁହିଁଙ୍କ ପରିବାର ଲୋକ ଏବେ ଦିଲ୍ଲୀରେ ଅଛନ୍ତି। ସେମାନଙ୍କର ପ୍ରି-ୱେଡିଂ ସେରିମନି ଏବେ ଆରମ୍ଭ ହେବାକୁ ଯାଉଛି। ଜାଣିବାକୁ ମିଳିଛି ଯେ କିର୍ତ୍ତନରୁ ହିଁ ଦୁହିଁଙ୍କ ବିବାହ ଉତ୍ସବ ଅ‌ାରମ୍ଭ ହେବାକୁ ଯାଉଛି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button